ତଳମୁଣ୍ଡରେ ପ୍ରବଳ ବର୍ଷା, ରେଙ୍ଗାଲି ଓ ଖଇରମାଳ ଜଳଭଣ୍ଡାରରେ ବଢିଛି ଜଳସ୍ତର : ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର ୬।୮: ତଳମୁଣ୍ଡରେ ପ୍ରବଳ ବର୍ଷା । ଏଥିପାଇଁ ରେଙ୍ଗାଲି ଏବଂ ଖଇରମାଳ ଜଳଭଣ୍ଡାରରେ ଜଳସ୍ତର ବଢିଛି । ଖାସ୍ କରି ରେଙ୍ଗାଲିରେ ସୋମବାର ଠାରୁ ୩୬ ପ୍ରତିଶତ ଜଳସ୍ତର ବଢିଛି ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ସେପଟେ ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀରରେ ଅତି ପ୍ରବଳ ବର୍ଷା ଯୋଗୁ ଖଇରମାଳ ଜଳ ଭଣ୍ଡାରରେ ୨ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ମଙ୍ଗଳବାର ତାହା ବଢ଼ି ୪ ଲକ୍ଷରୁ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ । ସେହିପରି ମହାନଦୀ ଅବବାହିକାରେ ବର୍ଷା ନାହିଁ । ତେଣୁ ହୀରାକୁଦରେ ଏବେ ବି ଜଳସ୍ତର ବିପଦସଙ୍କୁଳ ସ୍ତରରୁ କମ୍‌ରେ ଅଛି । ଜଳସ୍ତର ୬୧୦.୨୩ ମି.ରେ ସ୍ଥିର ରହିଛି ।You Can Read:କାନ୍ଥରୁ ଲିଭିନି ବାହା ଚିତା, ସୁଧ ଟଙ୍କା ପାଇଁ ଚାଲିଗଲା ଯୁବକଙ୍କ ଜୀବନ

ତଳମୁଣ୍ଡରେ ପ୍ରବଳ ବର୍ଷା, ରେଙ୍ଗାଲି ଓ ଖଇରମାଳ ଜଳଭଣ୍ଡାରରେ ବଢିଛି ଜଳସ୍ତର : ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର ୬।୮ତଳମୁଣ୍ଡରେ ପ୍ରବଳ ବର୍ଷା । ଏଥିପାଇଁ ରେଙ୍ଗାଲି ଏବଂ ଖଇରମାଳ ଜଳଭଣ୍ଡାରରେ ଜଳସ୍ତର ବଢିଛି । ଖାସ୍ କରି ରେଙ୍ଗାଲିରେ ସୋମବାର ଠାରୁ ୩୬ ପ୍ରତିଶତ ଜଳସ୍ତର ବଢିଛି ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । 

ସେପଟେ ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀରରେ ଅତି ପ୍ରବଳ ବର୍ଷା ଯୋଗୁ ଖଇରମାଳ ଜଳ ଭଣ୍ଡାରରେ ୨ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ମଙ୍ଗଳବାର ତାହା ବଢ଼ି ୪ ଲକ୍ଷରୁ ୪ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ । ସେହିପରି ମହାନଦୀ ଅବବାହିକାରେ ବର୍ଷା ନାହିଁ । ତେଣୁ ହୀରାକୁଦରେ ଏବେ ବି ଜଳସ୍ତର ବିପଦସଙ୍କୁଳ ସ୍ତରରୁ କମ୍‌ରେ ଅଛି । ଜଳସ୍ତର ୬୧୦.୨୩ ମି.ରେ ସ୍ଥିର ରହିଛି ।

You Can Read:

କାନ୍ଥରୁ ଲିଭିନି ବାହା ଚିତା, ସୁଧ ଟଙ୍କା ପାଇଁ ଚାଲିଗଲା ଯୁବକଙ୍କ ଜୀବନ