ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ହେଲେ ନୂଆ ଉପବାଚସ୍ପତି
ଭୁବନେଶ୍ବର: ଭବାନୀ ଶଙ୍କର ଭୋଇ ହେଲେ ନୂଆ ଉପବାଚସ୍ପତି। ଉପବାଚସ୍ପତି ଭାବେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତି କ୍ରମେ ସେ ନିର୍ବାଚିତ ହୋଇଛନ୍ତି। ଏନେଇ ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି। ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ । ପ୍ରଥମେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ବର: ଭବାନୀ ଶଙ୍କର ଭୋଇ ହେଲେ ନୂଆ ଉପବାଚସ୍ପତି। ଉପବାଚସ୍ପତି ଭାବେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତି କ୍ରମେ ସେ ନିର୍ବାଚିତ ହୋଇଛନ୍ତି। ଏନେଇ ବାଚସ୍ପତି ସୁରମା ପାଢୀ ତାଙ୍କ ନାଁ ଘୋଷଣା କରିଛନ୍ତି। ଭବାନୀ ହିଁ ଜଣେ ମାତ୍ର ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ ।
ପ୍ରଥମେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି। ତାଙ୍କୁ ସମର୍ଥନ ଜଣାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ତାଙ୍କୁ ସମର୍ଥନ ଜଣାଇାଇବ ସହ ଶୁଭେଚ୍ଛା ଜଣାଇଥିଲେ। ସେ ନିଜ ଦାୟିତ୍ୱ ଠିକ ଭାବେ ନିର୍ବାହ କରିବେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ।