ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍
ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ହଠାତ୍ ଜୋର୍ରେ ପବନ ବହିବା ସହ ବର୍ଷା ହୋଇଥିଲା। ଏଥିରେ କାଳବୈଶାଖିର ପ୍ରଭାବରେ ତଳାମପଦର ଗ୍ରାମର ଘାସିରାମ ମାଝୀ ଓ ଭକ୍ତରାମ ଜାଲଙ୍କ ଘରର ଆଜବେଷ୍ଟସ୍ ଉଡିଯାଇ ନଷ୍ଟ ହୋଇଛି। ସେହିପରି ଚୁଲବାଡି ଗ୍ରାମର ସରକାରୀ ବିଦ୍ୟାଳୟ ଆଜବେଷ୍ଟ ଟିଣ ପବନରେ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଗ୍ରାମର କମ୍ୟୁନିଟି […] The post ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍ appeared first on Dharitri Odia News.
ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ହଠାତ୍ ଜୋର୍ରେ ପବନ ବହିବା ସହ ବର୍ଷା ହୋଇଥିଲା। ଏଥିରେ କାଳବୈଶାଖିର ପ୍ରଭାବରେ ତଳାମପଦର ଗ୍ରାମର ଘାସିରାମ ମାଝୀ ଓ ଭକ୍ତରାମ ଜାଲଙ୍କ ଘରର ଆଜବେଷ୍ଟସ୍ ଉଡିଯାଇ ନଷ୍ଟ ହୋଇଛି। ସେହିପରି ଚୁଲବାଡି ଗ୍ରାମର ସରକାରୀ ବିଦ୍ୟାଳୟ ଆଜବେଷ୍ଟ ଟିଣ ପବନରେ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଗ୍ରାମର କମ୍ୟୁନିଟି ଘର ଉପରେ ଏକ ଗଛ ଭାଙ୍ଗି ପଡିଯିବା ଫଳରେ ଘରର ଆଜବେଷ୍ଟସ୍ ଭାଙ୍ଗି ନଷ୍ଟ ହୋଇଯାଇଛି। ସିଗନିପଡାକୁ ସଂଯୋଗ କରୁଥିବା ଏକ ବିଦ୍ୟୁତ୍ ଖୁଣ୍ଟ ତଳେ ପଡିଯାଇଥିବାରୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇବାକୁ କ୍ଷତିଗ୍ରସ୍ତ ପରିବାର ସମେତ ଗ୍ରାମବାସୀ ଦାବି କରିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦନ ସହ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଥୁଆମୂଳ ରାମପୁର ବିଡ଼ିଓଙ୍କୁ ଜଣାଇଥିବା ସରପଞ୍ଚ ପ୍ରକାଶ ମାଝୀ କହିଛନ୍ତି।
The post ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍ appeared first on Dharitri Odia News.