ଶେଷ ଉଡ଼ାଣ ଭରିଲା ଭିସ୍ତାରା
ନୂଆଦିଲ୍ଲୀ, ୧୨।୧୧: ଭିସ୍ତାରା ଏୟାରଲାଇନ୍ସ ସୋମବାର ରାତିରେ ଏକ ସ୍ବତନ୍ତ୍ର ଏୟାରଲାଇନ୍ସ ଭାବେ ନିଜର ଶେଷ ଉଡ଼ାଣ ଭରିଛି। ଭିସ୍ତାରା ବିମାନ ‘ୟୁକେ ୯୮୬’ ମୁମ୍ବାଇରୁ ଦିଲ୍ଲୀ ଏବଂ ‘ୟୁକେ ୧୧୫’ ଦିଲ୍ଲୀରୁ ସିଙ୍ଗାପୁର ପାଇଁ ଉଡ଼ାଣ ଭରିଛି। ମଙ୍ଗଳବାରଠାରୁ ଏହା ଏୟାର ଇଣ୍ଡିଆ ସହ ମିଶ୍ରଣ ହୋଇଯିବ ଏବଂ ଏହାର ସମ୍ପୂର୍ଣ୍ଣ ଅପରେଶନକୁ ଏୟାର ଇଣ୍ଡିଆ ପରିଚାଳିତ କରିବ। ୨୦୨୨ ନଭେମ୍ବର ୨୯ରେ ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଏହି […] The post ଶେଷ ଉଡ଼ାଣ ଭରିଲା ଭିସ୍ତାରା appeared first on Dharitri Odia News.
ନୂଆଦିଲ୍ଲୀ, ୧୨।୧୧: ଭିସ୍ତାରା ଏୟାରଲାଇନ୍ସ ସୋମବାର ରାତିରେ ଏକ ସ୍ବତନ୍ତ୍ର ଏୟାରଲାଇନ୍ସ ଭାବେ ନିଜର ଶେଷ ଉଡ଼ାଣ ଭରିଛି। ଭିସ୍ତାରା ବିମାନ ‘ୟୁକେ ୯୮୬’ ମୁମ୍ବାଇରୁ ଦିଲ୍ଲୀ ଏବଂ ‘ୟୁକେ ୧୧୫’ ଦିଲ୍ଲୀରୁ ସିଙ୍ଗାପୁର ପାଇଁ ଉଡ଼ାଣ ଭରିଛି। ମଙ୍ଗଳବାରଠାରୁ ଏହା ଏୟାର ଇଣ୍ଡିଆ ସହ ମିଶ୍ରଣ ହୋଇଯିବ ଏବଂ ଏହାର ସମ୍ପୂର୍ଣ୍ଣ ଅପରେଶନକୁ ଏୟାର ଇଣ୍ଡିଆ ପରିଚାଳିତ କରିବ। ୨୦୨୨ ନଭେମ୍ବର ୨୯ରେ ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଏହି ୨ ଏୟାରଲାଇନ୍ସର ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଅତିରିକ୍ତ ୩୧୯୫ କୋଟି ଟଙ୍କାର ନିବେଶ କରିବ। ଫଳରେ ଏୟାର ଇଣ୍ଡିଆରେ ସିଙ୍ଗାପୁର ଏୟାରଲାଇନ୍ସର ଅଂଶଧନ ୨୫.୧% ହୋଇଯିବ। ପ୍ରକାଶ ଯେ, ୨୦୧୫ରେ ପ୍ରଥମ ଥର ପାଇଁ ଭିସ୍ତାରା ଏୟାରଲାଇନ୍ସ ଉଡ଼ାଣ ଭରିଥିଲା। ସେତେବେଳେ ଏଥିରେ ସିଙ୍ଗାପୁର ଏୟାରଲାଇନ୍ସର ୪୯% ଓ ଟାଟା ଗ୍ରୁପ୍ର ୫୧% ଅଂଶଧନ ରହିଥିଲା।
The post ଶେଷ ଉଡ଼ାଣ ଭରିଲା ଭିସ୍ତାରା appeared first on Dharitri Odia News.