ତଳି ରୁଆ ବେଳେ ବଜ୍ରପାତ, ଚାଷ ଜମିରେ ଚାଷୀଙ୍କ ମୃତ୍ୟୁ
ବିନିକା ୧୮।୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ତିଲେଇମାଲ ଗାଁରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି l ତିଲେଇମାଲ ଗାଁ ହିମାଂଶୁ ମହାନନ୍ଦ ତଳି ରୁଆ କାର୍ଯ୍ୟ ପାଇଁ ଧାନ ବିଲକୁ ଯାଇଥିଲେ । କାମ କରୁଥିବା ବେଳେ ବଜ୍ରପାତ ସହ ବର୍ଷା ହେଉଥିବାରୁ ବଜ୍ରପାତ ଯୋଗୁଁ ସେ ଚାଷ ଜମିରେ ପଡ଼ି ଗୁରୁତର ହୋଇପଡିଥିଲେ । ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ଗାଁକୁ ଆଣି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତ ହିମାଂଶୁ ଅନ୍ୟମାନଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ମୃତ୍ୟୁ ଖବର ପରେ ପତ୍ନୀ ଓ ଦୁଇ ପୁଅଝିଅ ବେସାହାରା ହୋଇ ପଡିଛନ୍ତି ।You Can Read:ଚାହୁଁ ଚାହୁଁ ଜଳିଗଲା ଦୁଇ ଟ୍ରକ୍, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ
ବିନିକା ୧୮।୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ତିଲେଇମାଲ ଗାଁରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି l ତିଲେଇମାଲ ଗାଁ ହିମାଂଶୁ ମହାନନ୍ଦ ତଳି ରୁଆ କାର୍ଯ୍ୟ ପାଇଁ ଧାନ ବିଲକୁ ଯାଇଥିଲେ । କାମ କରୁଥିବା ବେଳେ ବଜ୍ରପାତ ସହ ବର୍ଷା ହେଉଥିବାରୁ ବଜ୍ରପାତ ଯୋଗୁଁ ସେ ଚାଷ ଜମିରେ ପଡ଼ି ଗୁରୁତର ହୋଇପଡିଥିଲେ । ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ଗାଁକୁ ଆଣି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତ ହିମାଂଶୁ ଅନ୍ୟମାନଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ମୃତ୍ୟୁ ଖବର ପରେ ପତ୍ନୀ ଓ ଦୁଇ ପୁଅଝିଅ ବେସାହାରା ହୋଇ ପଡିଛନ୍ତି ।
You Can Read:
ଚାହୁଁ ଚାହୁଁ ଜଳିଗଲା ଦୁଇ ଟ୍ରକ୍, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ