ଏମ୍ଏସ୍ ଧୋନୀଙ୍କ ସୁପରଫ୍ୟାନ୍, ବୟସ ୧୦୩ ବର୍ଷ; ଥାଲା ପଠାଇଲେ ଖାସ୍ ଉପହାର
ନୂଆଦିଲ୍ଲୀ: ଏମଏସ୍ ଧୋନୀଙ୍କ ଫ୍ୟାନ ସାରା ଦୁନିଆରେ ଅଛନ୍ତି । ଏହିପରି ଜଣେ ଫ୍ୟାନଙ୍କ ଭିଡିଓ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛି । ଏହି ବ୍ୟକ୍ତିଙ୍କ ବୟସ ୧୦୩ ବର୍ଷ ଏବଂ ତାଙ୍କ ନାଁ ରାମଦାସ । ସେ ଚେନ୍ନାଇର ବାସିନ୍ଦା । ଧୋନୀ ତାଙ୍କ ପାଇଁ ଖାସ କରି ନିଜ ସିଗ୍ନେଚର ଥିବା ଏକ ଟି-ସାର୍ଟ ଉପହାରରେ ପଠାଇଛନ୍ତି । ରାମଦାସ ବ୍ରିଟେନ ସେନାରେ କାମ କରିସାରିଛନ୍ତି ଏବଂ ଛାତ୍ର ଜୀବନରେ କ୍ରିକେଟ୍ ଖେଳୁଥିଲେ । ଏହି ଭିଡିଓରେ ରାମଦାସ ସିଏସକେ ଏବଂ ଧୋନୀଙ୍କ ନିଜ ଭଲ ପାଇବା ଜାହିର୍ କରିଛନ୍ତି । ଏପରି କି ରାମଦାସ ନିଜକୁ ବୟସ୍କ ବୋଲି ମଧ୍ୟ ପ୍ରସ୍ତୁତ ନୁହନ୍ତି । ସେ ନିଜକୁ ସିନିୟର ଯୁବକ ବୋଲି କୁହନ୍ତି ।ମହେନ୍ଦ୍ର ସିଂ ଧୋନୀ ତାଙ୍କ ଏହି ଖାସ୍ ଫ୍ୟାନଙ୍କ ପାଇଁ ଟି-ସାର୍ଟରେ ସାଇନ୍ କରିଛନ୍ତି । ଏହା ଉପରେ ଧୋନୀ ଲେଖିଛନ୍ତି, 'ଥ୍ୟାଙ୍କ୍ସ ଥାତା, ଫର୍ ସପୋର୍ଟ ।' ଏହା ତଳକୁ ଧୋନି ନିଜ ସିଗ୍ନେଚର କରିଛନ୍ତି । ଭିଡିଓରେ ରାମଦାସଙ୍କ ପୁଅ କହୁଛନ୍ତି ଯେ ସେ ପୂର୍ବରୁ ବି କ୍ରିକେଟ୍ ଫ୍ୟାନ୍ ଥିଲେ । ଆଇପିଏଲ୍ ଆରମ୍ଭ ହେବା ପରେ ତାଙ୍କର ଭଲ ପାଇବା ଅଧିକ ହୋଇଥିଲା । ରାମଦାସ କୁହନ୍ତି ଯେ ସେ କ୍ରିକେଟରେ ବ୍ୟାଟିଂ କରିବାକୁ ଭଲ କରୁଥିଲେ । ଏଥିପାଇଁ ସେ ବୋଲିଂ କରିବା ପାଇଁ ପସନ୍ଦ କରୁଥିଲେ । ରାମଦାସଙ୍କ ପୁଅଙ୍କ କହିବା ଅନୁସାରେ ବସୟାଧିକ ଯୋଗୁଁ ଅଧିକ ସମୟ ବସିବା ତାଙ୍କୁ ଅନୁମତି
ନୂଆଦିଲ୍ଲୀ: ଏମଏସ୍ ଧୋନୀଙ୍କ ଫ୍ୟାନ ସାରା ଦୁନିଆରେ ଅଛନ୍ତି । ଏହିପରି ଜଣେ ଫ୍ୟାନଙ୍କ ଭିଡିଓ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛି । ଏହି ବ୍ୟକ୍ତିଙ୍କ ବୟସ ୧୦୩ ବର୍ଷ ଏବଂ ତାଙ୍କ ନାଁ ରାମଦାସ । ସେ ଚେନ୍ନାଇର ବାସିନ୍ଦା । ଧୋନୀ ତାଙ୍କ ପାଇଁ ଖାସ କରି ନିଜ ସିଗ୍ନେଚର ଥିବା ଏକ ଟି-ସାର୍ଟ ଉପହାରରେ ପଠାଇଛନ୍ତି । ରାମଦାସ ବ୍ରିଟେନ ସେନାରେ କାମ କରିସାରିଛନ୍ତି ଏବଂ ଛାତ୍ର ଜୀବନରେ କ୍ରିକେଟ୍ ଖେଳୁଥିଲେ । ଏହି ଭିଡିଓରେ ରାମଦାସ ସିଏସକେ ଏବଂ ଧୋନୀଙ୍କ ନିଜ ଭଲ ପାଇବା ଜାହିର୍ କରିଛନ୍ତି । ଏପରି କି ରାମଦାସ ନିଜକୁ ବୟସ୍କ ବୋଲି ମଧ୍ୟ ପ୍ରସ୍ତୁତ ନୁହନ୍ତି । ସେ ନିଜକୁ ସିନିୟର ଯୁବକ ବୋଲି କୁହନ୍ତି ।
ମହେନ୍ଦ୍ର ସିଂ ଧୋନୀ ତାଙ୍କ ଏହି ଖାସ୍ ଫ୍ୟାନଙ୍କ ପାଇଁ ଟି-ସାର୍ଟରେ ସାଇନ୍ କରିଛନ୍ତି । ଏହା ଉପରେ ଧୋନୀ ଲେଖିଛନ୍ତି, 'ଥ୍ୟାଙ୍କ୍ସ ଥାତା, ଫର୍ ସପୋର୍ଟ ।' ଏହା ତଳକୁ ଧୋନି ନିଜ ସିଗ୍ନେଚର କରିଛନ୍ତି । ଭିଡିଓରେ ରାମଦାସଙ୍କ ପୁଅ କହୁଛନ୍ତି ଯେ ସେ ପୂର୍ବରୁ ବି କ୍ରିକେଟ୍ ଫ୍ୟାନ୍ ଥିଲେ । ଆଇପିଏଲ୍ ଆରମ୍ଭ ହେବା ପରେ ତାଙ୍କର ଭଲ ପାଇବା ଅଧିକ ହୋଇଥିଲା । ରାମଦାସ କୁହନ୍ତି ଯେ ସେ କ୍ରିକେଟରେ ବ୍ୟାଟିଂ କରିବାକୁ ଭଲ କରୁଥିଲେ । ଏଥିପାଇଁ ସେ ବୋଲିଂ କରିବା ପାଇଁ ପସନ୍ଦ କରୁଥିଲେ ।
ରାମଦାସଙ୍କ ପୁଅଙ୍କ କହିବା ଅନୁସାରେ ବସୟାଧିକ ଯୋଗୁଁ ଅଧିକ ସମୟ ବସିବା ତାଙ୍କୁ ଅନୁମତି ନାହିଁ । ଏହାସତ୍ତ୍ୱେ ମ୍ୟାଚରେ କମେଣ୍ଟ୍ରି ଶୁଣି ଟିଭି ଆଡ଼କୁ ସେ ଚାଲି ଆସନ୍ତି । ଏହି ବୟସରେ ବି କ୍ରିକେଟ୍ ପ୍ରତି ରାମଦାସଙ୍କ ଉତ୍ସାହ ଦେଖିବା ଭଳି ରହିଛି ।