ବଡ ପରଦାରେ ଦେଖିବେ ମଧୁବାଲାଙ୍କ କାହାଣୀ, ବାୟୋପିକ୍କୁ ନେଇ ହେଲା କନଫର୍ମ
ମୁମ୍ଵାଇ ୧୬।୦୩: ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ତାରକା ଅଛନ୍ତି । ଏମାନଙ୍କ ମଧ୍ୟରେ ବହୁ ତାରକାଙ୍କ ବାୟୋପିକ୍ ତିଆରି କରାଯାଇଛି। କିଛି ବର୍ଷ ପୂର୍ବେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଆସିଥିଲା । ଯାହା ଏକ ସୁପରହିଟ୍ ଥିଲା। ବର୍ତ୍ତମାନ ବଲିଉଡର ଭେଟେରାନ ଅଭିନେତ୍ରୀ ମଧୁବାଲାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଦୀର୍ଘ ଦିନ ଧରି ଏହା ବିଷୟରେ ଆଲୋଚନା ହୋଇଥିଲା । କିନ୍ତୁ ବର୍ତ୍ତମାନ ନିଶ୍ଚିତକରଣ ହୋଇଯାଇଛି । ଆଜି ବି ପ୍ରସିଦ୍ଧ ଅଭିନେତ୍ରୀ ମଧୁବାଲାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ତାଙ୍କ କ୍ୟାରିଅର୍ ସଫଳ ହୋଇଥିଲା କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ନୁହେଁ । ଏହି ଅଭିନେତ୍ରୀ ଖୁବ୍ କମ୍ ବୟସରେ ଦୁନିଆକୁ ବିଦାୟ ଦେଇଥିଲେ। ବର୍ତ୍ତମାନ ତାଙ୍କର ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି । ଯାହା ମଧୁବାଲାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର।ମଧୁବାଲାଙ୍କ ବାୟୋପିକ୍ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ମଧୁବାଲାଙ୍କ ଭଉଣୀ ମଧୁର ବ୍ରିଜ ଭୂଷଣ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଅରବିନ୍ଦ କୁମାର ମାଲବିଅ ମଧ୍ୟ ଏହାର କୋ-ପ୍ରଡ୍ୟୁସ କରିବେ। ଏହି ଚଳଚ୍ଚିତ୍ର ମଧୁବାଲା ବେଞ୍ଚର୍ସ ବ୍ୟାନରରେ ମୁକ୍ତିଲାଭ କରିବ। ଫିଲ୍ମର ଅଫିସିଆଲ୍ ସୂଚନା ବାଣ୍ଟିବାବେଳେ ସେ କହିଛନ୍ତି - ଉତ୍ସାହଜନକ ଖବର, ଆମେ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ସମ୍ମାନାର୍ଥେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ .. ଏନେଇ ବହୁତ ଉ
ମୁମ୍ଵାଇ ୧୬।୦୩: ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ତାରକା ଅଛନ୍ତି । ଏମାନଙ୍କ ମଧ୍ୟରେ ବହୁ ତାରକାଙ୍କ ବାୟୋପିକ୍ ତିଆରି କରାଯାଇଛି। କିଛି ବର୍ଷ ପୂର୍ବେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଆସିଥିଲା । ଯାହା ଏକ ସୁପରହିଟ୍ ଥିଲା। ବର୍ତ୍ତମାନ ବଲିଉଡର ଭେଟେରାନ ଅଭିନେତ୍ରୀ ମଧୁବାଲାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଦୀର୍ଘ ଦିନ ଧରି ଏହା ବିଷୟରେ ଆଲୋଚନା ହୋଇଥିଲା । କିନ୍ତୁ ବର୍ତ୍ତମାନ ନିଶ୍ଚିତକରଣ ହୋଇଯାଇଛି । ଆଜି ବି ପ୍ରସିଦ୍ଧ ଅଭିନେତ୍ରୀ ମଧୁବାଲାଙ୍କ ଜୀବନ ଅତ୍ୟନ୍ତ ରହସ୍ୟମୟ। ତାଙ୍କ କ୍ୟାରିଅର୍ ସଫଳ ହୋଇଥିଲା କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ନୁହେଁ । ଏହି ଅଭିନେତ୍ରୀ ଖୁବ୍ କମ୍ ବୟସରେ ଦୁନିଆକୁ ବିଦାୟ ଦେଇଥିଲେ। ବର୍ତ୍ତମାନ ତାଙ୍କର ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି । ଯାହା ମଧୁବାଲାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର।

ମଧୁବାଲାଙ୍କ ବାୟୋପିକ୍ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ମଧୁବାଲାଙ୍କ ଭଉଣୀ ମଧୁର ବ୍ରିଜ ଭୂଷଣ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଅରବିନ୍ଦ କୁମାର ମାଲବିଅ ମଧ୍ୟ ଏହାର କୋ-ପ୍ରଡ୍ୟୁସ କରିବେ। ଏହି ଚଳଚ୍ଚିତ୍ର ମଧୁବାଲା ବେଞ୍ଚର୍ସ ବ୍ୟାନରରେ ମୁକ୍ତିଲାଭ କରିବ। ଫିଲ୍ମର ଅଫିସିଆଲ୍ ସୂଚନା ବାଣ୍ଟିବାବେଳେ ସେ କହିଛନ୍ତି - ଉତ୍ସାହଜନକ ଖବର, ଆମେ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ସମ୍ମାନାର୍ଥେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ .. ଏନେଇ ବହୁତ ଉତ୍ସାହିତ। ଯାହା ତାଙ୍କ ପ୍ରତିଭା ଏବଂ କରୁଣାର ପ୍ରତୀକ ହେବ। ବଲିଉଡର ସବୁଠାରୁ ଆଇକନ୍ ଷ୍ଟାରର ଟାଇମ୍ଲେସ୍ ଚାର୍ମ ଏବଂ ଆକର୍ଷଣୀୟ କାହାଣୀ ଦେଖିବାକୁ ପ୍ରସ୍ତୁତ ହୁଅ । ଅପଡେଟ୍ ପାଇଁ ଆମ ସହିତ ରୁହ ।
କହିବାକୁ ଗଲେ ଦୀର୍ଘ ଦିନ ଧରି ମଧୁବାଲାଙ୍କ ବାୟୋପିକ୍ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଥିଲେ। କିନ୍ତୁ ମଧୁବାଲାଙ୍କ ଭଉଣୀ ମଧୁର ବ୍ରିଜ ଭୂଷଣ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ କୌଣସି ଫିଲ୍ମ ନିର୍ମାଣ କରାଯାଉ ନାହିଁ। ଯେଉଁ ଫିଲ୍ମ ନିର୍ମାଣ ହେଉଛି ତାହା କେବଳ ମଧୁର ଏବଂ ତାଙ୍କ ଦଳ ଦ୍ଵାରା ନିର୍ମିତ ହେଉଛି। ଏବେ ଦେଖିବାକୁ ବାକି ରହିଲା ଫିଲ୍ମରେ ଭେଟେରାନ ଅଭିନେତ୍ରୀଙ୍କ ମୁଖ୍ୟ ଭୂମିକାରେ କିଏ ଅଭିନୟ କରୁଛନ୍ତି।
ବିଗିଡିଲା ବିଗ୍ ବି’ଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲ୍ରେ ପହଞ୍ଚିଲେ ଅମିତାଭ