ତହଉର ରାଣାଙ୍କ ପ୍ରତ୍ୟର୍ପଣ ପଥ ସୁଗମ
ଓ୍ବାଶିଂଟନ୍,୮ା୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହଉର ରାଣାଙ୍କୁ ପ୍ରତ୍ୟର୍ପିତ କରି ଭାରତକୁ ଆଣିବା ଦିଗରେ ନୂଆଦିଲ୍ଲୀର ପଥ ଏକପ୍ରକାର ସୁଗମ ହୋଇଛି। ପାକିସ୍ତାନୀ ସେନାର ପୂର୍ବତନ ଡାକ୍ତର ରାଣା ନିଜ ପ୍ରତ୍ୟର୍ପଣ ବିରୋଧରେ ଆମେରିକା ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ସେଥିରେ ରାଣା ଧର୍ମ ଓ ସ୍ବାସ୍ଥ୍ୟ କାର୍ଡ ଖେଳି ଉଲ୍ଲେଖ କରିଥିଲେ, ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଗଲେ ଭାରତରେ ସେ ନିର୍ଯାତନା ସହି ନ ପାରି ପ୍ରାଣ ହରାଇବେ। ତେଣୁ […] The post ତହଉର ରାଣାଙ୍କ ପ୍ରତ୍ୟର୍ପଣ ପଥ ସୁଗମ appeared first on Dharitri Odia News.
ଓ୍ବାଶିଂଟନ୍,୮ା୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହଉର ରାଣାଙ୍କୁ ପ୍ରତ୍ୟର୍ପିତ କରି ଭାରତକୁ ଆଣିବା ଦିଗରେ ନୂଆଦିଲ୍ଲୀର ପଥ ଏକପ୍ରକାର ସୁଗମ ହୋଇଛି। ପାକିସ୍ତାନୀ ସେନାର ପୂର୍ବତନ ଡାକ୍ତର ରାଣା ନିଜ ପ୍ରତ୍ୟର୍ପଣ ବିରୋଧରେ ଆମେରିକା ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ସେଥିରେ ରାଣା ଧର୍ମ ଓ ସ୍ବାସ୍ଥ୍ୟ କାର୍ଡ ଖେଳି ଉଲ୍ଲେଖ କରିଥିଲେ, ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଗଲେ ଭାରତରେ ସେ ନିର୍ଯାତନା ସହି ନ ପାରି ପ୍ରାଣ ହରାଇବେ। ତେଣୁ ପ୍ରତ୍ୟର୍ପଣ ଉପରେ ସ୍ଥଗିତାଦେଶ ଜାରି କରାଯାଉ ବୋଲି ଗୁରୁବାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ଭାରତକୁ ପ୍ରତ୍ୟର୍ପଣର ଅର୍ଥ ମୃତ୍ୟୁ ଦଣ୍ଡାଦେଶ ବୋଲି ରାଣା ଉଲ୍ଲେଖ କରିଥିଲେ। ତେବେ ସୁପ୍ରିମକୋର୍ଟ ବିଚାରପତି ଆସୋସିଏଟ୍ ଜଷ୍ଟିସ୍ ଏଲେନା କଗାନ୍ ତାଙ୍କ ଜରୁରୀ ଆବେଦନକୁ ଖାରଜ କରିଦେଇଛନ୍ତି। ପିଟିଶନ ଖାରଜ ହେବା ପରେ ରାଣାଙ୍କ ଓକିଲ ତତ୍କାଳ ପ୍ରଧାନ ବିଚାରପତି ଜନ୍ ରବଟର୍ସଙ୍କ ନିକଟରେ ଅପିଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ବେଳେ ରାଣାଙ୍କ ପ୍ରତ୍ୟର୍ପଣ ନେଇ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେଠାକାର ପରରାଷ୍ଟ୍ର ବିଭାଗ ମଧ୍ୟ ଏନେଇ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲା। ଏହି ଦୃଷ୍ଟିରୁ ରାଣାଙ୍କ ପ୍ରତ୍ୟର୍ପଣକୁ ଚିଫ୍ ଜଷ୍ଟିସ୍ ମଞ୍ଜୁରୀ ଦେଇପାରନ୍ତି ବୋଲି କୁହାଯାଉଛି।
ଯେ, ୨୦୦୮ ମୁମ୍ବାଇ ଆକ୍ରମଣରେ ୬ ଆମେରିକୀୟଙ୍କ ସମେତ ୧୭୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣର ଷଡ଼ଯନ୍ତ୍ରକାରୀ ଲଶ୍କର ଆତଙ୍କବାଦୀ ଡେଭିଡ୍ କୋଲ୍ମ୍ୟାନ୍ ହେଡ୍ଲିଙ୍କ ସହ ରାଣାଙ୍କ ସମ୍ପୃକ୍ତି ନେଇ ପୂର୍ବରୁ ଆମେରିକା କୋର୍ଟରେ ଦୋଷ ପ୍ରମାଣିତ ହୋଇସାରିଛି। ୨୦୦୯ରେ ଶିକାଗୋରେ ଫେଡେରୋଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ୍ (ଏଫ୍ବିଆଇ) ତାଙ୍କୁ ଗିରଫ କରିଥିଲା। ରାଣା ବର୍ତ୍ତମାନ ଲସ୍ଆଞ୍ଜେଲ୍ସର ମେଟ୍ରୋପଲିଟାନ୍ ଡିଟେନ୍ସନ ସେଣ୍ଟରରେ ବିଚାରାଧୀନ ବନ୍ଦୀ ଜୀବନ ବିତାଉଛନ୍ତି।
The post ତହଉର ରାଣାଙ୍କ ପ୍ରତ୍ୟର୍ପଣ ପଥ ସୁଗମ appeared first on Dharitri Odia News.