ମୁଁ ବ୍ୟାଡମିଣ୍ଟନର ବିରାଟ କୋହଲି ହେବାକୁ ଚାହୁଁଛି: କହୁ କହୁ ଏମିତି କହିଦେଲେ ଲକ୍ଷ୍ୟ ସେନ
ନୂଆଦିଲ୍ଲୀ,୨୯।୮: ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ ହୁଏତ ପଦକ ଜିତି ନ ଥିଲେ, କିନ୍ତୁ ତାଙ୍କର ଦୃଢ ପ୍ରଦର୍ଶନ ସହିତ ସେ ନିଶ୍ଚିତ ଭାବରେ ସମସ୍ତଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଏକ ସାକ୍ଷାତକାରରେ କହିଛନ୍ତି, ସେ ବିରାଟ କୋହଲିଙ୍କ ପରି ହେବାକୁ ଚାହୁଁଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିବା ପାଇଁ ଲକ୍ଷ୍ୟ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ, କିନ୍ତୁ ପଦକରୁ ଅଳ୍ପକେ ବଞ୍ଚିତ […] The post ମୁଁ ବ୍ୟାଡମିଣ୍ଟନର ବିରାଟ କୋହଲି ହେବାକୁ ଚାହୁଁଛି: କହୁ କହୁ ଏମିତି କହିଦେଲେ ଲକ୍ଷ୍ୟ ସେନ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୮: ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ ହୁଏତ ପଦକ ଜିତି ନ ଥିଲେ, କିନ୍ତୁ ତାଙ୍କର ଦୃଢ ପ୍ରଦର୍ଶନ ସହିତ ସେ ନିଶ୍ଚିତ ଭାବରେ ସମସ୍ତଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଏକ ସାକ୍ଷାତକାରରେ କହିଛନ୍ତି, ସେ ବିରାଟ କୋହଲିଙ୍କ ପରି ହେବାକୁ ଚାହୁଁଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିବା ପାଇଁ ଲକ୍ଷ୍ୟ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ, କିନ୍ତୁ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ।
ଲକ୍ଷ୍ୟ ବ୍ରୋଞ୍ଜ ପଦକ ମ୍ୟାଚ ହାରିଥିଲେ। ତେବେ ଏହାପୂର୍ବରୁ ସେ ବହୁତ ଭଲ ଖେଳ ପ୍ରଦର୍ଶନ କରିଥିଲେ। ଏବେ ଲକ୍ଷ୍ୟ ବିରାଟ କୋହଲିଙ୍କ ବିଷୟରେ ‘ଦ ରଣବୀର ଶୋ’ରେ କଥା ହୋଇଥିଲେ।
ପୋଡ଼କାଷ୍ଟରେ ଲକ୍ଷ୍ୟଙ୍କୁ ପଚରାଯାଇଥିଲା କି ଆପଣ ମଧ୍ୟ କୋହଲିଙ୍କ ପ୍ରଶଂସକ କି? ଏହାର ଜବାବରେ ସେ କହିଛନ୍ତି, ହଁ, ମୁଁ ତାଙ୍କର ପ୍ରଶଂସକ, ବିଶେଷ କରି ତାଙ୍କର ମାନସିକତା, ଆକ୍ରୋଶ ଏବଂ ଭାବନାକୁ ମୁଁ ପସନ୍ଦ କରେ। ଆଗାମୀ ବର୍ଷରେ ଭାରତୀୟ ବ୍ୟାଡମିଣ୍ଟନରେ ବିରାଟ କୋହଲିଙ୍କ ପରି ହେବାକୁ ଚାହୁଁଛି।
The post ମୁଁ ବ୍ୟାଡମିଣ୍ଟନର ବିରାଟ କୋହଲି ହେବାକୁ ଚାହୁଁଛି: କହୁ କହୁ ଏମିତି କହିଦେଲେ ଲକ୍ଷ୍ୟ ସେନ appeared first on Dharitri Odia News.