ଫାଇନାଲରେ ପହଞ୍ଚିଲେ ଆରାଧ୍ୟା
କୋରାପୁଟ,୧୮ା୨(ଅମିତାଭ ବେହେରା): ରିୟଲ୍ଟି ଶୋ ଟିକେ ଡ୍ୟାନ୍ସ ଟିକେ ଆକ୍ଟିଂର ଫାଇନାଲରେ କୋରାପୁଟ ଝିଅ ଆରାଧ୍ୟା ନାୟକ ପହଞ୍ଚତ୍ଛନ୍ତି। ମାତ୍ର ୮ ବର୍ଷ ବୟସର ଆରାଧ୍ୟାଙ୍କ ଉଚ୍ଚକୋଟୀର ଅଭିନୟ ତାଙ୍କୁ ଏହି ସଫଳତା ଦେଇଛି। ଜିଲା ପାଇଁ ସେ ଗୌରବ ଆଣିଛନ୍ତି। ରବିବାର କୋରାପୁଟ ପ୍ରେସ କ୍ଲବଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ତାଙ୍କ ବାପା ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଗୋପାଳ କୃଷ୍ଣ ନାୟକ ଏହି ସୂଚନା ଦେଇଛନ୍ତି। କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିବା […] The post ଫାଇନାଲରେ ପହଞ୍ଚିଲେ ଆରାଧ୍ୟା appeared first on Dharitri Odia News.
କୋରାପୁଟ,୧୮ା୨(ଅମିତାଭ ବେହେରା): ରିୟଲ୍ଟି ଶୋ ଟିକେ ଡ୍ୟାନ୍ସ ଟିକେ ଆକ୍ଟିଂର ଫାଇନାଲରେ କୋରାପୁଟ ଝିଅ ଆରାଧ୍ୟା ନାୟକ ପହଞ୍ଚତ୍ଛନ୍ତି। ମାତ୍ର ୮ ବର୍ଷ ବୟସର ଆରାଧ୍ୟାଙ୍କ ଉଚ୍ଚକୋଟୀର ଅଭିନୟ ତାଙ୍କୁ ଏହି ସଫଳତା ଦେଇଛି। ଜିଲା ପାଇଁ ସେ ଗୌରବ ଆଣିଛନ୍ତି। ରବିବାର କୋରାପୁଟ ପ୍ରେସ କ୍ଲବଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ତାଙ୍କ ବାପା ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଗୋପାଳ କୃଷ୍ଣ ନାୟକ ଏହି ସୂଚନା ଦେଇଛନ୍ତି।
କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢୁଥିବା ଆରାଧ୍ୟା ଉଭୟ ଡ୍ୟାନ୍ସ ଓ ଆକ୍ଟିଂରେ ନିଖୁଣ ନୃତ୍ୟ ଓ ଅଭିନୟ କରି ଦର୍ଶକଙ୍କ ମନ ଜିଣୁଛନ୍ତି। ତାଙ୍କ ଘର କୋରାପୁଟ ଜିଲା କାକିରିଗୁମ୍ମା ହୋଇଥିବାବେଳେ ତାଙ୍କ ବାପା ଚାକିରି କରିଥିବାରୁ ସପରିବାର କୋରାପୁଟରେ ରହୁଛନ୍ତି। ଛୋଟ ବେଳୁ ତାଙ୍କର ଅଭିନୟ ଓ ନୃତ୍ୟ ପ୍ରତି ଦୁର୍ବଳତା ରହିଛି। ନିଜ ପ୍ରତିଭା ପ୍ରଦର୍ଶନ କରି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି ଆରାଧ୍ୟା। ଏକ ଘରୋଇ ଟିଭି ଚ୍ୟାନେଲର ରିୟଲ୍ଟି ଶୋ ଟିକେ ଡ୍ୟାନ୍ସ ଟିକେ ଆକ୍ଟିଂର ଜୟପୁରଠାରେ ହୋଇଥିବା ପ୍ରଥମ ଅଡିଶନ ଓ ପରେ କଟକଠାରେ ହୋଇଥିବା ଅଡିଶନରେ ସେ ସଫଳତା ପାଇବା ପରେ ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ା ଏବେ ସେ ଏହି ଶୋ’ର ଫାଇନାଲରେ ପହଞ୍ଚିଛନ୍ତି। ଫାଇନାଲରେ ୯ ଜଣ ପ୍ରତିଯୋଗୀ ଅଛନ୍ତି।
The post ଫାଇନାଲରେ ପହଞ୍ଚିଲେ ଆରାଧ୍ୟା appeared first on Dharitri Odia News.