ତହସିଲ ଅଫିସ୍‌ରେ ତାଲା ପକାଇଲେ ଚାଷୀ

ଆବେଦନର କରିବାର ପ୍ରାୟ ୪ମାସ ବିତି ଯାଇଥିଲେବି ଏଯାବତ ପଦ୍ମପୁର ବ୍ଲକର କୌଣସି ଚାଷୀଙ୍କୁ କ୍ଷତି ପୂରଣ ଦିଆ ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ।

ତହସିଲ ଅଫିସ୍‌ରେ ତାଲା ପକାଇଲେ ଚାଷୀ

ତହସିଲ ଅଫିସ୍ ରେ ତାଲା ପକାଇଲେ ଚାଷୀ। ପଦ୍ମପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ତାଲାପକାଇ ଧାରଣାରେ ବସିଲେ ଚାଷୀ। କ୍ଷତି ପୂରଣ ପୁରଣ ଦାବିରେ ଧାରଣାରେ ବସିଛନ୍ତି କୃଷକ ସଙ୍ଗଠନ।

ଗତ ଖରିଫ ଫସଲ ଅମଳ ସମୟରେ ମିଗଜୋମ ବାତ୍ୟା ପ୍ରଭାବରେ ଫସଲ ସବୁ ନଷ୍ଟ ହୋଇଯାଇଥିଲା। ତେବେ ଏହାର କ୍ଷତିପୂରଣ ଦେବା ଦାବିରେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଧାରଣାରେ ବସିଛନ୍ତି ଚାଷୀ ମାନେ। ତେବ ଆବେଦନର କରିବାର ପ୍ରାୟ ୪ମାସ ବିତି ଯାଇଥିଲେବି ଏଯାବତ ପଦ୍ମପୁର ବ୍ଲକର କୌଣସି ଚାଷୀଙ୍କୁ କ୍ଷତି ପୂରଣ ଦିଆ ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ।

ତହସିଲଦାର ବିପିନ କୁମାର ପ୍ରଧାନ କହିଛନ୍ତି, ଚାଷୀ ମାନଙ୍କର ଯେଉଁ କ୍ଷତି ହୋଇଥିଲା ଆମର ଆରାଇ ମାନେ ସର୍ଭେ କରିଥିଲେ। ସେଇ ସର୍ଭେ ଅନୁସାରେ ଆମେ ଜିଲ୍ଲାପାଳଙ୍କୁ ରିପୋର୍ଟ ପଠେଇ ଦେଇଛୁ। ଆଉ ଯାହା ହେବ ସରକାରଙ୍କ ଲେବୁରେ ହେବ। ଚାଷୀ ମାନେ ଯେଉଁ ବିମା କଥା କହୁଛନ୍ତି। ତାହା ଆମ ତହସିଲ ଅଫିସ୍‌ରେ ରିସିଭ ହୋଇଥିଲା। କିନ୍ତୁ ତାହା ହେଉଛି ଚାଷୀ ବିଭାଗର। ଚାଷୀ ବିଭାଗ ଅଫିସରେ ଯାଗାନଥିବାରୁ ଜିଲ୍ଲାପାଳ କହିଥିଲେ ତହସିଲ ଅଫିସରେ ରିସିଭ କରିବା ପାଇଁ। ଆଉ ଆମେ ସେସବୁ ଫ୍ରମ୍‌ ରିସିବ କରି ଜିଲ୍ଲାପାଳଙ୍କୁ ଦେଇଛୁ।