ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା

ଏମ ରାମପୁର : ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା । କଳାହାଣ୍ଡି ଜିଲ୍ଲା ଏମ ରାମପୁର... The post ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା appeared first on .

ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା

ଏମ ରାମପୁର : ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା । କଳାହାଣ୍ଡି ଜିଲ୍ଲା ଏମ ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତା ସଂଘ ବିଭିନ୍ନ ଦାବିକୁ ନେଇ ଗଣଧାରଣାରେ ବସିଛନ୍ତି । ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବା, ବାରମ୍ବାର ବିଦ୍ୟୁତ୍ କାଟ ବନ୍ଦ କରିବା, ଜନବିରୋଧୀ ପ୍ରିପେଡ ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରିବା, ନିର୍ବାଚନ ପ୍ରତିଶୃତି ଅନୁଯାୟୀ ପ୍ରତ୍ୟେକ ଉପଭୋକ୍ତାଙ୍କୁ ମାସରେ ୩୦୦ୟୁନିଟ ବିଦ୍ୟୁତ୍ ମାଗଣାରେ ଯୋଗାଇବା,ଓ ଇଆରସି ଏବଂ ଟାଟା ପାୱାର କଂପାନୀର ଶୋଷଣ ଓ ଜୁଲୁମ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଏହାସହ ବିଦ୍ୟୁତ୍ ଘରୋଇକରଣ ବନ୍ଦ କରିବା, ବିଦ୍ୟୁତ୍ ବିଲ୍ ପୈଠ କରିଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କ ବେଆଇନ ବିଦ୍ୟୁତ୍ କାଟକୁ କରିବା ଭଳି ୭ ଦଫା ଦାବି ରଖି ଧାରଣାରେ ବସିରହିଛନ୍ତି । ଏହାସହ ତହସିଲଦାରଙ୍କ ଜରିଆରେ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

The post ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା appeared first on .