ତାଇଓ୍ବାନରେ ସିରିଜ୍ ଭୂମିକମ୍ପ; ୬.୩ ତୀବ୍ରତାରେ ଦୋହଲିଲା ରାଜଧାନୀ ତାଇପେଇ ସିଟି

ନୂଆଦିଲ୍ଲୀ: ତାଇଓ୍ବାନରେ ପୁଣି ଶକ୍ତିଶାଳୀ ଭୂମିକମ୍ପ । ଦୋହଲିଲା ତାଇଓ୍ବାନର ରାଜଧାନୀ ତାଇପେଇ ସିଟି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ମଙ୍ଗଳବାର ଏହି ଭୂମିକମ୍ପ ଝଟକା ଲାଗିଛି । ରାତି ସାରା ସିରିଜ୍ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାୟ ୮୦ ଥର ଝଟକା ଲାଗିଛି ।      ତାଇଓ୍ବାନ କେନ୍ଦ୍ରୀୟ ଜଳବାୟୁ ବିଭାଗ ରିପୋର୍ଟ ମୁତାବକ, ସୋମବାର ସ୍ଥାନୀୟ ସମୟ ୫.୦୮ ମିନିଟରେ ପ୍ରଥମ ଭୂମିକମ୍ପ ଝଟକା ଲାଗିଥିଲା । ଯାହା ଭାରତୀୟ ସମୟ ରାତି ୧୦ଟା ହେବ । ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୫.୫  ରେକର୍ଡ କରାଯାଇଥିଲା । ଏହା ପରେ ପୂର୍ବ ହୁଲିଏନରେ ୬.୩ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଝଟକା ଲାଗିଥିଲା । ପ୍ରତ୍ୟେକ୍ଷଦର୍ଶିଙ୍କ କହିବା ମୁତାବକ, ସୋମବାର ବିଳମ୍ବିତ ବା ମଙ୍ଗଳବାର ଭୋରରୁ ତାଇପେଇ ସିଟି ସିରିଜ୍ ଭୂମିକମ୍ପ ଅନୁଭୂତ ହୋଇଥିଲା ।  କେନ୍ଦ୍ରୀୟ ଜଳବାୟୁ ପ୍ରଶସାନର ସୂଚନା ଅନୁଯାୟୀ, ରାତି ୨.୨୬ ମିନିଟରେ ୬.୦ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଲାଗିଥିଲା । ଏହାର ୬ ମିନିଟ ପରେ ୬.୩ ତୀବ୍ରତାରେ ଦହୋଲି ଥିଲା ତାଇଓ୍ବାନ୍। ଆମେରିକୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ ମୁତାବକ, ଭୂମିକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଛି । ଏହା ପୂର୍ବରୁ ତାଇଓ୍ବାନରେ ଶକ୍ତିଶାଳୀ ଅନୁଭୂତ ହୋଇଥିଲା ।  

ତାଇଓ୍ବାନରେ ସିରିଜ୍ ଭୂମିକମ୍ପ; ୬.୩ ତୀବ୍ରତାରେ ଦୋହଲିଲା ରାଜଧାନୀ ତାଇପେଇ ସିଟି

ନୂଆଦିଲ୍ଲୀ: ତାଇଓ୍ବାନରେ ପୁଣି ଶକ୍ତିଶାଳୀ ଭୂମିକମ୍ପ । ଦୋହଲିଲା ତାଇଓ୍ବାନର ରାଜଧାନୀ ତାଇପେଇ ସିଟି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ମଙ୍ଗଳବାର ଏହି ଭୂମିକମ୍ପ ଝଟକା ଲାଗିଛି । ରାତି ସାରା ସିରିଜ୍ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାୟ ୮୦ ଥର ଝଟକା ଲାଗିଛି ।      

ତାଇଓ୍ବାନ କେନ୍ଦ୍ରୀୟ ଜଳବାୟୁ ବିଭାଗ ରିପୋର୍ଟ ମୁତାବକ, ସୋମବାର ସ୍ଥାନୀୟ ସମୟ ୫.୦୮ ମିନିଟରେ ପ୍ରଥମ ଭୂମିକମ୍ପ ଝଟକା ଲାଗିଥିଲା । ଯାହା ଭାରତୀୟ ସମୟ ରାତି ୧୦ଟା ହେବ । ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୫.୫  ରେକର୍ଡ କରାଯାଇଥିଲା । ଏହା ପରେ ପୂର୍ବ ହୁଲିଏନରେ ୬.୩ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଝଟକା ଲାଗିଥିଲା । 

ପ୍ରତ୍ୟେକ୍ଷଦର୍ଶିଙ୍କ କହିବା ମୁତାବକ, ସୋମବାର ବିଳମ୍ବିତ ବା ମଙ୍ଗଳବାର ଭୋରରୁ ତାଇପେଇ ସିଟି ସିରିଜ୍ ଭୂମିକମ୍ପ ଅନୁଭୂତ ହୋଇଥିଲା ।  କେନ୍ଦ୍ରୀୟ ଜଳବାୟୁ ପ୍ରଶସାନର ସୂଚନା ଅନୁଯାୟୀ, ରାତି ୨.୨୬ ମିନିଟରେ ୬.୦ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଲାଗିଥିଲା । ଏହାର ୬ ମିନିଟ ପରେ ୬.୩ ତୀବ୍ରତାରେ ଦହୋଲି ଥିଲା ତାଇଓ୍ବାନ୍। ଆମେରିକୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ ମୁତାବକ, ଭୂମିକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଛି । ଏହା ପୂର୍ବରୁ ତାଇଓ୍ବାନରେ ଶକ୍ତିଶାଳୀ ଅନୁଭୂତ ହୋଇଥିଲା ।