ତାଜା ଅପଡ଼େଟ, ଜାଣନ୍ତୁ କେତେ କ୍ୟାରେଟ୍ ସୁନା ପାଇଁ କେତେ ରହିଛି ଦର

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଏପରି ପରିସ୍ଥିତିରେ, ଯଦି ଆପଣ ସୁନା ଓ ରୂପା କିଣିବାକୁ ଚାହୁଁଛନ୍ତି କିମ୍ବା ଆପଣ ସୁନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ […] The post ତାଜା ଅପଡ଼େଟ, ଜାଣନ୍ତୁ କେତେ କ୍ୟାରେଟ୍ ସୁନା ପାଇଁ କେତେ ରହିଛି ଦର appeared first on KNews Odisha.

ତାଜା ଅପଡ଼େଟ, ଜାଣନ୍ତୁ କେତେ କ୍ୟାରେଟ୍ ସୁନା ପାଇଁ କେତେ ରହିଛି ଦର
gold

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଏପରି ପରିସ୍ଥିତିରେ, ଯଦି ଆପଣ ସୁନା ଓ ରୂପା କିଣିବାକୁ ଚାହୁଁଛନ୍ତି କିମ୍ବା ଆପଣ ସୁନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୫୨୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ରହିଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୫୮,୬୫୦ ଟଙ୍କା ଓ ୬୩,୯୭୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ରହିଛି। ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୬,୫୦୦ ଟଙ୍କା ରହିଛି।

 

The post ତାଜା ଅପଡ଼େଟ, ଜାଣନ୍ତୁ କେତେ କ୍ୟାରେଟ୍ ସୁନା ପାଇଁ କେତେ ରହିଛି ଦର appeared first on KNews Odisha.