ବୌଦ୍ଧରେ ପୁଣି ମାଓକ୍ୟାମ୍ପ ଠାବ: ଏବେ ବି ମାଓମୁକ୍ତ ନୁହେଁ ଓଡିଶା!

କନକ ବ୍ୟୁରୋ: ଦେଶର ଅନ୍ତରୀଣ ସୁରକ୍ଷା ନେଇ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଛି। ସେପଟେ ବୌଦ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀ ଏକ ମାଓକ୍ୟାମ୍ପ ଠାବ କରି ବିପୁଳ ବିସ୍ଫୋରକ ଜବତ କରିଛନ୍ତି। ସେହିପରି ସନ୍ଦିଗ୍ଧ ମାଓବାଦୀଙ୍କ ଡିନାମାଇଟ୍ ବିସ୍ଫୋରଣରେ ଜଣେ ଆହତ ହୋଇଥିବା ବେଳେ ମାଲକାନଗିରିରେ ଜଣେ ମହିଳା ମାଓବାଦୀକୁ ପୋଲିସ ଗିରଫ କରିଛି ।...   ବୌଦ୍ଧରେ ବହୁ ମାଓ ବିସ୍ଫୋରକ ସମଗ୍ରୀ ଜବତ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କନାଗୁଡା ପାଖ ଜଙ୍ଗଲରେ ମାଓ ଗତିବିଧି ନେଇ ଗୁଇନ୍ଦା  ସୂଚନା ପରେ ଊଠୠ ଓ ବମ ସ୍କ୍ୱାଡ୍ ମିଳିତ ସର୍ଚ୍ଚ ଅପରେସନ କରିଥିଲେ। ଏକ ମାଓକ୍ୟାମ୍ପ ଠାବ ସହ ୨୩୦ ଜିଲୋଟିନ, ୧ ମିଟର ସେଫଟି ଫ୍ୟୁଜ, ୫ଟି ବ୍ୟାଟେରୀ, ମାଓ ୟୁନିଫର୍ମ ଓ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି .  ଗଞ୍ଜେଇ ଗଛ ନଷ୍ଟ କରି ଫେରିବା ବେଳେ ଫୁଟିଲା ଡିନାମାଇଟ । ବୌଦ୍ଧ ମନମୁଣ୍ଡାର ବନରକ୍ଷୀ ବିଶିକେଶନ କର୍ଣ୍ଣ ଏଥିରେ ଆହତ ହୋଇଛନ୍ତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୋଲିସ ଓ ଅନ୍ୟ ବନ କର୍ମଚାରୀ । ଆହତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମାଓବାଦୀ ଏହି ଡିନାମାଇଟ ଖଞ୍ଜିଥିବା ସନ୍ଦେହ କରାଯାଉଛି।.. ସେପଟେ ଛତିଶଗଡ଼ର ଜଣେ ମହିଳା ମାଓବାଦୀକୁ ମାଲକାନଗିରି ପୁଲିସ ଗିରଫ କରିଛି। ତା ନାଁ ଆନ୍ତି ମାଡବି ଓରଫ ଲାକେ। ଲାକେକୁ ଏମଭି ୭୯ ଥାନା କୁର୍ତ୍ତୀ ଜଙ୍ଗଲରୁ ଗିରଫ କରାଯାଇଛି । ମାଓନେତା ଉଦୟର ପ୍ରୋଟେକ୍ସନ ଟିମ

ବୌଦ୍ଧରେ ପୁଣି ମାଓକ୍ୟାମ୍ପ ଠାବ: ଏବେ ବି ମାଓମୁକ୍ତ ନୁହେଁ ଓଡିଶା!

କନକ ବ୍ୟୁରୋ: ଦେଶର ଅନ୍ତରୀଣ ସୁରକ୍ଷା ନେଇ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଛି। ସେପଟେ ବୌଦ୍ଧ ଜିଲ୍ଲାରେ ସୁରକ୍ଷାକର୍ମୀ ଏକ ମାଓକ୍ୟାମ୍ପ ଠାବ କରି ବିପୁଳ ବିସ୍ଫୋରକ ଜବତ କରିଛନ୍ତି। ସେହିପରି ସନ୍ଦିଗ୍ଧ ମାଓବାଦୀଙ୍କ ଡିନାମାଇଟ୍ ବିସ୍ଫୋରଣରେ ଜଣେ ଆହତ ହୋଇଥିବା ବେଳେ ମାଲକାନଗିରିରେ ଜଣେ ମହିଳା ମାଓବାଦୀକୁ ପୋଲିସ ଗିରଫ କରିଛି ।...  

ବୌଦ୍ଧରେ ବହୁ ମାଓ ବିସ୍ଫୋରକ ସମଗ୍ରୀ ଜବତ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କନାଗୁଡା ପାଖ ଜଙ୍ଗଲରେ ମାଓ ଗତିବିଧି ନେଇ ଗୁଇନ୍ଦା  ସୂଚନା ପରେ ଊଠୠ ଓ ବମ ସ୍କ୍ୱାଡ୍ ମିଳିତ ସର୍ଚ୍ଚ ଅପରେସନ କରିଥିଲେ। ଏକ ମାଓକ୍ୟାମ୍ପ ଠାବ ସହ ୨୩୦ ଜିଲୋଟିନ, ୧ ମିଟର ସେଫଟି ଫ୍ୟୁଜ, ୫ଟି ବ୍ୟାଟେରୀ, ମାଓ ୟୁନିଫର୍ମ ଓ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି . 

ଗଞ୍ଜେଇ ଗଛ ନଷ୍ଟ କରି ଫେରିବା ବେଳେ ଫୁଟିଲା ଡିନାମାଇଟ । ବୌଦ୍ଧ ମନମୁଣ୍ଡାର ବନରକ୍ଷୀ ବିଶିକେଶନ କର୍ଣ୍ଣ ଏଥିରେ ଆହତ ହୋଇଛନ୍ତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୋଲିସ ଓ ଅନ୍ୟ ବନ କର୍ମଚାରୀ । ଆହତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମାଓବାଦୀ ଏହି ଡିନାମାଇଟ ଖଞ୍ଜିଥିବା ସନ୍ଦେହ କରାଯାଉଛି।..

ସେପଟେ ଛତିଶଗଡ଼ର ଜଣେ ମହିଳା ମାଓବାଦୀକୁ ମାଲକାନଗିରି ପୁଲିସ ଗିରଫ କରିଛି। ତା ନାଁ ଆନ୍ତି ମାଡବି ଓରଫ ଲାକେ। ଲାକେକୁ ଏମଭି ୭୯ ଥାନା କୁର୍ତ୍ତୀ ଜଙ୍ଗଲରୁ ଗିରଫ କରାଯାଇଛି । ମାଓନେତା ଉଦୟର ପ୍ରୋଟେକ୍ସନ ଟିମ୍ ସଦସ୍ୟା ଥିଲା ଲାକେ।  ତା ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ମାଲକାନଗିରିର ତୁଳସୀ ଓ ଦୁଲଦୁଲି ଏନକାଉଣ୍ଟର ସହ ୧୧ଟି ଏନକାଉଣ୍ଟର ଘଟଣାରେ ସାମିଲ ଥିଲା ଲାକେ।