ତାତିରୁ ମିଳିବ ଆଶ୍ବସ୍ତି, ଆସନ୍ତା ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ
ଭୁବନେଶ୍ୱର,୨୯।୫: ଭାରତର ଅନେକ ରାଜ୍ୟରେ ଏବେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହାସହିତ କିଛି ଉତ୍ତରପୂର୍ବ ରାଜ୍ୟକୁ ମଧ୍ୟ ମୌସୁମୀ ଅଗ୍ରସର ହେବ। ସେପଟେ ବୁଧବାର ପୁଣି ଓଡ଼ିଶାରେ ୪୫ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ରାଜ୍ୟର ଆଭ୍ୟନ୍ତରୀଣ ଅସମ୍ଭାଳ […] The post ତାତିରୁ ମିଳିବ ଆଶ୍ବସ୍ତି, ଆସନ୍ତା ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ appeared first on Dharitri Odia News.
ଭୁବନେଶ୍ୱର,୨୯।୫: ଭାରତର ଅନେକ ରାଜ୍ୟରେ ଏବେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହାସହିତ କିଛି ଉତ୍ତରପୂର୍ବ ରାଜ୍ୟକୁ ମଧ୍ୟ ମୌସୁମୀ ଅଗ୍ରସର ହେବ।
ସେପଟେ ବୁଧବାର ପୁଣି ଓଡ଼ିଶାରେ ୪୫ଡ଼ିଗ୍ରୀ ଅତିକ୍ରମ କରିଛି ତାତି। ରାଜ୍ୟର ଆଭ୍ୟନ୍ତରୀଣ ଅସମ୍ଭାଳ ତାତି ହେଉଥିଲା ବେଳେ, ଉପକୂଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୫.୬ ଡ଼ିଗ୍ରୀ ଏବଂ ସମ୍ବଲପୁରରେ ୪୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସେହିପରି ହୀରାକୁଦରରେ ୪୪.୮ ଡ଼ିଗ୍ରୀ , ରାଉରକେଲାରେ ୪୩.୬ ଡ଼ିଗ୍ରୀ , କେନ୍ଦୁଝରରେ ୪୧.୨ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୯.୮ ଡ଼ିଗ୍ରୀ , ବାଲେଶ୍ୱରରେ ୩୭.୫ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୫ ଡ଼ିଗ୍ରୀ , ପାରାଦୀପରେ ୩୪.୪ଡ଼ିଗ୍ରୀ ଏବଂ ପୁରୀରେ ୩୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
The post ତାତିରୁ ମିଳିବ ଆଶ୍ବସ୍ତି, ଆସନ୍ତା ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ appeared first on Dharitri Odia News.