ତାତିରୁ ମିଳିବ ତ୍ରାହି! ୨୪ ଘଂଟା ପରେ କାଳବୈଶାଖୀ ସମ୍ଭାବନା
କନକ ବ୍ୟୁରୋ: ତାତିରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୨୪ ଘଂଟା ପରେ ବଦଳିବ ପାଗ । ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳରେ କୁଆପଥର ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଦୁଇ ଦିନର ହିଟ୍ୱେଭ କଣ୍ଡିସନ୍, ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରିପକାଇଥିବାବେଳେ ଆଶ୍ୱସ୍ତି କଲାଭଳି ଖବର ଦେଇଛି ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ […] The post ତାତିରୁ ମିଳିବ ତ୍ରାହି! ୨୪ ଘଂଟା ପରେ କାଳବୈଶାଖୀ ସମ୍ଭାବନା first appeared on Kanak News.

କନକ ବ୍ୟୁରୋ: ତାତିରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୨୪ ଘଂଟା ପରେ ବଦଳିବ ପାଗ । ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳରେ କୁଆପଥର ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଦୁଇ ଦିନର ହିଟ୍ୱେଭ କଣ୍ଡିସନ୍, ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରିପକାଇଥିବାବେଳେ ଆଶ୍ୱସ୍ତି କଲାଭଳି ଖବର ଦେଇଛି ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କାର୍ଯ୍ୟାଳୟର ଆକଳନ ଅନୁସାରେ ଆଗାମୀ ୨୪ ଘଂଟା ପରେ କାଳବ÷÷ଶାଖୀ ସମ୍ଭାବନା ରହିଛି । ତେଣୁ ଅସହ୍ୟ ତାତିରୁ ତ୍ରାହି ମିଳିପାରେ ।
୨୪ ଘଂଟା ପରେ କାଳବୈଶାଖୀ!
ମ୍ୟାପ୍ ୧- ଏଥିରେ ରବିବାର ସକାଳ ୮ଟା ୩୦ରୁ ସୋମବାର ସକାଳ ୮ଟା ୩୦ ଯାଏଁ ପାଣିପାଗର ପୂର୍ବାନୁମାନ କରାଯାଇଛି । କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଏସବୁ ଅଂଚଳରେ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସତର୍କ କରାଯାଇଛି । ଏଥିସହ ମୟୂରଭଞ୍ଜ, ଦେବଗଡ, ବୌଦ୍ଧ, ନୟାଗଡ ଓ ଖୋର୍ଦ୍ଧର କେତେକ ସ୍ଥାନରେ ବଜୁଳି, ଘଡ଼ଘଡି଼ ସହ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ଆକଳନ କରାଯାଇଛି ।
ମ୍ୟାପ୍ ୨- ସେହିଭଳି ୮ ତାରିଖରେ କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିସହ ଆଗାମୀ ୨୪ ଘଂଟା ହିଟ୍ ୱେଭ ବଳବତର ରହିବ ବୋଲି କହିଛି ପାଣିପାଗ ବିଭାଗ । ନୟାଗଡ, ବଲାଙ୍ଗିର, ଭଦ୍ରକ, ଗଜପତି ଓ ବୌଦ୍ଧରେ ଆସନ୍ତା ୨୪ ଘଂଟା ଗ୍ରୀଷ୍ମପ୍ରବାହ ଜାରି ରହିବ । ଗତକାଲି ଅପେକ୍ଷା ଆଜି ତାପମାତ୍ରା କମିଥିଲେ ବି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଦୁଇ ଦିନରେ ସାରା ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ଆଶ୍ୱସ୍ତି ମିଳିଛି ।
The post ତାତିରୁ ମିଳିବ ତ୍ରାହି! ୨୪ ଘଂଟା ପରେ କାଳବୈଶାଖୀ ସମ୍ଭାବନା first appeared on Kanak News.