ତାପମାତ୍ରା ନିୟନ୍ତ୍ରଣକରେ ଗୋଲାପି କବଚ

ୱାଶିଂଟନ: ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ଦେଖିବାକୁ ବହୁତ ସୁନ୍ଦର ଜୀବ। ଏହି ଜୀବର ଶରୀରରେ ଅଜବ ପ୍ରକାରର ତ୍ୱଚା ରହିଛି, ଯାହା ତାକୁ ସମସ୍ତଙ୍କଠାରୁ ଖାସ୍‌ ପ୍ରମାଣିତ କରୁଛି। ଏହା ଆର୍ମାଡିଲୋର ସବୁଠୁ ଛୋଟ ପ୍ରଜାତି। ଏହି ଜୀବ ପିଚିସିଏଗୋ ନାମରେ ମଧ୍ୟ ଜଣାଶୁଣା। ଆର୍ମାଡିଲୋ ମରୁଭୂମିରେ ମଧ୍ୟ ରହିପାରେ। ଜୀବର ଆକାର ଛୋଟ ହୋଇଥିବାରୁ ସେ ହାତମୁଠାରେ ମଧ୍ୟ ଜାଗା ହୋଇଯିବ। ରିପୋର୍ଟ ମୁତାବକ, ଆମେରିକା ଅଞ୍ଚଳରେ ଦେଖାଯାଉଥିବା ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ଆକାରରେ କେବଳ […] The post ତାପମାତ୍ରା ନିୟନ୍ତ୍ରଣକରେ ଗୋଲାପି କବଚ appeared first on Dharitri Odia News.

ତାପମାତ୍ରା ନିୟନ୍ତ୍ରଣକରେ ଗୋଲାପି କବଚ

ୱାଶିଂଟନ: ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ଦେଖିବାକୁ ବହୁତ ସୁନ୍ଦର ଜୀବ। ଏହି ଜୀବର ଶରୀରରେ ଅଜବ ପ୍ରକାରର ତ୍ୱଚା ରହିଛି, ଯାହା ତାକୁ ସମସ୍ତଙ୍କଠାରୁ ଖାସ୍‌ ପ୍ରମାଣିତ କରୁଛି। ଏହା ଆର୍ମାଡିଲୋର ସବୁଠୁ ଛୋଟ ପ୍ରଜାତି। ଏହି ଜୀବ ପିଚିସିଏଗୋ ନାମରେ ମଧ୍ୟ ଜଣାଶୁଣା। ଆର୍ମାଡିଲୋ ମରୁଭୂମିରେ ମଧ୍ୟ ରହିପାରେ। ଜୀବର ଆକାର ଛୋଟ ହୋଇଥିବାରୁ ସେ ହାତମୁଠାରେ ମଧ୍ୟ ଜାଗା ହୋଇଯିବ। ରିପୋର୍ଟ ମୁତାବକ, ଆମେରିକା ଅଞ୍ଚଳରେ ଦେଖାଯାଉଥିବା ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ଆକାରରେ କେବଳ ୬ ଇଞ୍ଚ ଲମ୍ବା ହୋଇପାରେ। ଏମାନଙ୍କ ଓଜନ ୧୦୦ ଗ୍ରାମ ହୋଇଥାଏ। ଏହି ଜୀବ ଶରୀରରେ ଦୁଇଟି ତ୍ୱଚା ଦେଖିବାକୁ ମିଳେ, ଯାହାକୁ ସେ ସୁରକ୍ଷାକବଚ ରୂପେ ବ୍ୟବହାର କରେ। ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ବାଲି, ଘାସ, ମାଟି ଅଞ୍ଚଳରେ ରହିଥାଏ। ଅଧିକାଂଶ ସମୟ ଏମାନେ ଅଣ୍ଡରଗ୍ରାଉଣ୍ଡରେ ରୁହନ୍ତି। ମରୁଭୂମିର ବାଲି ଭିତରେ ପଶିଯାଇ ଲୁଚିପାରନ୍ତି। ବାଲିରେ ପହଁରୁଥିବା ଜୀବ ଭାବେ ମଧ୍ୟ ଏମାନେ ଜଣାଶୁଣା। ଶରୀରରେ ଥିବା ଗୋଲାପି ରଙ୍ଗର କବଚ ସେମାନଙ୍କ ତାପମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏମାନେ ସର୍ବହାରି ହୋଇଥିବାବେଳେ ପୋଷା ଜୀବ ଭାବେ ବଞ୍ଚିବା ଏମାନଙ୍କ ପାଖେ ସମ୍ଭବ ହୋଇ ନ ଥାଏ। ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ଏମାନେ ବଞ୍ଚିପାରନ୍ତି।

The post ତାପମାତ୍ରା ନିୟନ୍ତ୍ରଣକରେ ଗୋଲାପି କବଚ appeared first on Dharitri Odia News.