ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୪ ଡେଇଁଛି। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଥିବାବେଳେ ୩୨ ସହରର ତାପମାତ୍ରା ୪୦ ଉପରେ ରହିଛି। ୪୪.୩ ଡିଗ୍ରୀ ସହ ଆଜି ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ୪୪.୨ ସହ ବାରିପଦା ତାପମାତ୍ରା ଦ୍ୱିତୀୟ ସର୍ବାଧିକ […] The post ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ appeared first on Dharitri Odia News.

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୪ ଡେଇଁଛି। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଥିବାବେଳେ ୩୨ ସହରର ତାପମାତ୍ରା ୪୦ ଉପରେ ରହିଛି। ୪୪.୩ ଡିଗ୍ରୀ ସହ ଆଜି ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ୪୪.୨ ସହ ବାରିପଦା ତାପମାତ୍ରା ଦ୍ୱିତୀୟ ସର୍ବାଧିକ ସହର ହୋଇଛି। ଅନ୍ୟପଟେ ତାପମାତ୍ରାରେ ଆଜି ଭୁବନେଶ୍ୱରକୁ ଟପିଛି କଟକ। ଆଜି ଭୁବନେଶ୍ୱର ତାପମାତ୍ରା ୪୧.୪ ଥିବା ବେଳେ କଟକରେ ୪୨.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

The post ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ appeared first on Dharitri Odia News.