ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ, ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ

ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ ।  ଉତ୍ତର ତାମିଲନାଡୁରେ କରିବ ଲ୍ୟାଣ୍ଡଫଲ ।  ତାମିଲନାଡୁ ଓ ପଣ୍ଡିଚେରୀର କରାଇକଲ ଓ ମହାବଳୀପୁରମ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ ।  ଗଷ୍ଟିଂ ସ୍ପିଡ ୯୦ କିମି ପର୍ଯ୍ୟନ୍ତ ବଢିପାରେ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗକୁ ଆସୁଛି ଫେଙ୍ଗଲ ।  ଏହାର ପ୍ରଭାବରେ […] The post ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ, ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ appeared first on KNews Odisha.

ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ, ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ
cyclone

ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ ।  ଉତ୍ତର ତାମିଲନାଡୁରେ କରିବ ଲ୍ୟାଣ୍ଡଫଲ ।  ତାମିଲନାଡୁ ଓ ପଣ୍ଡିଚେରୀର କରାଇକଲ ଓ ମହାବଳୀପୁରମ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ ।  ଗଷ୍ଟିଂ ସ୍ପିଡ ୯୦ କିମି ପର୍ଯ୍ୟନ୍ତ ବଢିପାରେ ।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗକୁ ଆସୁଛି ଫେଙ୍ଗଲ ।  ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଧରି ଉପକୂଳ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି।  ପରବର୍ତ୍ତୀ ୨୪ ଘଣ୍ଟାରେ ମୂଷଳଧାରରେ ବର୍ଷା ସହ କେତେକ ଅଞ୍ଚଳରେ ଅତିଭୀଷଣ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବାତ୍ୟା ଫେଙ୍ଗଲ ପ୍ରଭାବରେ ଉପକୂଳ ତାମିଲନାଡୁର ଚେନ୍ନାଇ, କାଞ୍ଚିପୁରମ,ଚେଙ୍ଗଲପାଟ୍ଟ, ତିରୁଭାଲ୍ଲୁର, ନାଗପଟ୍ଟିନମରେ ପ୍ରବଳ ବର୍ଷା ହୋଇଛି । ଚେନ୍ନାଇର ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ବହୁ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ମାରକନାମ, ଭିଲ୍ଲୁପୁରମ ସହ ବିଭିନ୍ନ ପବନରେ ଗଛ ଭାଙ୍ଗି ପଡ଼ିଛି ।

ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରକୁ ସଂଧ୍ୟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଫଳରେ ଯାତ୍ରୀ ହଇରାଣ ହୋଇଥିବା ଦେଖାଯାଇଛି । ଦକ୍ଷିଣ ରେଳବାଇର ଅନେକ ଟ୍ରେନର ଚଳାଚଳ ବ୍ୟାହତ ହୋଇଛି। ତାମିଲନାଡୁର ୮ଟି ଜିଲ୍ଲା ଓ ପୁଡୁଚେରୀରେ ଆଜି ସ୍କୁଲ କଲେଜ ବନ୍ଦ ରହିଛି। ତାମିଲନାଡୁରେ ୨୨ଶହ ରିଲିଫ କ୍ୟାମ୍ପକୁ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

ଜଳନିଷ୍କାସନ ପାଇଁ ମୋଟର ପମ୍ପକୁ ଲଗାଯାଇଛି ।  ସୁରକ୍ଷା ଓ ଉଦ୍ଧାର ପାଇଁ ବୋଟ, ଜେନେରେଟର ସହ ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ ନିୟୋଜିତ ହୋଇଛନ୍ତି।  ସମ୍ଭାବ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପୁଡୁଚେରୀରେ ସମୁଦ୍ରକୂଳକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

The post ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ, ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ appeared first on KNews Odisha.