ତାମିଲିସାଇଙ୍କୁ ମଞ୍ଚରେ ଗାଳିକଲେ ଶାହା, ଭିଡିଓ ଭାଇରାଲ

ଅମରବତୀ,୧୩ା୬: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ବୁଧବାର ଭାଜପା ନେତ୍ରୀ ତାମିଲିସାଇ ସୌନ୍ଦରାରାଜନ୍‌ଙ୍କୁ ଗାଳି କରୁଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ମଞ୍ଚାସୀନ ଶାହା ଏବଂ ପୂର୍ବତନ ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡୁଙ୍କୁ ହାତଯୋଡ଼ି ନମସ୍କାର କରିଥିଲେ। ଶାହା ‘ନମସ୍ତେ’ କହି ଅଭିବାଦନ ଗ୍ରହଣ କରିଥିବାବେଳେ ନାଇଡୁ ମୁଣ୍ଡ ହଲାଇଥିଲେ। ତାମିଲିସାଇ ଆଗକୁ ବଢ଼ୁଥିବାବେଳେ ଶାହା ତାଙ୍କୁ ଡାକି ରାଗରେ ଗାଳି କରୁଥିବା ଏହି ୧୮ ସେକେଣ୍ଡର ଭିଡିଓରେ […] The post ତାମିଲିସାଇଙ୍କୁ ମଞ୍ଚରେ ଗାଳିକଲେ ଶାହା, ଭିଡିଓ ଭାଇରାଲ appeared first on Dharitri Odia News.

ତାମିଲିସାଇଙ୍କୁ ମଞ୍ଚରେ ଗାଳିକଲେ ଶାହା, ଭିଡିଓ ଭାଇରାଲ

ଅମରବତୀ,୧୩ା୬: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ବୁଧବାର ଭାଜପା ନେତ୍ରୀ ତାମିଲିସାଇ ସୌନ୍ଦରାରାଜନ୍‌ଙ୍କୁ ଗାଳି କରୁଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି।
ମଞ୍ଚାସୀନ ଶାହା ଏବଂ ପୂର୍ବତନ ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡୁଙ୍କୁ ହାତଯୋଡ଼ି ନମସ୍କାର କରିଥିଲେ। ଶାହା ‘ନମସ୍ତେ’ କହି ଅଭିବାଦନ ଗ୍ରହଣ କରିଥିବାବେଳେ ନାଇଡୁ ମୁଣ୍ଡ ହଲାଇଥିଲେ। ତାମିଲିସାଇ ଆଗକୁ ବଢ଼ୁଥିବାବେଳେ ଶାହା ତାଙ୍କୁ ଡାକି ରାଗରେ ଗାଳି କରୁଥିବା ଏହି ୧୮ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି।

ତାମିଲିସାଇ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ସେ ଚେନ୍ନାଇ ସାଉଥ୍‌ ଲୋକ ସଭା ଆସନରୁ ଲଢ଼ି ହାରିଯାଇଥିଲେ। ତାମିଲନାଡୁରେ ଏଆଇଏଡିଏମ୍‌କେ ସହ ଭାଜପା ମେଣ୍ଟ କରି ନ ଥିବାରୁ ତାମିଲିସାଇ ଏହି ନିଷ୍ପତ୍ତିକୁ ସର୍ବସାଧାରଣରେ ସମାଲୋଚନା କରିଆସୁଥିଲେ। ତାମିଲନାଡୁରେ ଭାଜପା ଗୋଟିଏ ମଧ୍ୟ ଆସନ ଦଖଲ କରିପାରି ନାହିଁ। ଏଥିପାଇଁ ଭାଜପା ନେତା କେ. ଆନ୍ନାମଲାଇଙ୍କ ସହ ତାମିଲିସାଇଙ୍କ ମତଭେଦକୁ ଦାୟୀ କରାଯାଉଛି।

The post ତାମିଲିସାଇଙ୍କୁ ମଞ୍ଚରେ ଗାଳିକଲେ ଶାହା, ଭିଡିଓ ଭାଇରାଲ appeared first on Dharitri Odia News.