ଜନଗଣନା ସ୍ପଷ୍ଟତା ପାଇଁ ସର୍ବଦଳୀୟ ବୈଠକ ହେଉ: କଂଗ୍ରେସ

ନୂଆଦିଲ୍ଲୀ,୨୯ା୧୦: ଆସନ୍ତାବର୍ଷ ହେବାକୁ ଥିବା ଜନଗଣନା ସହ ଜାତି ଗଣନା ହେବ କି ନାହିଁ, ତାହା ଉପରେ ସ୍ପଷ୍ଟତା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି କଂଗ୍ରେସ ଦାବି କରିଛି। ଲୋକ ସଭାରେ ପ୍ରତ୍ୟେକ ରାଜ୍ୟର ସାମର୍ଥ୍ୟ ନିର୍ଦ୍ଧାରଣ ପାଇଁ ଜନଗଣନା ତଥ୍ୟ ବ୍ୟବହାର କରାଯିବ କି ନାହିଁ, ତାହା ସ୍ପଷ୍ଟ ହେବା ଦରକାର ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ରେଜିଷ୍ଟ୍ରାର ଜେନେରାଲ ଓ ସେନ୍‌ସସ୍‌ କମିଶନରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଜ୍ଞପ୍ତି […] The post ଜନଗଣନା ସ୍ପଷ୍ଟତା ପାଇଁ ସର୍ବଦଳୀୟ ବୈଠକ ହେଉ: କଂଗ୍ରେସ appeared first on Dharitri Odia News.

ଜନଗଣନା ସ୍ପଷ୍ଟତା ପାଇଁ ସର୍ବଦଳୀୟ ବୈଠକ ହେଉ: କଂଗ୍ରେସ

ନୂଆଦିଲ୍ଲୀ,୨୯ା୧୦: ଆସନ୍ତାବର୍ଷ ହେବାକୁ ଥିବା ଜନଗଣନା ସହ ଜାତି ଗଣନା ହେବ କି ନାହିଁ, ତାହା ଉପରେ ସ୍ପଷ୍ଟତା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି କଂଗ୍ରେସ ଦାବି କରିଛି। ଲୋକ ସଭାରେ ପ୍ରତ୍ୟେକ ରାଜ୍ୟର ସାମର୍ଥ୍ୟ ନିର୍ଦ୍ଧାରଣ ପାଇଁ ଜନଗଣନା ତଥ୍ୟ ବ୍ୟବହାର କରାଯିବ କି ନାହିଁ, ତାହା ସ୍ପଷ୍ଟ ହେବା ଦରକାର ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି।

ରେଜିଷ୍ଟ୍ରାର ଜେନେରାଲ ଓ ସେନ୍‌ସସ୍‌ କମିଶନରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ବହୁବିଳମ୍ବିତ ଜନଗଣନା ଖୁବ୍‌ଶୀଘ୍ର ହେବାକୁ ଯାଉଥିବା ସୂଚନା ମିଳିଛି। ତେବେ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବଭଳି ଏଥର ଜନଗଣନାରେ ଦେଶର ସମସ୍ତ ଜାତିଙ୍କୁ ଗଣନା କରାଯିବ କି ନାହିଁ। ସମ୍ବିଧାନ ଅନୁଯାୟୀ ଏଭଳି ଜାତି ଗଣନା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ଜୟରାମ କହିଛନ୍ତି।

ସମ୍ବିଧାନର ଅନୁଚ୍ଛେଦ ୮୨ ଅନୁଯାୟୀ ବର୍ଷ ୨୦୨୬ ପରେ ହେବାକୁ ଥିବା ଜନଗଣନା ତଥ୍ୟ ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ହେବା ବ୍ୟବସ୍ଥା ରହିଛି। ତେବେ ଆସନ୍ତାବର୍ଷ ଜନଗଣନା ହେଲେ ଏହାର ତଥ୍ୟକୁ ଲୋକ ସଭାରେ ପ୍ରତ୍ୟେକ ରାଜ୍ୟର ସାମର୍ଥ୍ୟ ନିର୍ଦ୍ଧାରଣ ପାଇଁ ବ୍ୟବହାର କରାଯିବ କି ନାହିଁ ସରକାର ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ନେତା କହିଛନ୍ତି।

The post ଜନଗଣନା ସ୍ପଷ୍ଟତା ପାଇଁ ସର୍ବଦଳୀୟ ବୈଠକ ହେଉ: କଂଗ୍ରେସ appeared first on Dharitri Odia News.