୧୧ ଚୋରି ବାଇକ ଜବତ, ୩ ଗିରଫ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସକୁ ମିଳିଛି ବଡ଼ ସଫଳତା । କଣ୍ଟାବାଞ୍ଜି ଅଞ୍ଚଳ ବାହାରୁ ଚୋରି ହୋଇଥିବା ୧୧ ଟି ମୋଟରସାଇକେଲକୁ ଜବତ କରିବା ସହ ମୁଖ୍ୟ ଚୋର ସହ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୁଲିସ । ଏନେଇ ଏସଡିପିଓ ଗୌରାଙ୍ଗ ଚରଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଣ୍ଟାବାଞ୍ଜି ପୁଲିସରେ କାର୍ଯ୍ୟରତ ଏସଆଇ ଈଶ୍ୱର ଚନ୍ଦ୍ର ମାଝୀ ଗତ ୧୯ତାରିଖ ଦିନ ଡ୍ୟୁଟି ସାରି ନିଜ ଘର ଆଗରେ […]

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସକୁ ମିଳିଛି ବଡ଼ ସଫଳତା । କଣ୍ଟାବାଞ୍ଜି ଅଞ୍ଚଳ ବାହାରୁ ଚୋରି ହୋଇଥିବା ୧୧ ଟି ମୋଟରସାଇକେଲକୁ ଜବତ କରିବା ସହ ମୁଖ୍ୟ ଚୋର ସହ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୁଲିସ । ଏନେଇ ଏସଡିପିଓ ଗୌରାଙ୍ଗ ଚରଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଣ୍ଟାବାଞ୍ଜି ପୁଲିସରେ କାର୍ଯ୍ୟରତ ଏସଆଇ ଈଶ୍ୱର ଚନ୍ଦ୍ର ମାଝୀ ଗତ ୧୯ତାରିଖ ଦିନ ଡ୍ୟୁଟି ସାରି ନିଜ ଘର ଆଗରେ ନିଜ ବାଇକ ରଖିଥିବାବେଳେ ଗିରଫ ହୋଇଥିବା ନର୍ଲା ଥାନା ରୁପରାରୋଡ଼ର ଅବିନାଶ ସାହୁ ଗାଡ଼ିକୁ ନେଇ ଫେରାର ହୋଇଯାଇଥିଲା । ଏଏସଆଇ ଈଶ୍ୱର ମାଝୀ ୨୦ ତାରିଖ ସକାଳେ ନିଜ ବାଇକ ନଥିବା ଦେଖି ଥାନାରେ ନିଜେ ଏତଲା ଦେବା ପରେ ଏକ ମାମଲା ରୁଜୁ ହେବା ସହ କେସ ନଂ ୩୬୮/୨୦୨୪ ଦେବା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦେଶ କ୍ରମେ ଏକ ଟିମ୍ କରି ଅନେକ ଜାଗାରେ ଚଢାଉ କରିବା ପରେ କଳାହାଣ୍ଡି ଜିଲା ରୁପ୍ରାରୋଡ ଅଞ୍ଚଳରୁ ଅବିନାଶ ସାହୁକୁ ଗିରଫ କରି ଅଧିକ ପଚରଉଚରା କରିବା ପରେ କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳର ଅମନ ଦିଗଲ ଏବଂ ବାଲିଗୁଡା ଥାନା ଆମ୍ବ ଗାଁ ଦୀପକ ଡାକୁଆଙ୍କ ସଂପୃକ୍ତି ମିଳିଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଚୋରି ହୋଇଥିବା ୩ଟି ସ୍କୁଟି, ଗୋଟିଏ ପଲସର, ୨ଟି ଟିଭିଏସ ଆପଚେ ଉଦ୍ଧାର କରିଛି ।