୨ ଯୁବକଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ ରାସ୍ତାରେ…

ଝାରସୁଗୁଡ଼ା,୨୧।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରକୁଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ସଲେଟିକ୍ରା ଗାଁର ଝସକେତନ ନାଏକ(୨୮)। ସୂଚନା ମତେ ସଲେଟିକ୍ରା ଗାଁର ଝସକେତନ ଅନ୍ୟ ୨ଜଣ ଯୁବକଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ। ସଙ୍କୁଚିତ ରାସ୍ତା ଯୋଗୁ ବାଇକ୍‌ ଭାରସାମ୍ୟ ହରାଇବାରୁ ୩ଜଣ ଯୁବକ ଖସିପଡ଼ିଥିଲେ। ନାଏକଙ୍କ ଜଙ୍ଘରେ ରଡ ପଶିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ […] The post ୨ ଯୁବକଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ ରାସ୍ତାରେ… appeared first on Dharitri Odia News.

୨ ଯୁବକଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ ରାସ୍ତାରେ…

ଝାରସୁଗୁଡ଼ା,୨୧।୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରକୁଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ସଲେଟିକ୍ରା ଗାଁର ଝସକେତନ ନାଏକ(୨୮)।
ସୂଚନା ମତେ ସଲେଟିକ୍ରା ଗାଁର ଝସକେତନ ଅନ୍ୟ ୨ଜଣ ଯୁବକଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ। ସଙ୍କୁଚିତ ରାସ୍ତା ଯୋଗୁ ବାଇକ୍‌ ଭାରସାମ୍ୟ ହରାଇବାରୁ ୩ଜଣ ଯୁବକ ଖସିପଡ଼ିଥିଲେ। ନାଏକଙ୍କ ଜଙ୍ଘରେ ରଡ ପଶିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ଆହତ ତିନିଜଣଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଯାଞ୍ଚ କରି ଝସକେତନ ନାଏକଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ଜଣ ଯୁବକଙ୍କ ଚିକିତ୍ସା ଚାଲିଥିବା ପୋଲିସ ସୂଚନା ଦେଇଛି।

The post ୨ ଯୁବକଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିଲେ ରାସ୍ତାରେ… appeared first on Dharitri Odia News.