ଭଞ୍ଜନଗରରେ ତ୍ରିରଙ୍ଗା ଶୋଭାଯାତ୍ରା,ସାମିଲ ହେଲେ ସବୁ ବର୍ଗର ଲୋକେ
ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗୁରୁବାର ଭାରତୀୟ ଯବାନଙ୍କ ପରାକ୍ରମକୁ ଦର୍ଶାଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଉଁଶଲୁଣ୍ଡି ବାଇପାସ ଛକରୁ ବାଇକ ଶୋଭାଯାତ୍ରା ବାହାରି ଭଞ୍ଜନଗର ସହର ପରିକ୍ରମା କରିବା ପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୋଭାଯାତ୍ରା ସରିଥିଲା। ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ତହସିଲଦାର ଅବିନାଶ […] The post ଭଞ୍ଜନଗରରେ ତ୍ରିରଙ୍ଗା ଶୋଭାଯାତ୍ରା,ସାମିଲ ହେଲେ ସବୁ ବର୍ଗର ଲୋକେ appeared first on Dharitri Odia News.
ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗୁରୁବାର
ଭାରତୀୟ ଯବାନଙ୍କ ପରାକ୍ରମକୁ ଦର୍ଶାଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଉଁଶଲୁଣ୍ଡି ବାଇପାସ ଛକରୁ ବାଇକ ଶୋଭାଯାତ୍ରା ବାହାରି ଭଞ୍ଜନଗର ସହର ପରିକ୍ରମା କରିବା ପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୋଭାଯାତ୍ରା ସରିଥିଲା। ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ତହସିଲଦାର ଅବିନାଶ ମହାର, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷ, ସହାୟକ ଜିଲାପାଳ ରାମ ଚନ୍ଦ୍ର ମହାପାତ୍ର, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ଅସିତ କୁମାର ମହାନ୍ତି, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଠ ପଣ୍ଡା, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ପ୍ରଶାସନ ଏବଂ ଏନ୍ଏସି ପକ୍ଷରୁ ମିଳିତ ଭାବେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ପହଲଗାମଠାରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏଥିସହ ପର୍ଯ୍ୟଟକଙ୍କୁ ସାହାର୍ଯ୍ୟ କରୁଥିବା ଜଣକୁ ହତ୍ୟା କରିଥିଲେ। ଯାହାକୁ ନେଇ ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହାର ଜବାବ ଦେଇ ଭରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୂର କରିଥିଲା। ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ବ୍ୟାପକ କ୍ଷତି ହୋଇଥିଲା। ଏଥିସହ ବହୁ ଆତଙ୍କବାଦୀ ନିହତ ହୋଇଥିଲେ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜି ଥିବାରୁ ହଠାତ ଦୁଇଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା। ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ସରକାରଙ୍କ ପକ୍ଷରୁ ସେନାର କାର୍ଯ୍ୟକୁ ସମର୍ଥନ ଜଣାଇ ଦେଶରେ ତ୍ରିରଙ୍ଗା ଶୋଭାଯାତ୍ରା ଅନଷ୍ଠିତ ହେଉଛି। ଏହି କ୍ରମରେ ଗୁରୁବାର ଭଞ୍ଜନଗରରେ ସବୁ ବର୍ଗର ଲୋକେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
The post ଭଞ୍ଜନଗରରେ ତ୍ରିରଙ୍ଗା ଶୋଭାଯାତ୍ରା,ସାମିଲ ହେଲେ ସବୁ ବର୍ଗର ଲୋକେ appeared first on Dharitri Odia News.