ଧରାପଡ଼ିଲା ବଡ଼ ରାସନ କେଳେଙ୍କାରୀ: ୩ ଲକ୍ଷ ଭୂତ ନେଉଥିଲେ ରାସନ ଚାଉଳ
କନକ ବ୍ୟୁରୋ: ମୃତ ବ୍ୟକ୍ତିଙ୍କ ନାଁ ରେ ଉଠୁଥିଲା ରାସନ ଚାଉଳ। ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ ରାସନ କାର୍ଡରେ ଚାଲିଥିବା ଅନିୟମିତତାର ପୋଲ ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ । ଇକେୱାସି ପ୍ରକ୍ରିୟା ପରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁକୁ ବାଦ ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ନାଁରେ କେବଳ ଚାଉଳ ଉଠାଯାଉନଥିଲା ଅଯୋଗ୍ୟ ବ୍ୟକ୍ତି ବି ଉଠାଉଥିଲେ ରାସନ ଚାଉଳ । ପ୍ରଶ୍ନ ଉଠୁଛି, କିଏ ଏହି କାରନାମା କରୁଥିଲା ଓ କେତେ ଟଙ୍କାର ଦୁର୍ନୀତି ହୋଇଛି । ସତ ହେଲା କନକ ନ୍ୟୁଜରେ ପ୍ରସାରିତ ଖବର। ଇ-କେୱାଇସି ଅପଡେଟ୍ ବେଳେ ଧରାପଡିଲେ ଲକ୍ଷ ଲକ୍ଷ ଭୂତ ହିତାଧିକାରୀ। ମରି ଯାଇଥିଲେ ବି ସେମାନଙ୍କୁ ଜୀବିତ ଦର୍ଶାଇ ଲୁଟ୍ ହେଉଥିଲା ରାସନ ଚାଉଳ। ରାସନକାର୍ଡ କେଳେଙ୍କାରୀ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ବିଧାସଭାରେ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ବେଶ ଚିନ୍ତାଜନକ । ଅଯୋଗ୍ୟ ଓ ମୃତ ବ୍ୟକ୍ତିଙ୍କ ନାଁ ଉଠୁଥିଲା ଚାଉଳ । ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ, - ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ- ଇ-କେୱାଇସି ପ୍ରକ୍ରିୟା ପରେ ମୃତବ୍ୟକ୍ତିଙ୍କ ନାଁକୁ ବାଦ୍ ଦିଆଯାଇଛି- କେନ୍ଦୁଝରରେ ୩୫, ୫୫୦ଜଣ ମୃତବ୍ୟକ୍ତିଙ୍କ ନାଁରେ ରାସନ କାର୍ଡ- ଗଞ୍ଜାମରେ ୨୫, ୭୮୯, ମୟୂରଭଞ୍ଜରେ ୨୩, ୭୯୯- ରାୟଗଡ଼ାରେ ୨୨, ୪୧୧ ନାଁରେ ଉଠୁଥିଲା ଚାଉଳ ସେହିଭଳି ରା

କନକ ବ୍ୟୁରୋ: ମୃତ ବ୍ୟକ୍ତିଙ୍କ ନାଁ ରେ ଉଠୁଥିଲା ରାସନ ଚାଉଳ। ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ ରାସନ କାର୍ଡରେ ଚାଲିଥିବା ଅନିୟମିତତାର ପୋଲ ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ । ଇକେୱାସି ପ୍ରକ୍ରିୟା ପରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁକୁ ବାଦ ଦିଆଯାଇଛି। ମୃତ ବ୍ୟକ୍ତିଙ୍କ ନାଁରେ କେବଳ ଚାଉଳ ଉଠାଯାଉନଥିଲା ଅଯୋଗ୍ୟ ବ୍ୟକ୍ତି ବି ଉଠାଉଥିଲେ ରାସନ ଚାଉଳ । ପ୍ରଶ୍ନ ଉଠୁଛି, କିଏ ଏହି କାରନାମା କରୁଥିଲା ଓ କେତେ ଟଙ୍କାର ଦୁର୍ନୀତି ହୋଇଛି ।
ସତ ହେଲା କନକ ନ୍ୟୁଜରେ ପ୍ରସାରିତ ଖବର। ଇ-କେୱାଇସି ଅପଡେଟ୍ ବେଳେ ଧରାପଡିଲେ ଲକ୍ଷ ଲକ୍ଷ ଭୂତ ହିତାଧିକାରୀ। ମରି ଯାଇଥିଲେ ବି ସେମାନଙ୍କୁ ଜୀବିତ ଦର୍ଶାଇ ଲୁଟ୍ ହେଉଥିଲା ରାସନ ଚାଉଳ।
ରାସନକାର୍ଡ କେଳେଙ୍କାରୀ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ବିଧାସଭାରେ ଯେଉଁ ଲିଖିତ ଉତ୍ତର ରଖିଛନ୍ତି ତାହା ବେଶ ଚିନ୍ତାଜନକ । ଅଯୋଗ୍ୟ ଓ ମୃତ ବ୍ୟକ୍ତିଙ୍କ ନାଁ ଉଠୁଥିଲା ଚାଉଳ । ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ,
- ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ
- ଇ-କେୱାଇସି ପ୍ରକ୍ରିୟା ପରେ ମୃତବ୍ୟକ୍ତିଙ୍କ ନାଁକୁ ବାଦ୍ ଦିଆଯାଇଛି
- କେନ୍ଦୁଝରରେ ୩୫, ୫୫୦ଜଣ ମୃତବ୍ୟକ୍ତିଙ୍କ ନାଁରେ ରାସନ କାର୍ଡ
- ଗଞ୍ଜାମରେ ୨୫, ୭୮୯, ମୟୂରଭଞ୍ଜରେ ୨୩, ୭୯୯
- ରାୟଗଡ଼ାରେ ୨୨, ୪୧୧ ନାଁରେ ଉଠୁଥିଲା ଚାଉଳ
ସେହିଭଳି ରାଜ୍ୟରେ ୧୨ ହଜାର ୧୮୪ ଅଯୋଗ୍ୟ ପରିବାର ରାସନ କାର୍ଡ ହାତେଇଥିଲେ । ସେହି ପରିବାର ସଦସ୍ୟଙ୍କ ସଂଖ୍ୟା ୬୧ହଜାର ୮୨୨ ବୋଲି ଜଣାପଡିଛି । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।
ଇ-କେୱାଇସି ଧରିଛି ରାସନ କେଳେଙ୍କାରୀ । ବର୍ତ୍ତମାନ ଇ-କେୱାଇସି ପ୍ରକ୍ରିୟା ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ । ଯୋଗାଣ ମନ୍ତ୍ରୀ କହିଛନ୍ତି, ମୃତବ୍ୟକ୍ତିଙ୍କ ଚାଉଳ କାର୍ଡ ଏବେ କଟା ସରିଛି । ଆୟକରଦାତାଙ୍କୁ ନୋଟିସ ହୋଇଛି । ଚାଉଳ କିଏ ହଡପ କରିଛି ତଦନ୍ତ ଚାଲିଛି । ଏଥିରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବ ସରକାର ସମୟରୁ ମୃତବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ, ଯାହା ବଡ ଦୁର୍ନୀତି ଆଡକୁ ଇସାରା କରିଛି ।