ନିର୍ବାଚନ ପାଇଁ ଭାଜପାର ଖାସ୍‌ ପ୍ଲାନିଂ: ନିତିନ ଗଡକରୀଙ୍କୁ ବଡ଼ ଦାୟିତ୍ୱ

ପୁଣେ,୭।୯: ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ମହାରାଷ୍ଟ୍ରର ସମସ୍ତ ଭାଜପାନେତା ଅଂଶଗ୍ରହଣ କରିବେ। ମହାରାଷ୍ଟ୍ର ଭାଜପା ୟୁନିଟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏହି ସୂଚନା ଦେଇଛନ୍ତି। ଭାଜପାର ବିଧାନସଭା ନିର୍ବାଚନ ଯୋଜନା ସମ୍ପର୍କରେ ସେ କହିଛନ୍ତି,ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ନେତୃତ୍ୱରେ ୨୧ଜଣ ନେତା ମହାରାଷ୍ଟ୍ରର ବିଭିନ୍ନ କମିଟିର ଅଂଶ ହେବେ ଏବଂ ସମସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି। ଚନ୍ଦ୍ରଶେଖର କହିଛନ୍ତି, ମହାୟୁତି ପାଇଁ ଭାଜପାର ଯୋଜନା ବୁଥ ସ୍ତର ପର୍ଯ୍ୟନ୍ତ […] The post ନିର୍ବାଚନ ପାଇଁ ଭାଜପାର ଖାସ୍‌ ପ୍ଲାନିଂ: ନିତିନ ଗଡକରୀଙ୍କୁ ବଡ଼ ଦାୟିତ୍ୱ appeared first on Dharitri Odia News.

ନିର୍ବାଚନ ପାଇଁ ଭାଜପାର ଖାସ୍‌ ପ୍ଲାନିଂ: ନିତିନ ଗଡକରୀଙ୍କୁ ବଡ଼ ଦାୟିତ୍ୱ

ପୁଣେ,୭।୯: ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ମହାରାଷ୍ଟ୍ରର ସମସ୍ତ ଭାଜପାନେତା ଅଂଶଗ୍ରହଣ କରିବେ। ମହାରାଷ୍ଟ୍ର ଭାଜପା ୟୁନିଟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏହି ସୂଚନା ଦେଇଛନ୍ତି। ଭାଜପାର ବିଧାନସଭା ନିର୍ବାଚନ ଯୋଜନା ସମ୍ପର୍କରେ ସେ କହିଛନ୍ତି,ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ନେତୃତ୍ୱରେ ୨୧ଜଣ ନେତା ମହାରାଷ୍ଟ୍ରର ବିଭିନ୍ନ କମିଟିର ଅଂଶ ହେବେ ଏବଂ ସମସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି।

ଚନ୍ଦ୍ରଶେଖର କହିଛନ୍ତି, ମହାୟୁତି ପାଇଁ ଭାଜପାର ଯୋଜନା ବୁଥ ସ୍ତର ପର୍ଯ୍ୟନ୍ତ ପରିଚାଳନା କରିବା। ମହାରାଷ୍ଟ୍ରରେ ହେବାକୁ ଥିବା ନିର୍ବାଚନ ପ୍ରଚାରରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଅଂଶଗ୍ରହଣ କରିବେ। ନିର୍ବାଚନ ପ୍ରଚାରକୁ ପୂର୍ଣ୍ଣ ସମୟ ଦେବାକୁ ଆମେ ନିତିନ ଗଡକରୀଙ୍କୁ ଅନୁରୋଧ କରିଥିଲୁ ଏବଂ ସେ ରାଜି ହୋଇଥିଲେ। ଭାଜପା ବ୍ୟତୀତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି ମଧ୍ୟ ମହାରାଷ୍ଟ୍ରରେ ଶାସକ ମହାସଂଘର ଏକ ଅଂଶ।

ନିକଟରେ ମହାରାଷ୍ଟ୍ରରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭାଜପା ଝଟ୍‌କାର ସମ୍ମୁଖୀନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ଏଥର ବିଧାନସଭା ନିର୍ବାଚନରେ କୌଣସି ସୁଯୋଗ ଛାଡିବାକୁ ଚାହୁଁନାହିଁ। କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଘୋଷଣା କରାଯାଇପାରେ। ଏହାପୂର୍ବରୁ ଭାଜପା ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହା ବ୍ୟତୀତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଓସେହେବ ଦାନଭେ ପାଟିଲ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱର, ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏବଂ ରାଜ୍ୟର ଅନ୍ୟ ନେତାମାନେ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।

ଚନ୍ଦ୍ରଶେଖର ବାୱାନକୁଲେ କହିନ୍ତି, ଭାଜପା ପକ୍ଷରୁ ବାୱାନକୁଲେଚନ ପ୍ରଚାରର ନେତୃତ୍ୱ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦିଆଯାଇଛି। ମହାରାଷ୍ଟ୍ରର ଲୋକମାନେ ଗଡକରୀଙ୍କୁ ବହୁତ ଭଲ ପାଆନ୍ତି। ସେ ନିଜର ସାମର୍ଥ୍ୟକୁ ସର୍ବଦା ପ୍ରମାଣ କରିଆସୁଛନ୍ତି। ସେ ସର୍ବଦା ଆମର ମୂଳ ଦଳ ତଥା ସଂସଦୀୟ ବୋର୍ଡର ଏକ ଅଂଶ ଅଟନ୍ତି।
ଲୋକ ସଭା ବାୱାନକୁଲେଚନରେ ନିତିନ ଗଡକରୀ ନାଗପୁର ଆସନରୁ କଂଗ୍ରେସର ବିବେକ ଠାକରେଙ୍କ ବିରୋଧରେ ପ୍ରାୟ ୨୫ଟି ରାଲି କରିଥିଲେ। ସେ ୧,୩୭,୦୦୦ ଭୋଟରେ ଜିତିଥିଲେ।

The post ନିର୍ବାଚନ ପାଇଁ ଭାଜପାର ଖାସ୍‌ ପ୍ଲାନିଂ: ନିତିନ ଗଡକରୀଙ୍କୁ ବଡ଼ ଦାୟିତ୍ୱ appeared first on Dharitri Odia News.