ତାମିଲ୍ନାଡୁରେ ବିଜେପିର ମେଣ୍ଟ ଫାଇନାଲ୍; ସହଯୋଗୀ ପିଏମ୍କେକୁ ୧୦ ଲୋକସଭା ଆସନ ଦେବ ବିଜେପି
ଚେନ୍ନାଇ: ତାମିଲନାଡୁରେ ଡିଏମ୍କେ ଓ ପୂର୍ବତନ ସହଯୋଗୀ ଏଆଇଏଡିଏମ୍କେକୁ ଚେକ୍ ଦେବାକୁ ଏନ୍ଡିଏ ମଙ୍ଗଳବାର ଆଞ୍ଚଳିକ ଦଳ ପତ୍ତାଲି ମକ୍କାଲ କାଚି(ପିଏମ୍କେ) ସହ ମେଣ୍ଟ କରିଛି। ଲୋକସଭା ନିର୍ବାଚନରେ ପିଏମ୍କେକୁ ୧୦ଟି ଆସନ ଦେବାକୁ ବିଜେପି ନିଷ୍ପତ୍ତି ନେଇଛି। ଗତକାଲି ପିଏମ୍କେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ସାମିଲ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲା। ଦଳ ଏନ୍ଡିଏରେ ସାମିଲ୍ ହୋଇ ରାଜ୍ୟରେ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବ ବୋଲି କହିଥିଲା। ଆଉ ଆଜି(ମାର୍ଚ୍ଚ ୧୯) ଦଳ ଏନ୍ଡିଏରେ ସାମିଲ୍ ହୋଇଛି। ମେଣ୍ଟରେ ସାମିଲ୍ ହେବା ପରେ ପିଏମ୍କେ ଅଧ୍ୟକ୍ଷ ଅନବୁମାନୀ ରାମାଦୋସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି “ଦେଶର ହିତ ପାଇଁ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ନିୟମିତତାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏନଡିଏ ସହ ମିଶିବାକୁ ନିଷ୍ପତ୍ତି ନେଇଛୁ।”ରାମାଦୋସ କହିଛନ୍ତି “ଆମର ବିଶ୍ୱାସ ଯେ ଏହି ନିଷ୍ପତ୍ତି ପରିବର୍ତ୍ତନ ଆଣିବ, ବର୍ତ୍ତମାନର ରାଜନୈତିକ ଦୃଷ୍ଟିକୋଣରୁ ଅସନ୍ତୁଷ୍ଟ ଥିବା ତାମିଲନାଡୁର ଲୋକମାନେ ମଧ୍ୟ ଏହା ଆଶା କରୁଛନ୍ତି। ଆମର ମେଣ୍ଟର ଲକ୍ଷ୍ୟ କେବଳ ତାମିଲନାଡୁରେ ନୁହେଁ,ସାରା ଭାରତରେ ଏକ ବୃହତ ବିଜୟ ହାସଲ କରିବା। ଆମ ସହଯୋଗୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୃତୀୟ ଥର କାର୍ଯ୍ୟକାଳ ପାଇଁ ବାଟ ଫିଟାଇବା।” ସୂଚନା ଥାଉକି ଆଜି ସକାଳେ ରାମାଦୋଶଙ୍କ ଘରେ ଆଶନ ବୁଝାମଣା ନେ
ଚେନ୍ନାଇ: ତାମିଲନାଡୁରେ ଡିଏମ୍କେ ଓ ପୂର୍ବତନ ସହଯୋଗୀ ଏଆଇଏଡିଏମ୍କେକୁ ଚେକ୍ ଦେବାକୁ ଏନ୍ଡିଏ ମଙ୍ଗଳବାର ଆଞ୍ଚଳିକ ଦଳ ପତ୍ତାଲି ମକ୍କାଲ କାଚି(ପିଏମ୍କେ) ସହ ମେଣ୍ଟ କରିଛି। ଲୋକସଭା ନିର୍ବାଚନରେ ପିଏମ୍କେକୁ ୧୦ଟି ଆସନ ଦେବାକୁ ବିଜେପି ନିଷ୍ପତ୍ତି ନେଇଛି।
ଗତକାଲି ପିଏମ୍କେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ସାମିଲ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲା। ଦଳ ଏନ୍ଡିଏରେ ସାମିଲ୍ ହୋଇ ରାଜ୍ୟରେ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବ ବୋଲି କହିଥିଲା। ଆଉ ଆଜି(ମାର୍ଚ୍ଚ ୧୯) ଦଳ ଏନ୍ଡିଏରେ ସାମିଲ୍ ହୋଇଛି।
ମେଣ୍ଟରେ ସାମିଲ୍ ହେବା ପରେ ପିଏମ୍କେ ଅଧ୍ୟକ୍ଷ ଅନବୁମାନୀ ରାମାଦୋସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି “ଦେଶର ହିତ ପାଇଁ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ନିୟମିତତାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏନଡିଏ ସହ ମିଶିବାକୁ ନିଷ୍ପତ୍ତି ନେଇଛୁ।”
ରାମାଦୋସ କହିଛନ୍ତି “ଆମର ବିଶ୍ୱାସ ଯେ ଏହି ନିଷ୍ପତ୍ତି ପରିବର୍ତ୍ତନ ଆଣିବ, ବର୍ତ୍ତମାନର ରାଜନୈତିକ ଦୃଷ୍ଟିକୋଣରୁ ଅସନ୍ତୁଷ୍ଟ ଥିବା ତାମିଲନାଡୁର ଲୋକମାନେ ମଧ୍ୟ ଏହା ଆଶା କରୁଛନ୍ତି। ଆମର ମେଣ୍ଟର ଲକ୍ଷ୍ୟ କେବଳ ତାମିଲନାଡୁରେ ନୁହେଁ,ସାରା ଭାରତରେ ଏକ ବୃହତ ବିଜୟ ହାସଲ କରିବା। ଆମ ସହଯୋଗୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୃତୀୟ ଥର କାର୍ଯ୍ୟକାଳ ପାଇଁ ବାଟ ଫିଟାଇବା।” ସୂଚନା ଥାଉକି ଆଜି ସକାଳେ ରାମାଦୋଶଙ୍କ ଘରେ ଆଶନ ବୁଝାମଣା ନେଇ ଦୁଇ ଦଳ ମଧ୍ୟରେ ତୁକ୍ତି ସ୍ୱାକ୍ଷରିତ ହୋଇଛି।
ଏହି ମିଶ୍ରଣ ପର୍ବକୁ ନେଇ ତାମିଲନାଡୁ ବିଜେପି ମୁଖ୍ୟ କେ ଅନନାମାଲାଇ କହିଛନ୍ତି ଯେ ଏନଡିଏ ସହ PMK ର ମିଶିବା ନିଷ୍ପତ୍ତି ୪୦୦ ରୁ ଅଧିକ ସାଂସଦଙ୍କ ସହ ମେଣ୍ଟ ଏକ ବୃହତ ବିଜୟ ହାସଲ କରିବ। ସୂଚନା ଥାଉକି ପିଏମ୍କେ ୨୦୧୪ରେ ଏନ୍ଡିଏର ଏକ ଅଂଶ ହୋଇ ରହିଛି।