ତାମ୍ପରା ହ୍ରଦର ସ୍ଥାୟୀ ନିର୍ମାଣକୁ NGT ଛାଟ ; ଭଙ୍ଗା ହେବ ଏକାଧିକ କଟେଜ...

ତାମ୍ପରା ହ୍ରଦରେ ନିର୍ମିତ ସ୍ଥାୟୀ ନିର୍ମାଣ ବିରୋଧରେ ଏନଜିଟି ଛାଟ । ୪ ସପ୍ତାହ ମଧ୍ୟରେ ଉଛେଦ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । 

ତାମ୍ପରା ହ୍ରଦର ସ୍ଥାୟୀ ନିର୍ମାଣକୁ NGT ଛାଟ ; ଭଙ୍ଗା ହେବ ଏକାଧିକ କଟେଜ...

ତାମ୍ପରା ହ୍ରଦରେ ନିର୍ମିତ ସ୍ଥାୟୀ ନିର୍ମାଣ ବିରୋଧରେ ଏନଜିଟି ଛାଟ। ୪ ସପ୍ତାହ ମଧ୍ୟରେ ଉଛେଦ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ଏହାସହ ସତ୍ୟପାଠ ଦାଖଲ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି। ତାମ୍ପରା ହ୍ରଦ ଆନ୍ତର୍ଜାତିକ ପ୍ରାଧାନ୍ୟ ଥିବା ରାମସା ସାଇଟ ଅନ୍ତର୍ଭୁକ୍ତ ହୋଇଥିବାରୁ ଏଥିରେ ନିର୍ମାଣ ବେଆଇନ। ଆର୍ଦ୍ରଭୂମି ନିୟମ-୨୦୧୭ ଅନୁସାରେ ଜଳାଶୟ ଭିତରେ ନିର୍ମାଣ ବେଆଇନ। 

ପୁଣି ସେଠାରେ ସ୍ଥାୟୀ ନିର୍ମାଣ ପାଇଁ କୌଣସି ବିଭାଗର ଅନୁମତି ମଧ୍ୟ ନଥିଲା। ସେହିଠାରେ ଏକାଧିକ କଟେଜ, ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିଥିଲା ପ୍ରଶାସନ। ଯାହାକୁ ନେଇ ଜୁଲାଇ ୨୦୨୩ରେ ଏନଜିଟିର ଦ୍ୱାରସ୍ଥ ହୋଇଥିଲା ଓଡିଶା ବନ୍ୟପ୍ରାଣୀ ସମିତି। ଅଗଷ୍ଟ ମାସରେ ନିର୍ମାଣ କାମ ଉପରେ ରୋକ ଲଗାଯାଇଥିଲା। ଏବେ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ପଢନ୍ତୁ ଏହି ଖବର: ଯାଜପୁରରୁ ଆରମ୍ଭ ହେଲା ବେଆଇନ୍ ଖଣି ଉପରେ ଆକ୍ସନ୍, ଖୋଲିବ ଡଙ୍କାରୀ ଗୁମର

ଇକୋଟୁରିଜିମ୍‌‌ କ୍ଷେତ୍ରରେ ତାମ୍ପରା ହ୍ରଦ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାମସାର୍‌ ସାଇଟ୍‌ର ମାନ୍ୟତା ପାଇଛି। ପ୍ରାୟ ୩୩୭.୮୬ ହେକ୍ଟର୍‌ କ୍ଷେତ୍ର ବିଶିଷ୍ଟ ତାମ୍ପରା ହ୍ରଦର ଲମ୍ବ ୫.୮ କିମି ରହିଥିବା ବେଳେ ଓସାର ୬୭୦ ମିଟର୍‌ ରହିଛି। ଏହା ହେଉଛି ଓଡ଼ିଶାର ବୃହତ ମଧୁରଜଳ ହ୍ରଦ। କିନ୍ତୁ ହ୍ରଦ ଭିତରେ ହେଉଥିବା ବେଆଇନ ନିର୍ମାଣ ଯୋଗୁଁ ଜଳାଶୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ନେଇ ୱାଇଲ୍ଡ ଲାଇଫ୍‌ ସୋସାଇଟିର ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ବଜିତ ମହାନ୍ତି ଏନ୍‌ଜିଟିରେ ପିଟିସନ୍‌ ରୁଜୁ କରିଥିଲେ। ଏନ୍‌ଜିଟି ଏହି ପିଟିସନ୍‌ ଗ୍ରହଣ କରି ଶୁଣାଣି କରି ଆଜି ଏଭଳି ନିର୍ଦ୍ଦେଶ ଜାରି କରି‌ଥିଲେ।

ନିୟମ ଅନୁସାରେ ହ୍ରଦର କୂଳ ଠାରୁ ୫୦ମିଟର୍‌ ସ୍ଥଳଭାଗ ଆଡ଼କୁ କୌଣସି ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ। କିନ୍ତୁ ତାମ୍ପରା ହ୍ରଦ ଭିତରେ ୩ମହଲା କୋଠା ନିର୍ମାଣ କରାଯାଉଛି। ହ୍ରଦ ନିକଟରେ ବିଡିଏ ତରଫରୁ ମଧ୍ୟ କିଛି କ୍ୟାବିନ୍‌ ତିଆରି ଚାଲିଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ଭବିଷ୍ୟତରେ ଏହା ଜଳାଶୟ ପ୍ରତି ବିପଦ ସୃ‌ଷ୍ଟି କରିବା ସହିତ ପ୍ରଦୂଷଣର କାରଣ ସାଜିବ। ଏହି ନିର୍ମାଣ ଉପରେ ରୋକ୍‌ ଲଗାଇବା ପାଇଁ ପିଟିସନ୍‌ରେ ଉଲ୍ଲେଖ କରାଯାଇଥିଲା।