ତାରିଣୀ ପୀଠକୁ କରାଯିବ ଜାତୀୟ ପର୍ଯ୍ୟଟନସ୍ଥଳୀ, ସୌନ୍ଦର୍ଯ୍ୟକରଣ ପାଇଁ ଆଉ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର : ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୋହନ ଚରଣ ମାଝୀ। ଏହି ଗସ୍ତରେ ପ୍ରଥମେ ସେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିଲେ। ଏଥି ସହିତ ଘଟଗାଁର ମାଆ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଘଟଗାଁର ମାଆ […]

କେନ୍ଦୁଝର : ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୋହନ ଚରଣ ମାଝୀ। ଏହି ଗସ୍ତରେ ପ୍ରଥମେ ସେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିଲେ। ଏଥି ସହିତ ଘଟଗାଁର ମାଆ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଘଟଗାଁର ମାଆ ତାରିଣୀ ମନ୍ଦିରର ବିକାଶ ପାଇଁ ପୂର୍ବ ବିଜେଡି ସରକାର ସମୟରେ ୫୦ କୋଟି ଘୋଷଣା ହୋଇଥିଲା। ସେହ ଟଙ୍କାରେ ବର୍ତ୍ତମାନ କାମ ଚାଲିଥିବା ବେଳେ ଆଉ ୫୦ କୋଟି ଘୋଷଣା କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ୫୦ କୋଟି ଟଙ୍କା ପୂର୍ବରୁ ଅନୁମୋଦନ ହୋଇ କାମ ରାଯାଉଥିବାବେଳେ ଏହାକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଆଉ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ ହେବାପରେ ଆଜି ପ୍ରଥମକରି କେନ୍ଦୁଝର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦୁଝରବାସୀ ଉଚ୍ଛ୍ବସିତ ସମ୍ପର୍ଦ୍ଧନା କରିଥିଲେ । ରୋଡ ଶୋରେ ଯାଇ ମା’ ତାରିଣୀ ପୀଠରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ପୀଠ ଯେପରି ସାରା ଦେଶରେ ବ୍ୟାପକ ହୋଇପାରିବ, ସ୍ୱତନ୍ତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ ସେଥିପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଏହି ପୀଠ କିପରି ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ, ସେନେଇ କେନ୍ଦ୍ର ନିକଟରେ ଦାବି ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।