ତାଲା ଖୋଲିବାକୁ ନେଇ ଉତ୍ତେଜନା, ପୁଲିସ ମୁତୟନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ୧୧ନମ୍ବର୍ ୱାର୍ଡର ଶିବ ବନ୍ଦରେ ଚାଲିଥିବା ଜଳ ଉତ୍ସବ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ବିଜ୍ଞାପିତ ଅଧ୍ୟକ୍ଷଙ୍କ କଥା କଟାକଟି ଯୋଗୁ ଉତ୍ତେଜନା ହୋଇ ଥିବାରୁ ଉକ୍ତ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। ଏ ନେଇ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଓ କାଉନସିଲର ମାନେ ମିଶି କଣ୍ଟାବାଞ୍ଜି ବିଜ୍ଞାପିତ କାର୍ଯ୍ୟାଳୟରେ ତାଲା ପକାଇ ଥିଲେ। ପରେ ଗୁରୁବାର ଦିନ କାର୍ଯ୍ୟ ନିର୍ବାହି ଅଧିକାରୀ କାର୍ଯ୍ୟାଳୟ ଆସି ଦେଖି […]

ତାଲା ଖୋଲିବାକୁ ନେଇ ଉତ୍ତେଜନା, ପୁଲିସ ମୁତୟନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ୧୧ନମ୍ବର୍ ୱାର୍ଡର ଶିବ ବନ୍ଦରେ ଚାଲିଥିବା ଜଳ ଉତ୍ସବ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଓ ବିଜ୍ଞାପିତ ଅଧ୍ୟକ୍ଷଙ୍କ କଥା କଟାକଟି ଯୋଗୁ ଉତ୍ତେଜନା ହୋଇ ଥିବାରୁ ଉକ୍ତ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। ଏ ନେଇ ପରିଷଦ ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ଓ କାଉନସିଲର ମାନେ ମିଶି କଣ୍ଟାବାଞ୍ଜି ବିଜ୍ଞାପିତ କାର୍ଯ୍ୟାଳୟରେ ତାଲା ପକାଇ ଥିଲେ। ପରେ ଗୁରୁବାର ଦିନ କାର୍ଯ୍ୟ ନିର୍ବାହି ଅଧିକାରୀ କାର୍ଯ୍ୟାଳୟ ଆସି ଦେଖି ପୋଲିସ ସୁରକ୍ଷା ମାଗିବା ସହ ତାଲା ଖୋଲି ଥିବା ସମୟରେ ଅଧ୍ୟକ୍ଷ ଓ କାଉନସିଲର ଏନଏସି କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ପୁଣି ତାଲା ପକାଇବାକୁ ଜିଦ ଧରି କାର୍ଯ୍ୟାଳୟ ପାଖରେ ନାରା ବାଜି କରି ଧାରଣାରେ ବସିଥିବା ଦେଖାଯାଇଥିଲା। ତେବେ ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ, ଥାନା ଭାରପ୍ରାପ୍ତ ଅଧିକାରିଣୀ ରଶ୍ମିତା ବେହେରା ଓ ପୋଲିସ ସୁରକ୍ଷା ବଳ ଉପସ୍ଥିତ ଅଛନ୍ତି।