ତାଲା ଭାଙ୍ଗି ଦୋକାନରୁ ଚୋରି : ନେଇଗଲେ କ୍ଷୀର-ଦହି, ଖାଇଗଲେ ରାବିଡ଼ି-ଲସି

ପାଟଣା ୧୩।୧୧: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ବିଳମ୍ବିତ ରାତିରେ ଚୋରି । ତାଲା ଭାଙ୍ଗି ୩ଟି ଦୋକାନରୁ ଚୋରି ହୋଇଛି । ବଜାରରେ ଥିବା ଏକ ଓମଫେଡ୍ ପାର୍ଲରର ତାଲା ଭାଙ୍ଗି କ୍ଷୀର, ଦହି ଚୋରି କରି ନେଇଯାଇଛନ୍ତି । ଏହାସହ ରାବିଡ଼ି ଓ ଲସିକୁ ଚୋର ମାନେ ଖାଇଦେଇଥିବା ଅଭିଯୋଗ ହୋଇଛି । ତେବେ ଦୋକାନ ମାଲିକ ଗଗନ ସାହୁ ସକାଳୁ ଦୋକାନ ଖୋଲିବାକୁ ଆସିଥିବା ସମୟରେ ଦୋକାନର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଦୋକାନ ଭିତରକୁ ଯାଇ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏଥିସହ ଟଙ୍କା ବାକ୍ସରୁ ମଧ୍ୟ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି । ପାଖରେ ଥିବା ଏକ ଚା’ ଦୋକାନ ଏବଂ ସାର ଦୋକାନରୁ ମଧ୍ୟ ସମାନ ଢଙ୍ଗରେ ତାଲା ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି । ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ କରୁଛି ।You Can Read:ବୁଧବାରଠୁ କମିବ ତାପମାତ୍ରା, ଧିରେ ଧିରେ ବଢ଼ିବ ଥଣ୍ଡାର ପ୍ରକୋପ

ତାଲା ଭାଙ୍ଗି ଦୋକାନରୁ ଚୋରି : ନେଇଗଲେ କ୍ଷୀର-ଦହି, ଖାଇଗଲେ ରାବିଡ଼ି-ଲସି

ପାଟଣା ୧୩।୧୧: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ବିଳମ୍ବିତ ରାତିରେ ଚୋରି । ତାଲା ଭାଙ୍ଗି ୩ଟି ଦୋକାନରୁ ଚୋରି ହୋଇଛି । ବଜାରରେ ଥିବା ଏକ ଓମଫେଡ୍ ପାର୍ଲରର ତାଲା ଭାଙ୍ଗି କ୍ଷୀର, ଦହି ଚୋରି କରି ନେଇଯାଇଛନ୍ତି । ଏହାସହ ରାବିଡ଼ି ଓ ଲସିକୁ ଚୋର ମାନେ ଖାଇଦେଇଥିବା ଅଭିଯୋଗ ହୋଇଛି । 

ତେବେ ଦୋକାନ ମାଲିକ ଗଗନ ସାହୁ ସକାଳୁ ଦୋକାନ ଖୋଲିବାକୁ ଆସିଥିବା ସମୟରେ ଦୋକାନର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଦୋକାନ ଭିତରକୁ ଯାଇ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏଥିସହ ଟଙ୍କା ବାକ୍ସରୁ ମଧ୍ୟ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି । ପାଖରେ ଥିବା ଏକ ଚା’ ଦୋକାନ ଏବଂ ସାର ଦୋକାନରୁ ମଧ୍ୟ ସମାନ ଢଙ୍ଗରେ ତାଲା ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି । ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ କରୁଛି ।

You Can Read:

ବୁଧବାରଠୁ କମିବ ତାପମାତ୍ରା, ଧିରେ ଧିରେ ବଢ଼ିବ ଥଣ୍ଡାର ପ୍ରକୋପ