ତାଳଗଛ ଗଣ୍ଡିରେ ତେଲ ବୋଳି …

ଉଚ୍ଚା ଉଚ୍ଚା ତାଳଗଛରେ ଚଢ଼ିବା ଆଦୌ ସହଜ ନୁହେଁ। ଅନେକ ଅଭ୍ୟାସ କଲେ ଯାଇ ଜଣେ ଚଢ଼ିପାରିବେ ଏହି ଗଛ। ଭାବିଲେ ଦେଖି ଯଦି ଏଇ ତାଳଗଛର ଗଣ୍ଡିରେ ତେଲ ବୋଳି ଦିଆଯାଏ ପରିସ୍ଥିତି କେମିତି ହେବ! ଚଢ଼ିବା ଅସମ୍ଭବ ହେଇଯିବ ନିଶ୍ଚିତଭାବେ। ତେବେ ପ୍ରତିବର୍ଷ ଅଗଷ୍ଟ ୧୭ ତାରିଖ, ଇଣ୍ଡୋନେସିଆର ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ ପାରମ୍ପରିକ ପର୍ବ ପାଳନ ସହ ଆତସବାଜି ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ହୁଏ। ତନ୍ମଧ୍ୟରେ ତାଳଗଛ ଚଢ଼ା […] The post ତାଳଗଛ ଗଣ୍ଡିରେ ତେଲ ବୋଳି … appeared first on Dharitri Odia News.

ତାଳଗଛ ଗଣ୍ଡିରେ ତେଲ ବୋଳି …

ଉଚ୍ଚା ଉଚ୍ଚା ତାଳଗଛରେ ଚଢ଼ିବା ଆଦୌ ସହଜ ନୁହେଁ। ଅନେକ ଅଭ୍ୟାସ କଲେ ଯାଇ ଜଣେ ଚଢ଼ିପାରିବେ ଏହି ଗଛ। ଭାବିଲେ ଦେଖି ଯଦି ଏଇ ତାଳଗଛର ଗଣ୍ଡିରେ ତେଲ ବୋଳି ଦିଆଯାଏ ପରିସ୍ଥିତି କେମିତି ହେବ! ଚଢ଼ିବା ଅସମ୍ଭବ ହେଇଯିବ ନିଶ୍ଚିତଭାବେ। ତେବେ ପ୍ରତିବର୍ଷ ଅଗଷ୍ଟ ୧୭ ତାରିଖ, ଇଣ୍ଡୋନେସିଆର ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ ପାରମ୍ପରିକ ପର୍ବ ପାଳନ ସହ ଆତସବାଜି ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ହୁଏ। ତନ୍ମଧ୍ୟରେ ତାଳଗଛ ଚଢ଼ା ପ୍ରତିଯୋଗିତା ଅନ୍ୟତମ। ଏଥିରେ ତାଳଗଛର ଗଣ୍ଡିଗୁଡ଼ିକୁ ଗ୍ରିଜ୍‌ କରିଦିଆଯାଏ। ଆଉ ପୂରା ଶିଖରରେ ଅର୍ଥାତ୍‌ ପତ୍ର ରହୁଥିବା ସ୍ଥାନରେ ନାନା ପ୍ରକାରର ଉପହାର ରଖାଯାଏ। ଏଥିରେ ଚାରିଜଣିଆ ଟିମ୍‌ ଅଂଶଗ୍ରହଣ କରନ୍ତି। ଏହି ଖସଡ଼ା ତାଳଗଛର ଗଣ୍ଡିକୁ ଚଢ଼ିବାବେଳେ ଆୟୋଜକମାନେ ପ୍ରତିଯୋଗୀଙ୍କ ଉପରେ ପାଣି ବି ଢାଳିଥାଆନ୍ତି। ଯେଉଁମାନେ ଏହିସବୁ ପ୍ରତିବନ୍ଧକକୁ ସାମ୍‌ନା କରି ପ୍ରଥମେ ଉପରକୁ ଚଢ଼ିପାରନ୍ତି, ସେହି ଦଳ ବିଜୟୀ ହୁଏ। ଆଉ ଗଣ୍ଡିର ଉପର ଭାଗରେ ଥିବା ଉପହାର ସେମାନଙ୍କର ହୁଏ।

The post ତାଳଗଛ ଗଣ୍ଡିରେ ତେଲ ବୋଳି … appeared first on Dharitri Odia News.