ତାଳଚେର ଓକିଲ ସଂଘ ନିର୍ବାଚନ: ସନ୍ତୋଷ ସଭାପତି, ମାନସ ସମ୍ପାଦକ

ତାଳଚେର,୨୯ା୩(ମନୋଜ ନନ୍ଦ)- ଅନୁଗୋଳ ଜିଲା ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସନ୍ତୋଷ ସାହୁ, ଉପସଭାପତି ଭାବେ ପ୍ରମୋଦ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ମାନସ ବାଇ ନିର୍ବାଚିତ ହୋଇଛନ୍ତି। ସେହିପରି ଅଡିଟର ଭାବେ ଜଳନ୍ଧର ବେହେରା, ସାଂସ୍କୃତିକ ସମ୍ପାଦକ ଭାବେ ରାଜେନ୍ଦ୍ର ସିଂ, କୋଷାଧ୍ୟକ୍ଷ ଭାବେ ତନୋଜ ପ୍ରଧାନ, ସେମିନାର ସମ୍ପାଦକ ଭାବେ କରୁଣାକର ନାୟକ ପ୍ରମୁଖ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପାତ୍ର ନିର୍ବାଚନ […] The post ତାଳଚେର ଓକିଲ ସଂଘ ନିର୍ବାଚନ: ସନ୍ତୋଷ ସଭାପତି, ମାନସ ସମ୍ପାଦକ appeared first on Dharitri Odia News.

ତାଳଚେର ଓକିଲ ସଂଘ ନିର୍ବାଚନ: ସନ୍ତୋଷ ସଭାପତି, ମାନସ ସମ୍ପାଦକ

ତାଳଚେର,୨୯ା୩(ମନୋଜ ନନ୍ଦ)- ଅନୁଗୋଳ ଜିଲା ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସନ୍ତୋଷ ସାହୁ, ଉପସଭାପତି ଭାବେ ପ୍ରମୋଦ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ମାନସ ବାଇ ନିର୍ବାଚିତ ହୋଇଛନ୍ତି।

ସେହିପରି ଅଡିଟର ଭାବେ ଜଳନ୍ଧର ବେହେରା, ସାଂସ୍କୃତିକ ସମ୍ପାଦକ ଭାବେ ରାଜେନ୍ଦ୍ର ସିଂ, କୋଷାଧ୍ୟକ୍ଷ ଭାବେ ତନୋଜ ପ୍ରଧାନ, ସେମିନାର ସମ୍ପାଦକ ଭାବେ କରୁଣାକର ନାୟକ ପ୍ରମୁଖ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପାତ୍ର ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ମୋଟ ୨୮୫ ସଦସ୍ୟଙ୍କ ମଧ୍ୟରୁ ୨୬୨ ଜଣ ମତଦାନ କରିଥିଲେ।
ଫଟୋ- ତାଳଚେର ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା।

The post ତାଳଚେର ଓକିଲ ସଂଘ ନିର୍ବାଚନ: ସନ୍ତୋଷ ସଭାପତି, ମାନସ ସମ୍ପାଦକ appeared first on Dharitri Odia News.