‘ରାସ୍ତା ମଝିରେ କିଏ ପୋତିଲା ବିଦ୍ୟୁତ୍‌ ଖୁଣ୍ଟ’: ଦେଖି ଚକିତ ହେଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୨୩।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିନ୍ଧବା-ପଦ୍ମପୁର ରାସ୍ତାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ମଝିରେ ପୋତା ଯାଇଛି ସିମେଣ୍ଟର ଏକ ବିଦ୍ୟୁତ୍‌ ଖୁଣ୍ଟ। ଏହାକୁ ଦେଖି ଦିଗପହଣ୍ଡି ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଚକିତ ହୋଇପଡିବା ସହ କିଏ ଏବଂ କେଉଁ ପରିସ୍ଥିତିରେ ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ପୋତାଗଲା ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଏପରିକି ବିଭାଗୀୟ ଅଧିକାରୀଙ୍କୁ ଭେଟି ତୁରନ୍ତ ସମସ୍ୟାର ସମାଧାନ କରାଯାଉ ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ […] The post ‘ରାସ୍ତା ମଝିରେ କିଏ ପୋତିଲା ବିଦ୍ୟୁତ୍‌ ଖୁଣ୍ଟ’: ଦେଖି ଚକିତ ହେଲେ ବିଧାୟକ ସିଦ୍ଧାନ୍ତ appeared first on Dharitri Odia News.

‘ରାସ୍ତା ମଝିରେ କିଏ ପୋତିଲା ବିଦ୍ୟୁତ୍‌ ଖୁଣ୍ଟ’: ଦେଖି ଚକିତ ହେଲେ ବିଧାୟକ ସିଦ୍ଧାନ୍ତ

ଦିଗପହଣ୍ଡି,୨୩।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିନ୍ଧବା-ପଦ୍ମପୁର ରାସ୍ତାରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ମଝିରେ ପୋତା ଯାଇଛି ସିମେଣ୍ଟର ଏକ ବିଦ୍ୟୁତ୍‌ ଖୁଣ୍ଟ। ଏହାକୁ ଦେଖି ଦିଗପହଣ୍ଡି ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଚକିତ ହୋଇପଡିବା ସହ କିଏ ଏବଂ କେଉଁ ପରିସ୍ଥିତିରେ ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ପୋତାଗଲା ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଏପରିକି ବିଭାଗୀୟ ଅଧିକାରୀଙ୍କୁ ଭେଟି ତୁରନ୍ତ ସମସ୍ୟାର ସମାଧାନ କରାଯାଉ ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ କହିଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କିଛି ଭାଜପା କର୍ମୀ ସିନ୍ଧବା-ପଦ୍ମପୁର ରାସ୍ତା ଦେଇ ବଡ଼ପଦା ଜଳ ସେଚନ ପ୍ରକଳ୍ପ ଦେଖିବାକୁ ଯାଇଥିଲେ। ସେତିକିବେଳେ ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ପୋତା ହୋଇଥିବା ଦେଖିବାକୁ ପାଇଥିଲେ।

The post ‘ରାସ୍ତା ମଝିରେ କିଏ ପୋତିଲା ବିଦ୍ୟୁତ୍‌ ଖୁଣ୍ଟ’: ଦେଖି ଚକିତ ହେଲେ ବିଧାୟକ ସିଦ୍ଧାନ୍ତ appeared first on Dharitri Odia News.