ହଁ, ମୋର ବିବାହ ସରିଛି: ତାପସୀ

ବମ୍ବେ: ସେଲିବ୍ରିଟିଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ଗହଣରେ ଭିନ୍ନ କ୍ରେଜ୍‌ ଥାଏ। ଏଥିଲାଗି ଅନେକେ କଳାକାର ସିକ୍ରେଟ୍‌ ଓ୍ବେଡିଂ କରିବାକୁ ପସନ୍ଦ କରିଥାନ୍ତି। ପରେ ସେମାନେ ବିବାହର ଫଟୋ ସମସ୍ତଙ୍କ ସହ ଶେୟାର କରିଥାନ୍ତି। ହେଲେ ଏବେ ବଲିଉଡ୍‌ରେ ଏକ ଚର୍ଚ୍ଚିତ ବିବାହ ଖବର ଶିରୋନାମାରେ ରହିଛି। ଅଭିନେତ୍ରୀ ତାପସୀ ପନ୍ନୁ ମାର୍ଚ୍ଚ ୨୫ ହୋଲି ଦିନ ଦୀର୍ଘଦିନର ପ୍ରେମିକ ମାଥିଆସ୍‌ ବୋଏଙ୍କ ସହ ବିବାହ କରିଛନ୍ତି। ମାତ୍ର ଏଯାଏ ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିନାହାନ୍ତି। ବିବାହର […] The post ହଁ, ମୋର ବିବାହ ସରିଛି: ତାପସୀ appeared first on Dharitri Odia News.

ହଁ, ମୋର ବିବାହ ସରିଛି: ତାପସୀ

ବମ୍ବେ: ସେଲିବ୍ରିଟିଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ଗହଣରେ ଭିନ୍ନ କ୍ରେଜ୍‌ ଥାଏ। ଏଥିଲାଗି ଅନେକେ କଳାକାର ସିକ୍ରେଟ୍‌ ଓ୍ବେଡିଂ କରିବାକୁ ପସନ୍ଦ କରିଥାନ୍ତି। ପରେ ସେମାନେ ବିବାହର ଫଟୋ ସମସ୍ତଙ୍କ ସହ ଶେୟାର କରିଥାନ୍ତି। ହେଲେ ଏବେ ବଲିଉଡ୍‌ରେ ଏକ ଚର୍ଚ୍ଚିତ ବିବାହ ଖବର ଶିରୋନାମାରେ ରହିଛି। ଅଭିନେତ୍ରୀ ତାପସୀ ପନ୍ନୁ ମାର୍ଚ୍ଚ ୨୫ ହୋଲି ଦିନ ଦୀର୍ଘଦିନର ପ୍ରେମିକ ମାଥିଆସ୍‌ ବୋଏଙ୍କ ସହ ବିବାହ କରିଛନ୍ତି। ମାତ୍ର ଏଯାଏ ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିନାହାନ୍ତି। ବିବାହର ଗୋଟିଏ ବି ଫଟୋ ସାମାଜିକ ଗଣମାଧ୍ୟମରେ ନାହିଁ।

Taapsee Pannu, Mathias Boe wedding: Actress talks about her marriage says, 'Never intended to keep it secret'

ତାପସୀଙ୍କ ସିକ୍ରେଟ୍‌ ଓ୍ବେଡିଂକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଘୁରି ବୁଲିବା ପରେ ଏବେ ସେ ଏନେଇ ମୁହଁ ଖୋଲିଛନ୍ତି। ହଁ, ମୁଁ ବିବାହ କରିସାରିଛି ବୋଲି ସେ କହିବା ସହ ଖବର ଉପରେ ମୋହର ଲଗାଇଛନ୍ତି।

Taapsee Pannu's wedding video leaked; bride decks up in red suit, kisses desi munda Mathias Boe on stage. Watch | Bollywood - Hindustan Times

ଏକ ସାକ୍ଷାତକାରରେ ତାପସୀ କହିଛନ୍ତି, ମୋର ବିବାହ ମାଥିଆସ୍‌ଙ୍କ ସହ ହୋଇସାରିଛି। ରାଜସ୍ଥାନରେ ପରିବାରଲୋକେ ଏବଂ ଅତିଥିଙ୍କ ଗହଣରେ ବିବାହ ହୋଇଛି। ହେଲେ ମୋ ବ୍ୟକ୍ତିଗତ ଜୀବନରେ ପ୍ରଶଂସକଙ୍କୁ ସାମିଲ କରିନାହିଁି। ଲୋକେ ମୋର ବିବାହକୁ କିଭଳି ଢ଼ଙ୍ଗରେ ଦେଖିବେ ସେନେଇ ଚିନ୍ତାରେ ପଡ଼ିଯାଇଥିଲି। ଏଥିଲାଗି ଏ ବିଷୟରେ କାହାକୁ କହିନାହିଁ।

The post ହଁ, ମୋର ବିବାହ ସରିଛି: ତାପସୀ appeared first on Dharitri Odia News.