Women’s Dayରେ ରାଜସ୍ଥାନ ରୟାଲ୍ସର ‘ପିଙ୍କ୍‌ ପ୍ରୋମିଜ୍‌’ ଜର୍ସି ଉନ୍ମୋଚନ

ଜୟପୁର,୮ା୩: ରାଜସ୍ଥାନ ରୟାଲ୍ସ ଶନିବାର ‘ପିଙ୍କ୍‌ ପ୍ରୋମିଜ’ ଜର୍ସି ଉନ୍ମୋଚନ କରି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି। ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମେ ୧ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚରେ ସମସ୍ତେ ଗୋଲାପୀ ଜର୍ସି ପରିଧାନ କରି ଖେଳିବେ। ମହିଳା ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜସ୍ଥାନ ରୟାଲ୍ସର ସିଏସ୍‌ଆର ଶାଖା ରୟାଲ ରାଜସ୍ଥାନ ‘ଔରତ୍‌ ହୈ ତେ ଭାରତ ହେ’ ଶୀର୍ଷକ ଏକ ପ୍ରଚାର ଫିଲ୍ମ ଲଞ୍ଚ କରିଛି। […] The post Women’s Dayରେ ରାଜସ୍ଥାନ ରୟାଲ୍ସର ‘ପିଙ୍କ୍‌ ପ୍ରୋମିଜ୍‌’ ଜର୍ସି ଉନ୍ମୋଚନ appeared first on Dharitri Odia News.

Women’s Dayରେ ରାଜସ୍ଥାନ ରୟାଲ୍ସର ‘ପିଙ୍କ୍‌ ପ୍ରୋମିଜ୍‌’ ଜର୍ସି ଉନ୍ମୋଚନ

ଜୟପୁର,୮ା୩: ରାଜସ୍ଥାନ ରୟାଲ୍ସ ଶନିବାର ‘ପିଙ୍କ୍‌ ପ୍ରୋମିଜ’ ଜର୍ସି ଉନ୍ମୋଚନ କରି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି। ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମେ ୧ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚରେ ସମସ୍ତେ ଗୋଲାପୀ ଜର୍ସି ପରିଧାନ କରି ଖେଳିବେ।

ମହିଳା ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜସ୍ଥାନ ରୟାଲ୍ସର ସିଏସ୍‌ଆର ଶାଖା ରୟାଲ ରାଜସ୍ଥାନ ‘ଔରତ୍‌ ହୈ ତେ ଭାରତ ହେ’ ଶୀର୍ଷକ ଏକ ପ୍ରଚାର ଫିଲ୍ମ ଲଞ୍ଚ କରିଛି। ରାଜସ୍ଥାନରେ ମହିଳା ତେୃତ୍ୱାଧୀନ ଗ୍ରାମୀଣ ପରିବର୍ତ୍ତନ ପାଇଁ ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚର ପ୍ରତ୍ୟେକ ଟିକେଟ ପାଇଁ ରୟାଲ୍ସ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବ। ଏହାଛଡ଼ା ସମସ୍ତ ସ୍ବତନ୍ତ୍ର ପିଙ୍କ୍‌ ରୟାଲ୍ସ ଜର୍ସି ବିକ୍ରି ବାବଦରେ ଉପଲବ୍ଧ ଅର୍ଥ ସିଧାସଳଖ ରାଜସ୍ଥାନ ରୟାଲ୍ସ ପାଣ୍ଠିକୁ ଯିବ।

The post Women’s Dayରେ ରାଜସ୍ଥାନ ରୟାଲ୍ସର ‘ପିଙ୍କ୍‌ ପ୍ରୋମିଜ୍‌’ ଜର୍ସି ଉନ୍ମୋଚନ appeared first on Dharitri Odia News.