୩ ବର୍ଷ ହେଲା ସୋଲାର ପାଣିଟାଙ୍କି ଅଚଳ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ
କେସିଙ୍ଗା,୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ପରଲସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଳାମାଲ ଗ୍ରାମରେ ଗତ ୨୦୧୯.୨୦ ଆର୍ଥିକ ବର୍ଷରେ ସୋଲାର ସିଷ୍ଟମ water supply ଫଣ୍ଡରୁ ୪ଲକ୍ଷ ୫୦ହଜାର ବ୍ୟୟ ଅଟକଳରେ ନିର୍ମାଣ କରାଯାଇ ଥିଲା। ନଳକୂପ ଭିତରେ ମୋଟର ସଂଯୋଗ ମଧ୍ୟ କରାଯାଇଛି। କିନ୍ତୁ ଦୁଇ ବର୍ଷ ଠିକ୍ ଭାବେ ଚାଲିଲା ପରେ ଆଜକୁ ତିନି ବର୍ଷ ହେଲା ନଳକୂପ ଭିତରେ ମୋଟର ଫସି ରହି ଯାଇ ଖରାପ ହେବାରୁ ନଳକୂପରୁ […] The post ୩ ବର୍ଷ ହେଲା ସୋଲାର ପାଣିଟାଙ୍କି ଅଚଳ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ appeared first on Dharitri Odia News.
କେସିଙ୍ଗା,୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ପରଲସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଳାମାଲ ଗ୍ରାମରେ ଗତ ୨୦୧୯.୨୦ ଆର୍ଥିକ ବର୍ଷରେ ସୋଲାର ସିଷ୍ଟମ water supply ଫଣ୍ଡରୁ ୪ଲକ୍ଷ ୫୦ହଜାର ବ୍ୟୟ ଅଟକଳରେ ନିର୍ମାଣ କରାଯାଇ ଥିଲା। ନଳକୂପ ଭିତରେ ମୋଟର ସଂଯୋଗ ମଧ୍ୟ କରାଯାଇଛି। କିନ୍ତୁ ଦୁଇ ବର୍ଷ ଠିକ୍ ଭାବେ ଚାଲିଲା ପରେ ଆଜକୁ ତିନି ବର୍ଷ ହେଲା ନଳକୂପ ଭିତରେ ମୋଟର ଫସି ରହି ଯାଇ ଖରାପ ହେବାରୁ ନଳକୂପରୁ ପାଣି ଆଉ ବାହାରିଲା ନାହିଁ। ମେକାନିକ୍ ଆସି ମୋଟରକୁ କାଢ଼ିବା ପାଇଁ ବହୁ ଚେଷ୍ଟା କଲେ ତଥାପି ମୋଟର କାଢ଼ିବା ବହୁତ କଷ୍ଟ ହେବାରୁ ଦୀର୍ଘ ତିନି ବର୍ଷ ହେଲା ମୋଟର ଅଚଳ ହୋଇ ପଡ଼ିରହିଛି। ଯାହାଫଳରେ ପାଣି ବାହାରିବା କଷ୍ଟ ହେଉଛି। ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ସମସ୍ୟାକୁ ଦୂର କରିବା ପାଇଁ ପରଲସିଙ୍ଗା ପଞ୍ଚାୟତ ପକ୍ଷରୁ ନୂତନ ଭାବେ ଆଉ ଏକ ନଳକୂପ ଖୋଳାଗଲା କିନ୍ତୁ ପାଣି ବାହାରିଲା ନାହିଁ। ବେଳାମାଲ ଗ୍ରାମ ଚାରି ପଟେ ପଥୁରିଆ ହୋଇଥିବାରୁ ପାଣି ବାହାରିବା ବହୁତ କଷ୍ଟ ହେଉଛି। ନଳକୂପ ଭିତରେ ମୋଟର ଫସି ରହି ଥିବାରୁ କମ୍ ପରିମାଣରେ ପାଣି ବାହାରୁଛି। ଉକ୍ତ ଗ୍ରାମର ଲୋକେ ପାନୀୟଜଳ ପାଇଁ ଡହଳବିକଳ ହେଉଛନ୍ତି।
ଏ ସଂକ୍ରାନ୍ତରେ ପରଲସିଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଝସକେତନ ସାହୁଙ୍କୁ ପଚାରିବାରୁ ଲୋକଙ୍କ ସୁବିଧା ପାଇ ନୂତନ ଏକ ନଳକୂପ ଖୋଳାଯାଇଛି, କିନ୍ତୁ ପାଣି ନ ବାହାରିବାରୁ ପୁଣି ବିଧାୟକଙ୍କୁ ଆଉ ଗୋଟାଏ ନଳକୂପ ମଞ୍ଜୁର କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।
The post ୩ ବର୍ଷ ହେଲା ସୋଲାର ପାଣିଟାଙ୍କି ଅଚଳ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ appeared first on Dharitri Odia News.