ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍
ରାମନାଗୁଡ଼ା,୧୦।୩ (ସଞ୍ଜୟ ପ୍ରଧାନ): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍ ସୋମବାର ରାୟଗଡ଼ା ଜଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ପ୍ରଥମେ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ଅଧୀନରେ ଥିବା ଖାମ୍ବାଗୁଡ଼ାରେ ଘଟଗାଁ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ଏକ ଏକର ଜମିରେ ଚାଷ ହୋଇଥିବା ଗୋଲାପ ବଗିଚା ପରିଦର୍ଶନ କରିଥିଲେ। ଟିମ୍ର ସଦସ୍ୟମାନେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଗୋଲାପ […] The post ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍ appeared first on Dharitri Odia News.
ରାମନାଗୁଡ଼ା,୧୦।୩ (ସଞ୍ଜୟ ପ୍ରଧାନ): କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନର ଏକ ଟିମ୍ ସୋମବାର ରାୟଗଡ଼ା ଜଲା ରାମନାଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ପ୍ରଥମେ ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ଅଧୀନରେ ଥିବା ଖାମ୍ବାଗୁଡ଼ାରେ ଘଟଗାଁ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ଏକ ଏକର ଜମିରେ ଚାଷ ହୋଇଥିବା ଗୋଲାପ ବଗିଚା ପରିଦର୍ଶନ କରିଥିଲେ। ଟିମ୍ର ସଦସ୍ୟମାନେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଗୋଲାପ ଚାଷ ଓ ଜଳ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ, ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ପ୍ରଚେଷ୍ଟା ଏବଂ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଗତ ବର୍ଷ ଅଗଷ୍ଟ ମାସରେ ଏଠାରେ ଏକ ଏକର ପରିମିତ ଜମିରେ ୧୩୦୦୦ ଗୋଲାପ ଚାରା ରୋପଣ କରାଯାଇଥିଲା। ଉଦ୍ୟାନ ବିଭାଗ ସହାୟତାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବୁନ୍ଦା ଜଳସେଚନ ମାଧ୍ୟମରେ ଏହି ଗୋଲାପ ଚାଷ କରାଯାଇଛି।
ଏଭଳି ଉନ୍ନତମାନର ଜ୍ଞାନକୌଶଳ ମାଧ୍ୟମରେ ଗୋଲାପ ଚାଷ ଦେଖି କେନ୍ଦ୍ରୀୟ ଟିମ୍ ଖୁସି ବ୍ୟକ୍ତ କରିଥିଲେ। ଏହି ପରିଦର୍ଶନ ସମୟରେ କେନ୍ଦ୍ରୀୟ ଟିମ ସହ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ. ଷନ୍ମମୁଖା ପାତ୍ର, ଭାରପ୍ରାପ୍ତ ବିପିଏମ୍ ସନ୍ତୋଷ ରତ୍ନଲୁ, ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ଏମ୍ ସୁଚିତ୍ରା, ଅକ୍ଷୟ କୁମାର ପଣ୍ଡା ଓ ସ୍ଥାନୀୟ ସିଆର୍ପି, ଏମ୍ବିକେ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
The post ଗୋଲାପ ଚାଷ ଦେଖିଲେ କେନ୍ଦ୍ରୀୟ ଟିମ୍ appeared first on Dharitri Odia News.