ତାଳସାରୀରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି, ଆକାଶରେ ଉଡ଼ିଲା ସୁରକ୍ଷା ଡ୍ରୋନ୍
ଭୋଗରାଇ ୧୩।୫: ଭାରତ-ପାକିସ୍ତାନ ଉତ୍ତେଜନା ପରେ ତାଳସାରୀରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ୧୦ ଜଣ ଏସପିଓ କର୍ମଚାରୀ ମୁତୟନ କରାଯାଇଥିବା ବେଳେ । ମଙ୍ଗଳବାର ବେଳାଭୂମିରେ ପାଟ୍ରୋଲିଂ ଗାଡ଼ି ନିୟୋଜିତ କରାଯାଇଛି । ବେଳାଭୂମିରେ ଏକ ଡ୍ରୋନ୍ ମଧ୍ୟ ପରୀକ୍ଷଣ କରାଯାଇଛି । ତାଳସାରୀ ଠାରୁ ଜଳ ପଥରେ ମାତ୍ର ୧୫୦ କିଲୋମିଟର ବାଂଲାଦେଶ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସମୁଦ୍ର ପଥ ଦେଇ କେହି ସନ୍ଦିଗ୍ଧ ବ୍ୟକ୍ତି ବା କୌଣସି ଅନୁପ୍ରବେଶକାରୀ ମାନେ ଆସିବାକୁ ଚେଷ୍ଟା କଲେ ସେ ଦିଗରେ ଏହି ଡ୍ରୋନ୍ କଡା ନଜର ରଖିବ କୁହାଯାଇଛି । ଏହାଛଡା ୩ ଜଣ ନେଭି ଅଫିସର ତାଳସାରୀ ସାମୁଦ୍ରିକ ଥାନାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ କରାଯାଇଛି । You Can Read:ଯାଜପୁର ଛତିଆରେ ବୋମା ବିସ୍ଫୋରଣ : ୨ ଜଣଙ୍କ ମୃତ୍ୟୁ, ଜଣେ ଆହତ
ଭୋଗରାଇ ୧୩।୫: ଭାରତ-ପାକିସ୍ତାନ ଉତ୍ତେଜନା ପରେ ତାଳସାରୀରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ୧୦ ଜଣ ଏସପିଓ କର୍ମଚାରୀ ମୁତୟନ କରାଯାଇଥିବା ବେଳେ । ମଙ୍ଗଳବାର ବେଳାଭୂମିରେ ପାଟ୍ରୋଲିଂ ଗାଡ଼ି ନିୟୋଜିତ କରାଯାଇଛି । ବେଳାଭୂମିରେ ଏକ ଡ୍ରୋନ୍ ମଧ୍ୟ ପରୀକ୍ଷଣ କରାଯାଇଛି । ତାଳସାରୀ ଠାରୁ ଜଳ ପଥରେ ମାତ୍ର ୧୫୦ କିଲୋମିଟର ବାଂଲାଦେଶ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସମୁଦ୍ର ପଥ ଦେଇ କେହି ସନ୍ଦିଗ୍ଧ ବ୍ୟକ୍ତି ବା କୌଣସି ଅନୁପ୍ରବେଶକାରୀ ମାନେ ଆସିବାକୁ ଚେଷ୍ଟା କଲେ ସେ ଦିଗରେ ଏହି ଡ୍ରୋନ୍ କଡା ନଜର ରଖିବ କୁହାଯାଇଛି । ଏହାଛଡା ୩ ଜଣ ନେଭି ଅଫିସର ତାଳସାରୀ ସାମୁଦ୍ରିକ ଥାନାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ କରାଯାଇଛି ।
You Can Read:
ଯାଜପୁର ଛତିଆରେ ବୋମା ବିସ୍ଫୋରଣ : ୨ ଜଣଙ୍କ ମୃତ୍ୟୁ, ଜଣେ ଆହତ