ତାୱଡେଙ୍କ ହୋଟେଲ ରୁମରୁ କେତେ ଟଙ୍କା ଜବତ କଲେ ଅଧିକାରୀ ? ଭୋଟରଙ୍କୁ ୫ କୋଟି ବାଣ୍ଟୁଥିବା ହୋଇଛି ଅଭିଯୋଗ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଭୋଟିଂର ଗୋଟିଏ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେଙ୍କ ବିରୋଧରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ବହୁଜନ ବିକାଶ ଅଘାଡ଼ି (ବବିଏ) ଅଭିଯୋଗ କରିଛି ଯେ ତାୱଡେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ପାଇଁ ହୋଟେଲ ଆସିଥିଲେ । ବିଜେପି ନେତାଙ୍କ ବିରୋଧରେ ୫ କୋଟି ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ଏହାରି ଭିତରେ ଇସି ଅଧିକାରୀଙ୍କ ବୟାନ ସାମନାକୁ ଆସିଛି । ହୋଟେଲ୍ ରୁମରୁ ୯.୯୩ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି । ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିଛି ।ଏହା ପୂର୍ବରୁ ବହୁଜନ ବିକାଶ ଅଘାଡ଼ି ନେତା ହିତେନ୍ଦ୍ର ଠାକୁର ମଙ୍ଗଳବାର ତାୱଡେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଥିଲେ । ବିବିଏ ବିଧାୟକ ହିତେନ୍ଦ୍ର କହିଥିଲେ, 'ବିଜେପିର କିଛି ନେତା ମୋତେ ସୂଚନା ଦେଇଥିଲେ ଯେ ବିଜେପି ମହାସଚିବ ବିନୋଦ ତାୱଡେ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ୫ କୋଟି ଟଙ୍କା ବାଣ୍ଟିବା ଲାଗି ବିରାର ଆସିଛନ୍ତି । ମୁଁ ଭାବିଲେ ରାଷ୍ଟ୍ରୀୟ ସ୍ତରର ଏକ ବଡ଼ ନେତା ଏହି କାମ କରୁନଥିବେ, କିନ୍ତୁ ମୁଁ ତାଙ୍କୁ ସେଠାରେ ଦେଖିଲି । ବିନୋଦ ତାୱଡେ ଏବଂ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରୁଛି ।'ହିତେନ୍ଦ୍ର ଠାକୁର ଦାବି କରିଥିଲେ ଯେ ତାୱଡେ ଟଙ୍କା ସହ ହୋଟେଲରୁ ଧରାପଡ଼ିଛନ୍ତି । ଅନ୍ୟପଟେ ବିଜେପି ମହାସଚିବ ଏହି ଅଭିଯୋଗକୁ ଖଣ୍ଡନ କ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଭୋଟିଂର ଗୋଟିଏ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେଙ୍କ ବିରୋଧରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ବହୁଜନ ବିକାଶ ଅଘାଡ଼ି (ବବିଏ) ଅଭିଯୋଗ କରିଛି ଯେ ତାୱଡେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ପାଇଁ ହୋଟେଲ ଆସିଥିଲେ । ବିଜେପି ନେତାଙ୍କ ବିରୋଧରେ ୫ କୋଟି ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ଏହାରି ଭିତରେ ଇସି ଅଧିକାରୀଙ୍କ ବୟାନ ସାମନାକୁ ଆସିଛି । ହୋଟେଲ୍ ରୁମରୁ ୯.୯୩ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି । ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିଛି ।
ଏହା ପୂର୍ବରୁ ବହୁଜନ ବିକାଶ ଅଘାଡ଼ି ନେତା ହିତେନ୍ଦ୍ର ଠାକୁର ମଙ୍ଗଳବାର ତାୱଡେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଥିଲେ । ବିବିଏ ବିଧାୟକ ହିତେନ୍ଦ୍ର କହିଥିଲେ, 'ବିଜେପିର କିଛି ନେତା ମୋତେ ସୂଚନା ଦେଇଥିଲେ ଯେ ବିଜେପି ମହାସଚିବ ବିନୋଦ ତାୱଡେ ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ୫ କୋଟି ଟଙ୍କା ବାଣ୍ଟିବା ଲାଗି ବିରାର ଆସିଛନ୍ତି । ମୁଁ ଭାବିଲେ ରାଷ୍ଟ୍ରୀୟ ସ୍ତରର ଏକ ବଡ଼ ନେତା ଏହି କାମ କରୁନଥିବେ, କିନ୍ତୁ ମୁଁ ତାଙ୍କୁ ସେଠାରେ ଦେଖିଲି । ବିନୋଦ ତାୱଡେ ଏବଂ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରୁଛି ।'
ହିତେନ୍ଦ୍ର ଠାକୁର ଦାବି କରିଥିଲେ ଯେ ତାୱଡେ ଟଙ୍କା ସହ ହୋଟେଲରୁ ଧରାପଡ଼ିଛନ୍ତି । ଅନ୍ୟପଟେ ବିଜେପି ମହାସଚିବ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାସହ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ ଏହାକୁ ବିନୋଦ ତାୱଡେଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ବିଜେପି ନେତା ଏବଂ ମନ୍ତ୍ରୀ ସୁଧୀର ମୁନଗଣ୍ଟିୱାର ମଧ୍ୟ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ‘ବିନୋଦ ତାୱଡେ ରାଷ୍ଟ୍ରୀୟ ମହାସଚିବ । ସେ କଣ ୱାର୍ଡ ସ୍ତରରେ ଟଙ୍କା ବାଣ୍ଟିବା ପାଇଁ ଆସିବେ ?’
ଅନ୍ୟପଟେ ବିନୋଦ ତାୱଡେ ମଧ୍ୟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, 'ଆସନ୍ତାକାଲି ହେବାକୁ ଥିବା ମତଦାନକୁ ନେଇ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ପାଇଁ ଆସିଥିଲି । ମୁଁ ଅପ୍ପା (ହିତେନ୍ଦ୍ର ଠାକୁର) ଏବଂ କ୍ଷିତିଜଙ୍କୁ କହିଛି, ତଦନ୍ତ କରିବାର ଅଛି ଯଦି କର । ନିରକ୍ଷେପ ତଦନ୍ତ ପାଇଁ ମୁଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରୁଛି ।'