୧୨୮୯ ଟଙ୍କା ଶସ୍ତା ହେଲା ସୁନା, ରୁପା ମୂଲ୍ୟରେ ୩ ହଜାର ଟଙ୍କାରୁ ଅଧିକ ହ୍ରାସ
ନୂଆଦିଲ୍ଲୀ: ଶସ୍ତା ହେଲା ସୁନା ଓ ରୁପା। ଗୁରୁବାର(ମେ ୨୩) ଦୁଇ ମୂଲ୍ୟବାନ ଧାତୁର ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୧୨୮୯ ଟଙ୍କା ଶସ୍ତା ହୋଇ ୭୨,୭୯୧ ଟଙ୍କା ହୋଇଛି। ସେହିପରି ରୁପା କିଲୋଗ୍ରାମ ଉପରେ ୩,୭୪୬ ଟଙ୍କା ଶସ୍ତା ହୋଇଛି। ଦର କମିବା ପରେ ରୁପ କେଜି ୮୯,୪୧୦ ଟଙ୍କା ରହିଛି। ଏହାପୂର୍ବରୁ ମେ ୨୩ ରେ ରୂପା କେଜି ପ୍ରତି ୯୨,୮୮୬ ଟଙ୍କା ଥିଲା।୩ ମହାନଗର ଓ ଭୁବନେଶ୍ୱରରେ ସୁନା ଦାମସହର10 ଗ୍ରାମ 22 କ୍ୟାରେଟ୍ ସୁନା ମୂଲ୍ୟ10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟଦିଲ୍ଲୀ୬୭,୪୫୦୭୩,୫୭୦ମୁମ୍ବାଇ୬୭,୩୦୦ ୭୩,୪୨୦ କୋଲକାତା୬୭,୩୦୦ ୭୩,୪୨୦ଭୋପାଳ୬୭, ୩୫୦ ୭୩,୪୭୦ଭୁବନେଶ୍ୱର୬୭,୩୦୦୭୩,୪୨୦ ଆଇବିଜେଏ ଅନୁଯାୟୀ, ଚଳିତ ବର୍ଷ ସୁନା ମୂଲ୍ୟ ୯,୪୩୯ ଟଙ୍କା ବୃଦ୍ଧି ପାଇଛି। ଜାନୁଆରୀ ୧ରେ ସୁନା ୬୩,୩୫୨ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୦ ଗ୍ରାମ ପିଛା ୭୨,୭୯୧ ଟଙ୍କାରେ ପହଞ୍ଚିଛି। ଏଥିସହିତ ଏକ କିଲୋଗ୍ରାମ ରୂପା ମୂଲ୍ୟ ୭୩,୩୯୫ ରୁ ୮୯,୪୧୦ ଟଙ୍କାକୁ ବୃଦ୍ଧି ପାଇଛି। HDFCର ସିକ୍ୟୁରିଟିଜର କମୋଡିଟି ଓ କରେନ୍ସି ମୁଖ୍ୟ ଅନୁଜ ଗୁପ୍ତାଙ୍କ ସୂଚନା ଅନୁସାରେ, ଆଗାମୀ ଦିନମାନଙ୍କରେ ମଧ୍ୟ ସୁନା ଓ ରୁପା ବୃଦ୍ଧି ଘଟିପାରେ। ଆଗାମୀ ବର୍ଷକ ମଧ୍ୟରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୦ ହଜାରରୁ ୮୫ ହଜାର ଟଙ୍କା ପର୍ଯ୍ୟ
ନୂଆଦିଲ୍ଲୀ: ଶସ୍ତା ହେଲା ସୁନା ଓ ରୁପା। ଗୁରୁବାର(ମେ ୨୩) ଦୁଇ ମୂଲ୍ୟବାନ ଧାତୁର ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ୧୨୮୯ ଟଙ୍କା ଶସ୍ତା ହୋଇ ୭୨,୭୯୧ ଟଙ୍କା ହୋଇଛି। ସେହିପରି ରୁପା କିଲୋଗ୍ରାମ ଉପରେ ୩,୭୪୬ ଟଙ୍କା ଶସ୍ତା ହୋଇଛି। ଦର କମିବା ପରେ ରୁପ କେଜି ୮୯,୪୧୦ ଟଙ୍କା ରହିଛି। ଏହାପୂର୍ବରୁ ମେ ୨୩ ରେ ରୂପା କେଜି ପ୍ରତି ୯୨,୮୮୬ ଟଙ୍କା ଥିଲା।
୩ ମହାନଗର ଓ ଭୁବନେଶ୍ୱରରେ ସୁନା ଦାମ
| ସହର | 10 ଗ୍ରାମ 22 କ୍ୟାରେଟ୍ ସୁନା ମୂଲ୍ୟ | 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ |
| ଦିଲ୍ଲୀ | ୬୭,୪୫୦ | ୭୩,୫୭୦ |
| ମୁମ୍ବାଇ | ୬୭,୩୦୦ | ୭୩,୪୨୦ |
| କୋଲକାତା | ୬୭,୩୦୦ | ୭୩,୪୨୦ |
| ଭୋପାଳ | ୬୭, ୩୫୦ | ୭୩,୪୭୦ |
| ଭୁବନେଶ୍ୱର | ୬୭,୩୦୦ | ୭୩,୪୨୦ |
ଆଇବିଜେଏ ଅନୁଯାୟୀ, ଚଳିତ ବର୍ଷ ସୁନା ମୂଲ୍ୟ ୯,୪୩୯ ଟଙ୍କା ବୃଦ୍ଧି ପାଇଛି। ଜାନୁଆରୀ ୧ରେ ସୁନା ୬୩,୩୫୨ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୦ ଗ୍ରାମ ପିଛା ୭୨,୭୯୧ ଟଙ୍କାରେ ପହଞ୍ଚିଛି। ଏଥିସହିତ ଏକ କିଲୋଗ୍ରାମ ରୂପା ମୂଲ୍ୟ ୭୩,୩୯୫ ରୁ ୮୯,୪୧୦ ଟଙ୍କାକୁ ବୃଦ୍ଧି ପାଇଛି।
HDFCର ସିକ୍ୟୁରିଟିଜର କମୋଡିଟି ଓ କରେନ୍ସି ମୁଖ୍ୟ ଅନୁଜ ଗୁପ୍ତାଙ୍କ ସୂଚନା ଅନୁସାରେ, ଆଗାମୀ ଦିନମାନଙ୍କରେ ମଧ୍ୟ ସୁନା ଓ ରୁପା ବୃଦ୍ଧି ଘଟିପାରେ। ଆଗାମୀ ବର୍ଷକ ମଧ୍ୟରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୦ ହଜାରରୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ସେହିପରି ରୁପା ଏକ କିଲୋଗ୍ରାମକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଅନୁଜ ଗୁପ୍ତା ଅନୁମାନ କରିଛନ୍ତି।