ଭାରତର ଯେକୌଣସି ସନ୍ୟ କାର୍ଯ୍ୟାନୁଷ୍ଠାନର ଦୃଢ଼ ଜବାବ ଦେବୁ: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନୀର

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ରୂପ ଦେଖି ଭୟଭୀତ ହୋଇଥିବା ପାକିସ୍ତାନ ବାରମ୍ବାର ଭାରତକୁ ଫମ୍ପା ଧମକ ଦେଇ ଚାଲିଛି। ଧର୍ମୀୟ ଭାବନାରେ ଦେଶକୁ ବାଣ୍ଟୁଥିବା ପାକିସ୍ତାନ ସେନା ମୁଖ୍ୟ ଜେନାରାଲ ଅସିମ ମୁନୀର ଭାରତକୁ ଚେତାବନୀ ଜାରି କରିଛି।ଭାରତର ଯେକୌଣସି ସୈନ୍ୟ ଦୁଃସାହସିକ କାର୍ଯ୍ୟର ତ୍ୱରିତ ଏବଂ କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି।ମେ ୧ ତାରିଖରେ ଏକ ସାମରିକ ଅଭ୍ୟାସ ସମୟରେ ଏକ ଟ୍ୟାଙ୍କ ଉପରୁ ସୈନ୍ୟମାନଙ୍କୁ ସମ୍ବୋଧିତ କରୁଥିବା ମୁନିର କହିଥିଲେ "କୌଣସି ଅସ୍ପଷ୍ଟତା ନ ରଖାଯାଉ। ଭାରତର ଯେକୌଣସି ସାମରିକ ଦୁଃସାହସିକ କାର୍ଯ୍ୟର ଦ୍ରୁତ, ଦୃଢ଼ ଏବଂ କଡ଼ା ଜବାବ ଦିଆଯିବ।" ମୁନୀର ଏପରି କହିଥିବା ଦ ଡନ୍‌ରେ ଖବର ପ୍ରକାଶ ପାଇଛି। ପାକିସ୍ତାନ ସେନା ମୁଖ୍ୟ ଆହୁରି କହିଛନ୍ତି ଯେ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମସ୍ତ ମୂଲ୍ୟ ଦେଇ ରକ୍ଷା କରିବା ପାଇଁ ସେନାର ଅଦମ୍ୟ ସଂକଳ୍ପ ରହିଛି। ପାକିସ୍ତାନ ଆଞ୍ଚଳିକ ଶାନ୍ତି ପ୍ରତି ପ୍ରତିବଦ୍ଧ ଥିବା ବେଳେ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆମର ପ୍ରସ୍ତୁତି ଏବଂ ସଂକଳ୍ପ ସଠିକ ରହିଛି ବୋଲି ସେ କହିଛନ୍ତି।ପଢ଼ନ୍ତୁ- ପାକିସ୍ତାନକୁ ବେଜିଂର ଭରସା; ଶାନ୍ତି କଥା କହି ଆତଙ୍କୀସ୍ତାନକୁ ସମର୍ଥନ ଦେଲେ ଚୀନ୍ ରାଷ୍ଟ୍ରଦୂତସେପଟେ ବିଶ୍ଳେଷକମାନେ ମୁନିରଙ୍କୁ ଭାରତ ପ୍ରତି ଜଣେ କଠୋରପନ୍ଥୀ ଭାବନା ରଖୁଥିବା ବ୍ୟକ୍ତି ବୋଲି ଦର୍ଶାଇଛନ୍ତି।

ଭାରତର ଯେକୌଣସି ସନ୍ୟ କାର୍ଯ୍ୟାନୁଷ୍ଠାନର ଦୃଢ଼ ଜବାବ ଦେବୁ: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନୀର

ନୂଆଦିଲ୍ଲୀପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ରୂପ ଦେଖି ଭୟଭୀତ ହୋଇଥିବା ପାକିସ୍ତାନ ବାରମ୍ବାର ଭାରତକୁ ଫମ୍ପା ଧମକ ଦେଇ ଚାଲିଛି। ଧର୍ମୀୟ ଭାବନାରେ ଦେଶକୁ ବାଣ୍ଟୁଥିବା ପାକିସ୍ତାନ ସେନା ମୁଖ୍ୟ ଜେନାରାଲ ଅସିମ ମୁନୀର ଭାରତକୁ ଚେତାବନୀ ଜାରି କରିଛି।ଭାରତର ଯେକୌଣସି ସୈନ୍ୟ ଦୁଃସାହସିକ କାର୍ଯ୍ୟର ତ୍ୱରିତ ଏବଂ କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି।

ମେ ୧ ତାରିଖରେ ଏକ ସାମରିକ ଅଭ୍ୟାସ ସମୟରେ ଏକ ଟ୍ୟାଙ୍କ ଉପରୁ ସୈନ୍ୟମାନଙ୍କୁ ସମ୍ବୋଧିତ କରୁଥିବା ମୁନିର କହିଥିଲେ "କୌଣସି ଅସ୍ପଷ୍ଟତା ନ ରଖାଯାଉ। ଭାରତର ଯେକୌଣସି ସାମରିକ ଦୁଃସାହସିକ କାର୍ଯ୍ୟର ଦ୍ରୁତ, ଦୃଢ଼ ଏବଂ କଡ଼ା ଜବାବ ଦିଆଯିବ।" ମୁନୀର ଏପରି କହିଥିବା ଦ ଡନ୍‌ରେ ଖବର ପ୍ରକାଶ ପାଇଛି। 

ପାକିସ୍ତାନ ସେନା ମୁଖ୍ୟ ଆହୁରି କହିଛନ୍ତି ଯେ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମସ୍ତ ମୂଲ୍ୟ ଦେଇ ରକ୍ଷା କରିବା ପାଇଁ ସେନାର ଅଦମ୍ୟ ସଂକଳ୍ପ ରହିଛି। ପାକିସ୍ତାନ ଆଞ୍ଚଳିକ ଶାନ୍ତି ପ୍ରତି ପ୍ରତିବଦ୍ଧ ଥିବା ବେଳେ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆମର ପ୍ରସ୍ତୁତି ଏବଂ ସଂକଳ୍ପ ସଠିକ ରହିଛି ବୋଲି ସେ କହିଛନ୍ତି।

ପଢ଼ନ୍ତୁ- ପାକିସ୍ତାନକୁ ବେଜିଂର ଭରସା; ଶାନ୍ତି କଥା କହି ଆତଙ୍କୀସ୍ତାନକୁ ସମର୍ଥନ ଦେଲେ ଚୀନ୍ ରାଷ୍ଟ୍ରଦୂତ

ସେପଟେ ବିଶ୍ଳେଷକମାନେ ମୁନିରଙ୍କୁ ଭାରତ ପ୍ରତି ଜଣେ କଠୋରପନ୍ଥୀ ଭାବନା ରଖୁଥିବା ବ୍ୟକ୍ତି ବୋଲି ଦର୍ଶାଇଛନ୍ତି। ଭାରତ ସହିତ ଧାର୍ମିକ ଆଧାରରେ ମନୀର ଯୁଦ୍ଧ କରିବାକୁ ଚାହୁଁଛନ୍ତି ବୋଲି ବିଶ୍ଳେଷକମାନେ କହିଥିବା ଆମେରିକା ଖବରଖାଗଜ ଦି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପ୍ରକାଶ ପାଇଛି। 

ଆଶ୍ଚର୍ଯ୍ୟଜନକ କଥା ହେଉଛି, ପହଲଗାମ ଆକ୍ରମଣର କିଛି ଦିନ ପୂର୍ବରୁ, ମୁନିର ହିନ୍ଦୁ ମୁସଲମାନ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି କହିଥିଲେ। ଏହି ଆଧାରରେ ପାକିସ୍ତାନ ଇସଲାମିକ ଗଣରାଜ୍ୟ ଭାବରେ ସୃଷ୍ଟି ହୋଇଥିଲା ବୋଲି କହିଥିଲେ। କେବଳ ସେତିକି ନୁହେଁ, ଏକଥା ନିଜ ପିଲାମାନଙ୍କୁ ଶୁଣାଇବାକୁ ମୁନିର ପାକିସ୍ତାନୀଙ୍କୁ ଅନୁରୋଧ କରିଥିଲେ। ୧୯୪୭ରେ ଦୁଇ-ରାଷ୍ଟ୍ର ତତ୍ତ୍ୱ(ଟୁ ନେସନ ଥିଓରୀ) ଆଧାରରେ ପାକିସ୍ତାନ ଭାରତ ଠାରୁ ଅଲଗା ହୋଇଥିଲା ବୋଲି ମୁନୀର କହିଥିଲେ। 

ପଢନ୍ତୁ- ୧୯୭୧ ପରେ ପ୍ରଥମ, ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ରାଜ୍ୟଗୁଡ଼ିକୁ ମକ୍‌ଡ୍ରିଲ୍ ପାଇଁ ନିର୍ଦ୍ଦେଶ

ସେ କହିଥିଲେ “ଆମର ପୂର୍ବ ପୁରୁଷମାନେ ବିଶ୍ୱାସ କରୁଥିଲେ ଯେ ଜୀବନର ପ୍ରତ୍ୟେକ ଦିଗରେ ଆମେ ହିନ୍ଦୁଙ୍କଠାରୁ ଭିନ୍ନ। ଆମର ଧର୍ମ ଭିନ୍ନ। ଆମର ରୀତି ଭିନ୍ନ। ଏହା ଦୁଇ ରାଷ୍ଟ୍ର ତତ୍ତ୍ୱର ମୂଳଦୁଆ ଥିଲା।" ମୁନୀରଙ୍କ ଏହି ଭାଷଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭାରତ ଉପରେ ଆକ୍ରମଣ ପାଇ ଉତ୍ସାହିତ କରିଥିଲା। ଏବଂ ଏହି ଭାଷଣର ପ୍ରାୟ ଗୋଟିଏ ସପ୍ତାହ ପରେ ପହଲଗାମ ଆକ୍ରମଣ ହୋଇଥିଲା। ଓ ସେଠାରେ ଆତଙ୍କବାଦୀମାନେ ଲୋକଙ୍କୁ ଧର୍ମ ପଚାରି ହିନ୍ଦୁମାନଙ୍କୁ ବାଛି ବାଛି ହତ୍ୟା କରିଥିଲେ।