ତିନି ଦିନ ବନ୍ଦ ରହିବ ଭିତରକନିକା ; ବାତ୍ୟାକୁ ନେଇ ବଢିଲା ସୁରକ୍ଷା

କନକ ବ୍ୟୁରୋ: ମାଡିଆସୁଛି ବାତ୍ୟା ‘ଦାନା’ । ଏହା ୧୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ତେବେ ବାତ୍ୟା ଧାମରା ଓ ଭିତରକନିକା ମଧ୍ୟରେ ମାଡ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ କଡା ସୁରକ୍ଷା ବଳୟରେ ଏବେ ଭିତରକନିକା ଅଞ୍ଚଳ ।   ଯେଉଁ ପର୍ଯ୍ୟଟକମାନେ ଏବେ ଭିତରକନିକା ଇକୋରିଟ୍ରିଟରେ ଅଛନ୍ତି  ସେମାନଙ୍କୁ ତୁରନ୍ତ ସ୍ଥାନ ଛାଡିଯିବାକୁ କୁହାଯାଇଥିବାବେଳେ ଭିତରକନିକାକୁ ୨୩, ୨୪ ଓ ୨୫ , ୩ଦିନ ବନ୍ଦ ରଖିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ବାତ୍ୟା ମୁକାବିଲା ପାଇଁ ପୁରା ସତର୍କ ରହିଛି ବନ ବିଭାଗ । ୫ଟି ତହସିଲ ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡା ପାଇଁ ୭ଟି ଟିମ୍ ଗଠନ କରାଯାଇଛି । କୌଣସି ପ୍ରତିକୂଳ ଘଟଣାର ମୁକାବିଲା ପାଇଁ ଏମାନଙ୍କୁ ଆଲର୍ଟ କରାଯାଇଛି ।

ତିନି ଦିନ ବନ୍ଦ ରହିବ ଭିତରକନିକା ; ବାତ୍ୟାକୁ ନେଇ ବଢିଲା ସୁରକ୍ଷା

କନକ ବ୍ୟୁରୋ: ମାଡିଆସୁଛି ବାତ୍ୟା ‘ଦାନା’ । ଏହା ୧୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ତେବେ ବାତ୍ୟା ଧାମରା ଓ ଭିତରକନିକା ମଧ୍ୟରେ ମାଡ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ କଡା ସୁରକ୍ଷା ବଳୟରେ ଏବେ ଭିତରକନିକା ଅଞ୍ଚଳ । 
 

ଯେଉଁ ପର୍ଯ୍ୟଟକମାନେ ଏବେ ଭିତରକନିକା ଇକୋରିଟ୍ରିଟରେ ଅଛନ୍ତି  ସେମାନଙ୍କୁ ତୁରନ୍ତ ସ୍ଥାନ ଛାଡିଯିବାକୁ କୁହାଯାଇଥିବାବେଳେ ଭିତରକନିକାକୁ ୨୩, ୨୪ ଓ ୨୫ , ୩ଦିନ ବନ୍ଦ ରଖିବାକୁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ବାତ୍ୟା ମୁକାବିଲା ପାଇଁ ପୁରା ସତର୍କ ରହିଛି ବନ ବିଭାଗ । ୫ଟି ତହସିଲ ଆଳି, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡା ପାଇଁ ୭ଟି ଟିମ୍ ଗଠନ କରାଯାଇଛି । କୌଣସି ପ୍ରତିକୂଳ ଘଟଣାର ମୁକାବିଲା ପାଇଁ ଏମାନଙ୍କୁ ଆଲର୍ଟ କରାଯାଇଛି ।