ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ, ଗାଁଠୁ ସହର ସବୁଠି ବେଶ୍‌ ଉତ୍ସାହ

ଭୁବନେଶ୍ୱର ୧୬।୦୬: ଆଜି ଶେଷ ରଜ। ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ଗାଁଠୁ ସହର ସବୁଠି ରଜ ପର୍ବକୁ ନେଇ ବେଶ୍ ଉତ୍ସାହ। ରଜ ପାନ, ପୋଡପିଠା ଖାଇବା ସହ ଝିଅମାନେ ଦୋଳିରେ ଝୁଲୁଛନ୍ତି । ଘରେ ଘରେ ଜମିଛି ପିଠାପଣାର ଆସର। ପୋଡ଼ପିଠାର ବାସ୍ନାରେ ମହକୁଛି ପୁରପଲ୍ଲୀ । କେତେକ ସ୍ଥାନରେ ପାରମ୍ପରିକ ଖେଳ ବି ଜମିଛି । ଓଡିଶାର ଗଣପର୍ବ ରଜର ଆଜି ଶେଷ ଦିନ ହୋଇଥିବାରୁ ଏହାକୁ କେହି ହାତ ଛଡା କରୁନାହାନ୍ତି। ପୋଡ ପିଠା, ରଜପାନ ଖାଇ ଦୋଳି ଖେଳରେ ମସଗୁଲ୍ ଝିଅବୋହୂ। କେବଳ ଦୋଳି ନୁହେଁ କବାଡି, ତାସ୍, ଲୁଡୋ, ପଶାପାଲିର ମଜାନେଉଛନ୍ତି ସମସ୍ତେ । କିଏ ପର୍ଯ୍ୟଟନ ସ୍ଥଳୀ ବୁଲୁଛି ତ ଆଉ କିଏ ସିନେମା ହଲରେ ଦିନ କାଟୁଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଜୋରଦାର ଚାଲିଛି ସେଲିବ୍ରେସନ୍। 

ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ, ଗାଁଠୁ ସହର ସବୁଠି ବେଶ୍‌ ଉତ୍ସାହ

ଭୁବନେଶ୍ୱର ୧୬।୦୬: ଆଜି ଶେଷ ରଜ। ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ଗାଁଠୁ ସହର ସବୁଠି ରଜ ପର୍ବକୁ ନେଇ ବେଶ୍ ଉତ୍ସାହ। ରଜ ପାନ, ପୋଡପିଠା ଖାଇବା ସହ ଝିଅମାନେ ଦୋଳିରେ ଝୁଲୁଛନ୍ତି । ଘରେ ଘରେ ଜମିଛି ପିଠାପଣାର ଆସର। ପୋଡ଼ପିଠାର ବାସ୍ନାରେ ମହକୁଛି ପୁରପଲ୍ଲୀ । କେତେକ ସ୍ଥାନରେ ପାରମ୍ପରିକ ଖେଳ ବି ଜମିଛି । 

ଓଡିଶାର ଗଣପର୍ବ ରଜର ଆଜି ଶେଷ ଦିନ ହୋଇଥିବାରୁ ଏହାକୁ କେହି ହାତ ଛଡା କରୁନାହାନ୍ତି। ପୋଡ ପିଠା, ରଜପାନ ଖାଇ ଦୋଳି ଖେଳରେ ମସଗୁଲ୍ ଝିଅବୋହୂ। କେବଳ ଦୋଳି ନୁହେଁ କବାଡି, ତାସ୍, ଲୁଡୋ, ପଶାପାଲିର ମଜାନେଉଛନ୍ତି ସମସ୍ତେ । କିଏ ପର୍ଯ୍ୟଟନ ସ୍ଥଳୀ ବୁଲୁଛି ତ ଆଉ କିଏ ସିନେମା ହଲରେ ଦିନ କାଟୁଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଜୋରଦାର ଚାଲିଛି ସେଲିବ୍ରେସନ୍।