ବିସିସିଆଇର ବଡ଼ ନିଷ୍ପତ୍ତି, ଜୟ ଶାହଙ୍କ ପରେ ଏହି କ୍ରିକେଟର ହେଲେ ସଚିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ନୂଆ ସଚିବ ହେଲେ ଦେବଜୀତ ସାଇକିଆ। ଜୟ ଶାହ ଇଣ୍ଟରନାସନାଲ କ୍ରିକେଟ କାଉନସିଲ (ICC)ର ଚେୟାରମ୍ୟାନ ହେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ଜୟ ଶାହ ଦୀର୍ଘ ୫ ବର୍ଷ ଧରି ଏହି ପଦରେ ରହିଥିଲେ। ଅବଶ୍ୟ ଦେବଜୀତ ସାଇକିଆ କାର୍ଯ୍ୟବାହୀ ସଚିବ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବୋର୍ଡରେ ଜଏଣ୍ଟ ସେକ୍ରେଟାରୀ ପଦରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ଜୟ ଶାହ ଆଇସିସିର ଚେୟାରମ୍ୟାନ ନିଯୁକ୍ତ ହେବା ପରେ ବିସିସିଆଇ ସଚିବ ପଦ ଛାଡ଼ିଥିଲେ। ଏହା ପରେ ବିସିସିଆଇ ଅଧ୍ୟକ୍ଷ ରଜର ବିନ୍ନୀ ନିଜ ସୈବଧାନିକ ଶକ୍ତିର ବ୍ୟବହାର କରି ସଚିବ ପଦରେ ଦେବଜୀତ ସାଇକିଆଙ୍କ ନିଯୁକ୍ତି କରିଛନ୍ତି।  ଅବଶ୍ୟ ଦେବଜୀତ ସାଇକିଆ କାର୍ଯ୍ୟକାରୀ ସଚିବ ରହିବେ। ସେ ୨୦୨୫ରେ ସେପ୍ଟେମ୍ବରରେ ସୁଦ୍ଧା ଅର୍ଥାତ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ ବିସିଆଇ ସଚିବ ପଦରେ ରହିପାରନ୍ତି। ଏହା ସହ ସେ ଆଇସିସି ବୋର୍ଡରେ ମଧ୍ୟ ବିସିସିଆଇର ପ୍ରତିନିଧିତ୍ବ କରିପାରନ୍ତି। ଦେବଜୀତ ଭାରତ ତରଫରୁ କ୍ରିକେଟ ଖେଳିନାହାଁନ୍ତି, କିନ୍ତ ସେ ଫାଷ୍ଟ କ୍ଲାସ କ୍ରିକେଟର ରହିସାରିଛନ୍ତି। ସେ ଆସାମ ପାଇଁ ରଣଜୀ ଟ୍ରଫି କ୍ରିକେଟ ଖେଳିଥିଲେ। ଯେଉଁଥିରେ ସେ ଓ୍ବିକେଟ କିପର- ବ୍ୟାଟର ଭୂମିକାରେ ରହିଥିଲେ। ଦେବଜୀତ ମିଡିଲ ଅର୍ଡର ବ୍ୟାଟିଂ ପାଇଁ ମଧ୍ୟ ପରିଚିତ। ଆସାମର ଦେବଜୀତ ବର୍ତ୍ତମାନ ବିସିସିଆଇରେ ଜଏଣ୍ଟ ସେକ୍ରେଟାରୀ ଭାବରେ ଅ

ବିସିସିଆଇର ବଡ଼ ନିଷ୍ପତ୍ତି, ଜୟ ଶାହଙ୍କ ପରେ ଏହି କ୍ରିକେଟର ହେଲେ ସଚିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ନୂଆ ସଚିବ ହେଲେ ଦେବଜୀତ ସାଇକିଆ। ଜୟ ଶାହ ଇଣ୍ଟରନାସନାଲ କ୍ରିକେଟ କାଉନସିଲ (ICC)ର ଚେୟାରମ୍ୟାନ ହେବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ଜୟ ଶାହ ଦୀର୍ଘ ୫ ବର୍ଷ ଧରି ଏହି ପଦରେ ରହିଥିଲେ। ଅବଶ୍ୟ ଦେବଜୀତ ସାଇକିଆ କାର୍ଯ୍ୟବାହୀ ସଚିବ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବୋର୍ଡରେ ଜଏଣ୍ଟ ସେକ୍ରେଟାରୀ ପଦରେ ରହିଛନ୍ତି। 

ରିପୋର୍ଟ ଅନୁଯାୟୀ, ଜୟ ଶାହ ଆଇସିସିର ଚେୟାରମ୍ୟାନ ନିଯୁକ୍ତ ହେବା ପରେ ବିସିସିଆଇ ସଚିବ ପଦ ଛାଡ଼ିଥିଲେ। ଏହା ପରେ ବିସିସିଆଇ ଅଧ୍ୟକ୍ଷ ରଜର ବିନ୍ନୀ ନିଜ ସୈବଧାନିକ ଶକ୍ତିର ବ୍ୟବହାର କରି ସଚିବ ପଦରେ ଦେବଜୀତ ସାଇକିଆଙ୍କ ନିଯୁକ୍ତି କରିଛନ୍ତି।  ଅବଶ୍ୟ ଦେବଜୀତ ସାଇକିଆ କାର୍ଯ୍ୟକାରୀ ସଚିବ ରହିବେ। ସେ ୨୦୨୫ରେ ସେପ୍ଟେମ୍ବରରେ ସୁଦ୍ଧା ଅର୍ଥାତ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ ବିସିଆଇ ସଚିବ ପଦରେ ରହିପାରନ୍ତି। ଏହା ସହ ସେ ଆଇସିସି ବୋର୍ଡରେ ମଧ୍ୟ ବିସିସିଆଇର ପ୍ରତିନିଧିତ୍ବ କରିପାରନ୍ତି। 

ଦେବଜୀତ ଭାରତ ତରଫରୁ କ୍ରିକେଟ ଖେଳିନାହାଁନ୍ତି, କିନ୍ତ ସେ ଫାଷ୍ଟ କ୍ଲାସ କ୍ରିକେଟର ରହିସାରିଛନ୍ତି। ସେ ଆସାମ ପାଇଁ ରଣଜୀ ଟ୍ରଫି କ୍ରିକେଟ ଖେଳିଥିଲେ। ଯେଉଁଥିରେ ସେ ଓ୍ବିକେଟ କିପର- ବ୍ୟାଟର ଭୂମିକାରେ ରହିଥିଲେ। ଦେବଜୀତ ମିଡିଲ ଅର୍ଡର ବ୍ୟାଟିଂ ପାଇଁ ମଧ୍ୟ ପରିଚିତ। ଆସାମର ଦେବଜୀତ ବର୍ତ୍ତମାନ ବିସିସିଆଇରେ ଜଏଣ୍ଟ ସେକ୍ରେଟାରୀ ଭାବରେ ଅଛନ୍ତି। ଦେବଜୀତ ପେସାରେ ଜଣେ ଓକିଲ। ବିସିସିଆଇରେ ଯୋଗ ଦେବା ପୂର୍ବରୁ ସେ ଆସାମ କ୍ରିକେଟ ଆସୋସିଏସନରେ ମଧ୍ୟ ସଚିବ ପଦରେ ନିୟୋଜିତ ଥିଲେ।

ଜୟ ଶାହ ଆଇସିସିର ୧୬ ତମ ମୁଖ୍ୟ

ଜୟ ଶାହ ବିସିସିଆଇରେ ସେକ୍ରେଟାରୀ ପଦରେ ରହିବା ସହ କ୍ରିକେଟ ହିତ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏବେ ସେ ଆଇସିସିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିଛନ୍ତି।  ତାଙ୍କୁ ଚଳିତ ବର୍ଷ ନିର୍ଦ୍ବନ୍ଦ୍ବରେ ଆଇସିସି ଚେୟାରମ୍ୟାନ ଭାବରେ ନିଯୁକ୍ତ କରାଯାଇଥିଲା।ସେ ଆଇସିସିର ୧୬ ତମ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି। ଜୟ ଶାହ ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କ ସ୍ଥାନ ନେଇଛନ୍ତି।