ତିନି ରଥରେ ଉଠିଛି ଛଅ କାଠ, ଚଉଦନାହାକା ପାଇଁ ଖଦିଓରାକୁ ଅପେକ୍ଷା

ପୁରୀ ୨୨/୦୬: ଶୁକ୍ରବାର ତିନି ରଥରେ ଛଅ କାଠ ଉଠିଛି । ଏହା ହେଉଛି ରଥରେ ଭୂଇଁ ଉଠିବାର ପୂର୍ବ ପ୍ରକ୍ରିୟା । ସମନ୍ୱୟ ରକ୍ଷା କରି ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ଏହି କାର୍ଯ୍ୟ  ସାରିଛନ୍ତି । ଛଅ କାଠ ଉଠିବା ପରେ ଚଉଦା ନାହାକା  ବୁଲିବ । ଖଦିଓରା ଆସିଲେ ଚଉଦନାହାକା ସ୍ଥାପନ  ପାଇଁ ପ୍ରସ୍ତୁତି ହେବ । ପରେ ପ୍ରଥମ ଭୂଇଁ ରଥରେ ଟୁଙ୍ଗୁରା ହେବ । ସମୟକ୍ରମେ ତିନି ଭୂଇଁ ଟୁଙ୍ଗୁରା  ହୋଇ ରଥ ଠିଆହେବ । ଛଅ କାଠ ଉଠାଇବାକୁ ପ୍ରଥମେ ଭୋଇ ସେବକମାନେ ଚାରିନାହାକାରେ ଚଣାକ(ଆୟତାକାର ଲମ୍ବା କାଠ) ବାଡ଼େଇଥିଲେ । ପ୍ରତି ରଥରେ ୮ଗୋଟି ଚଣାକ ବାଡ଼ିଆ  ଯାଇଥିଲା । ଗୋଟିଏ ପାଶ୍ୱର୍ରେ ଦୁଇଟି କରି ଲାଗିଛି ।  ଭୋଇ ସେବକମାନେ ଶୂନ୍ୟରେ ଝୁଲିଲା ଭଳି ଛଅ କାଠକୁ ଉଠାଇଥିଲେ । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚାରି ନାହାକା ଝାଙ୍କ ସଳଖି ସିଧା କରି ତା’ଉପରେ  ଛଅ କାଠ ଖଞ୍ଜା ଯାଇଛି । ଏଥିରେ କଣ୍ଟା ମଧ୍ୟ ବାଡ଼ିଆ  ସରିଛି । ଛଅ କାଠ ଉଠିଲାପରେ ଭୋଇ ସେବକମାନେ  ରଥ ଉପରେ ଥାଇ ହରିବୋଲ ଧ୍ୱନୀ ଦେଇଛନ୍ତି ।  ପୂର୍ବରୁ ଭଉଁରିରେ ଚକ ଅଖ ସଂଯୋଗ ପରେ ପ୍ରଥମ, ଦଣ୍ଡା ଉଠାରେ ୨ୟ ଓ ଚାରିନାହାକା ଉଠାଇ  ତୃତୀୟ ହରିବୋଲ ପକାଇଥିଲେ । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ  ଭୋଇ ସେବକମାନେ କାର୍ଯ୍ୟ କରୁଛନ୍ତି ।  ରଥଖଳାରେ ଦ୍ୱିତୀୟ ଭୂଇଁର ଫ୍ରେମ୍‌ ଶେଷ ହୋଇଛି । ପ୍ରଥମ ଭୂଇଁ ଭଳି ଦ୍ୱିତୀୟ ଭୂଇଁର ମୂଳଦୁଆ ରଥ

ତିନି ରଥରେ ଉଠିଛି ଛଅ କାଠ, ଚଉଦନାହାକା ପାଇଁ ଖଦିଓରାକୁ ଅପେକ୍ଷା

ପୁରୀ ୨୨/୦୬: ଶୁକ୍ରବାର ତିନି ରଥରେ ଛଅ କାଠ ଉଠିଛି । ଏହା ହେଉଛି ରଥରେ ଭୂଇଁ ଉଠିବାର ପୂର୍ବ ପ୍ରକ୍ରିୟା । ସମନ୍ୱୟ ରକ୍ଷା କରି ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ଏହି କାର୍ଯ୍ୟ  ସାରିଛନ୍ତି । ଛଅ କାଠ ଉଠିବା ପରେ ଚଉଦା ନାହାକା  ବୁଲିବ । ଖଦିଓରା ଆସିଲେ ଚଉଦନାହାକା ସ୍ଥାପନ  ପାଇଁ ପ୍ରସ୍ତୁତି ହେବ । 

ପରେ ପ୍ରଥମ ଭୂଇଁ ରଥରେ ଟୁଙ୍ଗୁରା ହେବ । ସମୟକ୍ରମେ ତିନି ଭୂଇଁ ଟୁଙ୍ଗୁରା  ହୋଇ ରଥ ଠିଆହେବ । ଛଅ କାଠ ଉଠାଇବାକୁ ପ୍ରଥମେ ଭୋଇ ସେବକମାନେ ଚାରିନାହାକାରେ ଚଣାକ(ଆୟତାକାର ଲମ୍ବା କାଠ) ବାଡ଼େଇଥିଲେ । ପ୍ରତି ରଥରେ ୮ଗୋଟି ଚଣାକ ବାଡ଼ିଆ  ଯାଇଥିଲା । ଗୋଟିଏ ପାଶ୍ୱର୍ରେ ଦୁଇଟି କରି ଲାଗିଛି ।  

ଭୋଇ ସେବକମାନେ ଶୂନ୍ୟରେ ଝୁଲିଲା ଭଳି ଛଅ କାଠକୁ ଉଠାଇଥିଲେ । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚାରି ନାହାକା ଝାଙ୍କ ସଳଖି ସିଧା କରି ତା’ଉପରେ  ଛଅ କାଠ ଖଞ୍ଜା ଯାଇଛି । ଏଥିରେ କଣ୍ଟା ମଧ୍ୟ ବାଡ଼ିଆ  ସରିଛି । ଛଅ କାଠ ଉଠିଲାପରେ ଭୋଇ ସେବକମାନେ  ରଥ ଉପରେ ଥାଇ ହରିବୋଲ ଧ୍ୱନୀ ଦେଇଛନ୍ତି ।  

ପୂର୍ବରୁ ଭଉଁରିରେ ଚକ ଅଖ ସଂଯୋଗ ପରେ ପ୍ରଥମ, ଦଣ୍ଡା ଉଠାରେ ୨ୟ ଓ ଚାରିନାହାକା ଉଠାଇ  ତୃତୀୟ ହରିବୋଲ ପକାଇଥିଲେ । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ  ଭୋଇ ସେବକମାନେ କାର୍ଯ୍ୟ କରୁଛନ୍ତି ।  ରଥଖଳାରେ ଦ୍ୱିତୀୟ ଭୂଇଁର ଫ୍ରେମ୍‌ ଶେଷ ହୋଇଛି । ପ୍ରଥମ ଭୂଇଁ ଭଳି ଦ୍ୱିତୀୟ ଭୂଇଁର ମୂଳଦୁଆ ରଥଖଳାରେ ପଡିଥିଲା । ଦ୍ୱିତୀୟ  ଭୂଇଁ ଭଳି ତୃତୀୟ ଭୂଇଁ ଉଠିବ । ଭୂଇଁରେ ଥିବା  କାଠମାନଙ୍କରେ ବିନ୍ଧ ହୋଇ ପାଖୁଡା ଲାଗିବ । ଗୋଟିଏ  ଭୂଇଁରେ ୧୬ଟି ପାଖୁଡା ଲାଗିବ । ପାଖୁଡା ଗୁଡ଼ିକ ଦେହରେ ପଡ଼ିବ ମାଛପାତିଆ । 

ପ୍ରଥମ  ଭୂଇଁ ଭଳି ଏହା ଖୋଲା ଯାଇ ରଥରେ ଲାଗିବ । ଖଦିଓରା କାଠ ଆସିଲେ କଟା ହୋଇ ରଥ ଦଣ୍ଡାରେ ପଡ଼ିବ । ପରେ ରଥରେ ଚଉଦନାହାକା ବୁଲିବ । ତିନି ଗୋଟି ଭୂଇଁ ରଥରେ ଫିଟିଂ ପରେ ଚଣାକ  ଗୁଡିକ କାଢି ଦିଆଯିବି । ରଥଖଳାରେ ରୂପକାର,  ଦୋଳବେଦିରେ କମାର ତଥା କରତି ସେବକମାନେ  କାମରେ ନିୟୋଜିତ ରହିଛନ୍ତି । ଚିତ୍ରକରମାନେ ପାଶ୍ୱର୍ଦେବତାଙ୍କୁ ରଙ୍ଗ କରିବା ଆରମ୍ଭ କରିଛନ୍ତି ।