ୟୁଏଇରେ ବାଦଲ ଫଟା ବର୍ଷା! ବିମାନ ସେବା ପ୍ରଭାବିତ, ସ୍କୁଲ ଛୁଟି ଘୋଷଣା

ଆବୁଧାବି: ୟୁଏଇରେ ପ୍ରବଳ ବର୍ଷା । ବର୍ଷା ଏବଂ ପବନ ଯୋଗୁଁ ଦୁବାଇ ଏୟାରପୋର୍ଟରୁ ବିମାନ ଉଡ଼ାଣ ସାମୟିକ ଭାବେ ବାତିଲ  । ୨୫ ମିନିଟ୍‌ ଲାଗି ୫୦ ବିମାନ ଉଡ଼ାଣ ବାତିଲ  ହୋଇଛି ।ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି  । ବିମାନ ଉଡ଼ାଣକୁ ନେଇ ମଧ୍ୟ ଆଶଙ୍କ ଲାଗିରହିଛି ବୋଲି  ଏକ୍ସରେ ସୂଚନା ଦେଇଛନ୍ତି ଦୁବାଇ ବିମାନ ବନ୍ଦର କର୍ତ୍ତୃପକ୍ଷ।  ବିଜୁଳି ଓ ଘଡ଼ଘଡ଼ି ସାଙ୍ଗକୁ ବାଦଲ ଫଟା ବର୍ଷା ୟୁଏଇରେ ତାଣ୍ଡବ ରଚିଛିରାତିସାରା ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଦୁବାଇରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ୟୁଏଇର ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ ନେଇ ଘୋଷଣା ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ରାସ୍ତାରେ ପାଣି ଲହଡ଼ି ମାରୁଥିବା ବେଳେ ବାହାରେ ଥିବା ଲୋକଙ୍କ କାର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ସେପଟେ ୟୁଏଇର ପଡ଼ୋଶୀ ଓମାନରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୮ ଜଣଙ୍କ ଜୀବନ ଯାଇଛି ।

ୟୁଏଇରେ ବାଦଲ ଫଟା ବର୍ଷା! ବିମାନ ସେବା ପ୍ରଭାବିତ, ସ୍କୁଲ ଛୁଟି ଘୋଷଣା

ଆବୁଧାବି: ୟୁଏଇରେ ପ୍ରବଳ ବର୍ଷା । ବର୍ଷା ଏବଂ ପବନ ଯୋଗୁଁ ଦୁବାଇ ଏୟାରପୋର୍ଟରୁ ବିମାନ ଉଡ଼ାଣ ସାମୟିକ ଭାବେ ବାତିଲ  । ୨୫ ମିନିଟ୍‌ ଲାଗି ୫୦ ବିମାନ ଉଡ଼ାଣ ବାତିଲ  ହୋଇଛି ।

ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି  । ବିମାନ ଉଡ଼ାଣକୁ ନେଇ ମଧ୍ୟ ଆଶଙ୍କ ଲାଗିରହିଛି ବୋଲି  ଏକ୍ସରେ ସୂଚନା ଦେଇଛନ୍ତି ଦୁବାଇ ବିମାନ ବନ୍ଦର କର୍ତ୍ତୃପକ୍ଷ।  ବିଜୁଳି ଓ ଘଡ଼ଘଡ଼ି ସାଙ୍ଗକୁ ବାଦଲ ଫଟା ବର୍ଷା ୟୁଏଇରେ ତାଣ୍ଡବ ରଚିଛି

ରାତିସାରା ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଦୁବାଇରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି । ୟୁଏଇର ବିଭିନ୍ନ ସ୍ଥାନରେ ସ୍କୁଲ ବନ୍ଦ ନେଇ ଘୋଷଣା ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ରାସ୍ତାରେ ପାଣି ଲହଡ଼ି ମାରୁଥିବା ବେଳେ ବାହାରେ ଥିବା ଲୋକଙ୍କ କାର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । 

ସେପଟେ ୟୁଏଇର ପଡ଼ୋଶୀ ଓମାନରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୮ ଜଣଙ୍କ ଜୀବନ ଯାଇଛି ।