ତିନି ସ୍ତରରେ ଚାଲିଛି କଟନି ଛଟନି । ମନ୍ତ୍ରୀ କହିଲେ ୭ ନୁହେଁ, ୫ କିଲୋ ।

କନକ ବ୍ୟୁରୋ: ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣୁଛନ୍ତି ବିଜେପି ସରକାର। କିନ୍ତୁ ମଣ୍ଡିରେ କଟନି ଛଟନି ହେବନି ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସରକାର ପାଇଁ ଏବେ ତଂଟିରେ କଣ୍ଟା ହୋଇଛି। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ବେ ବି ମଣ୍ଡିରେ କଟନିଛଟନି ହେଉଛି। ବିରୋଧୀ ଓ ଚାଷୀଙ୍କ ଅଭିଯୋଗ ଭିତରେ ସତ ମାନିଛନ୍ତି ଖୋଦ ମନ୍ତ୍ରୀ।  ତିନି ସ୍ତରରେ ଚାଲିଛି କଟନି ଛଟନି ମନ୍ତ୍ରୀ କହିଲେ ୭ ନୁହେଁ, ୫ କିଲୋ  ରାଜ୍ୟରେ ଖରିଫ୍ ଧାନ କିଣୁଛନ୍ତି ସରକାର। ଏମଏସପି ସହ ଅଧିକ ୮ଶହ ଟଙ୍କା ବୋନସ ଦେଉଛନ୍ତି ରାଜ୍ୟ ସରକାର। କିନ୍ତୁ ଚାଷୀଙ୍କୁ ଏହା ଖୁସି ଦେଇପାରୁନି। କାରଣ ଏବେ ବି ମଣ୍ଡିରେ କଟନିଛଟନି ହେଉଛି। ବିରୋଧୀଙ୍କ ଅଭିଯୋଗ ଅନୁସାରେ, ମଣ୍ଡିରେ କୁଇଣ୍ଟାଲ ପିଛା ୭ରୁ ୮ କିଲୋ କଟନି ଛଟନି ହେଉଛି । ମିଲରମାନେ କଟନି ଛଟନି କରୁଥିବା ବେଳେ ବସ୍ତା ବାବଦରେ ବି ଧାନ କଟାଯାଉଛି । ସେହିପରି ଧାନର ମାନକୁ ନେଇ ମଧ୍ୟ କଟନି ଛଟନି କରାଯାଉଛି । କିନ୍ତୁ ମନ୍ତ୍ରୀ କହିଛନ୍ତି, ସାତ କିଲୋ ମିଛ କଥା, ପାଞ୍ଚ କିଲୋ ଭିତରେ କଟନି ଛଟନି ହେଉଛି । ମିଲର ଓ ଚାଷୀ କଥା ହୋଇ ପାଞ୍ଚ କେଜି ଲେଖାଏଁ କାଟୁଛନ୍ତି ।  ପୂର୍ବରୁ କଟନିଛଟନି ପ୍ରସଙ୍ଗକୁ ନେଇ ବିଜେପି ତତ୍କାଳୀନ ସରକାରକୁ ଘେରି ଆସୁଥିଲା । ସରକାରକୁ ଆସିଲେ ମଣ୍ଡିରେ କଟନିଛଟନି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମଣ୍ଡିକୁ ମିଲର ବ୍ୟା

ତିନି ସ୍ତରରେ ଚାଲିଛି କଟନି ଛଟନି । ମନ୍ତ୍ରୀ କହିଲେ ୭ ନୁହେଁ, ୫ କିଲୋ ।

କନକ ବ୍ୟୁରୋ: ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣୁଛନ୍ତି ବିଜେପି ସରକାର। କିନ୍ତୁ ମଣ୍ଡିରେ କଟନି ଛଟନି ହେବନି ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସରକାର ପାଇଁ ଏବେ ତଂଟିରେ କଣ୍ଟା ହୋଇଛି। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ବେ ବି ମଣ୍ଡିରେ କଟନିଛଟନି ହେଉଛି। ବିରୋଧୀ ଓ ଚାଷୀଙ୍କ ଅଭିଯୋଗ ଭିତରେ ସତ ମାନିଛନ୍ତି ଖୋଦ ମନ୍ତ୍ରୀ। 

ତିନି ସ୍ତରରେ ଚାଲିଛି କଟନି ଛଟନି 
ମନ୍ତ୍ରୀ କହିଲେ ୭ ନୁହେଁ, ୫ କିଲୋ 

ରାଜ୍ୟରେ ଖରିଫ୍ ଧାନ କିଣୁଛନ୍ତି ସରକାର। ଏମଏସପି ସହ ଅଧିକ ୮ଶହ ଟଙ୍କା ବୋନସ ଦେଉଛନ୍ତି ରାଜ୍ୟ ସରକାର। କିନ୍ତୁ ଚାଷୀଙ୍କୁ ଏହା ଖୁସି ଦେଇପାରୁନି। କାରଣ ଏବେ ବି ମଣ୍ଡିରେ କଟନିଛଟନି ହେଉଛି। ବିରୋଧୀଙ୍କ ଅଭିଯୋଗ ଅନୁସାରେ, ମଣ୍ଡିରେ କୁଇଣ୍ଟାଲ ପିଛା ୭ରୁ ୮ କିଲୋ କଟନି ଛଟନି ହେଉଛି । ମିଲରମାନେ କଟନି ଛଟନି କରୁଥିବା ବେଳେ ବସ୍ତା ବାବଦରେ ବି ଧାନ କଟାଯାଉଛି । ସେହିପରି ଧାନର ମାନକୁ ନେଇ ମଧ୍ୟ କଟନି ଛଟନି କରାଯାଉଛି । କିନ୍ତୁ ମନ୍ତ୍ରୀ କହିଛନ୍ତି, ସାତ କିଲୋ ମିଛ କଥା, ପାଞ୍ଚ କିଲୋ ଭିତରେ କଟନି ଛଟନି ହେଉଛି । ମିଲର ଓ ଚାଷୀ କଥା ହୋଇ ପାଞ୍ଚ କେଜି ଲେଖାଏଁ କାଟୁଛନ୍ତି । 

ପୂର୍ବରୁ କଟନିଛଟନି ପ୍ରସଙ୍ଗକୁ ନେଇ ବିଜେପି ତତ୍କାଳୀନ ସରକାରକୁ ଘେରି ଆସୁଥିଲା । ସରକାରକୁ ଆସିଲେ ମଣ୍ଡିରେ କଟନିଛଟନି ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମଣ୍ଡିକୁ ମିଲର ବ୍ୟାନ ଓ ପ୍ରତି ମଣ୍ଡିକୁ ମନ୍ତ୍ରୀ ଜଗିବେ ବୋଲି ନିଷ୍ପତି ନେଇଥିଲେ ସରକାର । ହେଲେ, ସରକାରଙ୍କ ନିଷ୍ପତି ଓ ପ୍ରତିଶ୍ରୁତି ତାହା କେବଳ ଘୋଷଣାରେ ରହି ଯାଇଛି । ପୂର୍ବରୁ ଯେମିତି କଟନିଛଟନି ହେଉଥିଲା ଏବେ ବି ସେମିତି ଚାଲିଛି । ଯାହାକୁ ନେଇ ମୋହନ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେଡି ସରକାର ତୁଳନାରେ ଏବେ ଅଧିକ କଟନିଛଟନି ହେଉଥିବା କହି ସମାଲୋଚନା କରିଛନ୍ତି । ସରକାରଙ୍କ ତଥ୍ୟ ଅନୁସାରେ ମଣ୍ଡିରୁ ଏପର୍ୟ୍ୟନ୍ତ ୪୬ଲକ୍ଷ ୩୬ ହଜାର ୫୪୧ ମେଟ୍ରିକ୍ ଟନ୍ ଧାନ କିଣାଯାଇ ସାରିଛି । ଧାନ କିଣିବା ପାଇଁ ୧୩ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇ ସାରିଛି ।