ତୀର୍ଥଯାତ୍ରୀ ବସରେ ଲାଗିଲା ନିଆଁ, ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ !
ଭଦ୍ରକ: ପୁରୀ ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀ ବସରେ ଲାଗିଲା ନିଆଁ । ଆଉ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛନ୍ତି ତୀର୍ଥଯାତ୍ରୀ । ପରେ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଅନ୍ୟ ଗାଡ଼ିରେ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ନାଲାଙ୍ଗ ଛକ ନିକଟରେ ବସରେ ଅଗ୍ନିକାଣ୍ଡ ନେଇ ଖବର ଆସିଥିଲା । ପୁରୀ ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ପଛରେ ନିଆଁ ଲାଗିଯାଇଥିଲା । ପୁରୀ ଯାଉଥିବା ବେଳେ ଅଘଟଣ ଘଟିବା ବେଳେ ଭଦ୍ରକ ଆଟିଓ ବାମଦେବ ସାହୁ କାର୍ଯ୍ୟରେ ଯାଉଥିଲେ । ବସରେ ନିଆଁ ଦେଖି ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁ ଲିଭାଇବା ପରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ବସ୍ଟିକୁ ଅଟକ ରଖାଯାଇଥିବା ବେଳେ RTOର ଅନ୍ୟ ଏକ ବସରେ ଯାତ୍ରୀଙ୍କୁ ପୁରୀକୁ ସ୍ଥାନାନ୍ତର କରାଯାଇଛି ।
ଭଦ୍ରକ: ପୁରୀ ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀ ବସରେ ଲାଗିଲା ନିଆଁ । ଆଉ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛନ୍ତି ତୀର୍ଥଯାତ୍ରୀ । ପରେ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଅନ୍ୟ ଗାଡ଼ିରେ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ନାଲାଙ୍ଗ ଛକ ନିକଟରେ ବସରେ ଅଗ୍ନିକାଣ୍ଡ ନେଇ ଖବର ଆସିଥିଲା । ପୁରୀ ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ପଛରେ ନିଆଁ ଲାଗିଯାଇଥିଲା । ପୁରୀ ଯାଉଥିବା ବେଳେ ଅଘଟଣ ଘଟିବା ବେଳେ ଭଦ୍ରକ ଆଟିଓ ବାମଦେବ ସାହୁ କାର୍ଯ୍ୟରେ ଯାଉଥିଲେ । ବସରେ ନିଆଁ ଦେଖି ଅଗ୍ନି ନିର୍ବାପକ ଯନ୍ତ୍ରରେ ନିଆଁ ଲିଭାଇବା ପରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ବସ୍ଟିକୁ ଅଟକ ରଖାଯାଇଥିବା ବେଳେ RTOର ଅନ୍ୟ ଏକ ବସରେ ଯାତ୍ରୀଙ୍କୁ ପୁରୀକୁ ସ୍ଥାନାନ୍ତର କରାଯାଇଛି ।